April 14, 2024

Odia Express

News For Public

ନିଜ ଭାବନାକୁ ସବୁ ବେଳେ ସକରାତ୍ମକ ରଖନ୍ତୁ , ଓ ଯେତିକି ମିଳୁଛି ସେତିକିରେ ଖୁସି ରୁହନ୍ତୁ କାରଣ କଣ ଏହି ଘଟଣା ପଢିଲେ ଆପଣ ଜାଣିପାରିବେ..

ଗୋଟେ ଗାଁରେ ଦୁଇଟି ଗରିବ ଚାଷୀ ରହୁଥିଲେ,  ସେହି ଚାଷୀଙ୍କ ପାଖରେ ଅଧିକା ଜମିବାଡି ନଥିଲା , ଓ ଯେଉଁ ଜମି ତାଙ୍କ ପାଖରେ ଥିଲା ସେହି ଜମିରେ କିଛି ଫସଲ ହେଉଥିଲା । ଏହି ଦୁହେଁ ଗରିବ ଚାଷୀଙ୍କ ପୁରା ପରିବାର ଚାଷ ଉପରେ ନିର୍ଭର କରୁଥିଲା , ଏହି ଦୁହେଁ ଦିନ ରାତି ପରିଶ୍ରମ କରୁଥିଲେ।  କିନ୍ତୁ ତା ସତ୍ତ୍ୱେ ବି ଏମାନଙ୍କ ପାଖରେ ସବୁବେଳେ ଧନର ଅଭାବ ରହୁଥିଲା । ସେମିତି ଅଚାନକ ଏହି ଦୁହେଁ ଏକା ସାଙ୍ଗେ ମୃତ୍ୟୁ ବରଣ କରିଥିଲେ,  ମରିବା ପରେ ଦୁହେଁ ଚାଷୀ ଯମଲୋକ ପହଞ୍ଚିଗଲେ । ଯମଲୋକରେ ଏହି ଦୁହେଁ ଚାଷୀଙ୍କ ପୁରା ଜୀବନ ଦେଖିଲେ।  ତାପରେ ଏହି ଦୁହିଁ ଚାଷୀଙ୍କୁ କହିଲେ ତୁମେ ଦୁହେଁ ନିଜ ଜୀବନରେ ପୁଣ୍ୟ କାମ କରିଛ । ଏଥିପାଇଁ ତୁମକୁ ଆର ଜନ୍ମରେ କଣ ହେବାକୁ ଚାହୁଁଛ ତୁମକୁ ମୁଁ କହିଦେବି , ତୁମକୁ ମୁଁ ନିଜ ଇଚ୍ଛା କହିଦେଉଛି ।

 

ଯମରାଜଙ୍କ ଏଭଳି କଥା ଶୂଣି ପ୍ରଥମ ଚାଷୀ ରାଗରେ କହେ କି ମୋର ଜୀବନ ବହୁତ ଖରାପ ବ୍ୟତିତ ହୋଇଛି, ମୋର ପାଖରେ କେବେ ବି ପଇସା ନଥିଲା । ଓ ମୋର ପରିବାରର ଦରକାରିତାକୁ ପୁରା କରିପାରିନଥିଲି, ଦିନ ରାତି ପରିଶ୍ରମ କରିବାପରେ ଖାଲି ହାତରେ ଘରକୁ ଫେରୁଥିଲି, ଓ ମୋର ପାଖରେ ଗୋଟିଏ ଟଙ୍କା ବଞ୍ଚୁନଥିଲା ଏଥିପାଇଁ ଯମରାଜ ପ୍ରଥମେ ଆପଣ ମୋତେ ଆର ଜନ୍ମରେ ମୋତେ ଏମିତି ବ୍ୟକ୍ତି ବନାଇବେ ଯେପରି ମୁଁ ଆରାମରେ ବସିପାରିବି , ଓ ମୋ ନିଜ ପାଖରେ ପଇସା ଆସୁଥାଉ । ଚାଷୀର ଏହି କଥା ଶୁଣି ଯମରାଜ ତଥାସ୍ତୁ କହିଲେ ।

 

ତାପରେ ଯମରାଜ ଆଉ ଜଣେ ଚାଷିଙ୍କୁ ପଚାରନ୍ତି କି ତୁମେ ଆର ଜନ୍ମରେ କଣ ହେବାକୁ ଇଚ୍ଛା ରଖିଛ , ଅନ୍ୟ ଚାଷୀ ଯମରାଜଙ୍କୁ କହିଲା କି ମୋର ଜୀବନରେ ମୁଁ ବହୁତ ଖୁସିରେ ଥିଲି , ଯାହା ମୋତେ ଭଗବାନ ଦେଇଛନ୍ତି ମୋର ଭଲରେ କଟିଛି , ଖାଲି ମୋର ଏହି କଥାର ଦୁଃଖ କି ମୋର ଘରକୁ କିଏ ଭୋକିଲା ଲୋକ ଆସେ , ମୋର ପାଖରେ ତାକୁ ଦେବାପାଇଁ ସେତିକି ନଥିଲା । ଯାହା ଦ୍ୱାରା ମୁଁ ତାକୁ ଖାଇବା ପାଈଁ କିଛି ଦେଇପାରେ , ଏଥିପାଇଁ ମୋତେ ଆର ଜନ୍ମରେ ମୋ ପାଖକୁ କିଏ ଖାଲି ହାତରେ ଆସିଲେ ସେ ଫେରିକି ନଯାଉ , ଓ ମୁଁ ତାକୁ ଭଲ ଭୋଜନ ଦେଇପାରେ , ଅନ୍ୟ ଚାଷୀ କଥା ଶୁଣି ଯମରାଜ ତାଙ୍କୁ ତଥାସ୍ତୁ କହିଦେଲେ ।

 

ଏହାପରେ ଏହି ଦୁହେଁ ଚାଷୀଙ୍କ ଆଉଥରେ ପୂନଃଜନ୍ମ ହେଲା , ପ୍ରଥମ ଚାଷୀ ଯାହାର ପଇସା ଆସିବାର ଇଚ୍ଛା ଥିଲା , ଯମରାଜ ତାକୁ ଭିକାରୀ ବନାଇଦେଇଥିଲେ । ଓ ସବୁ ଲୋକ ତାଙ୍କୁ ଭିକ ହିସାବରେ ପଇସା ଦେଉଥିଲେ , ଏହି ଜୀବନ ପାଇକରି ଚାଷି ଆହୁରି ଦୁଃଖି ହୋଇଯାଇଥିଲା ।

ଯେବେ କି ଅନ୍ୟ ଚାଷୀ ଗାଁରସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲା , ଓ ତା ଘରକୁ ଯିଏ ବି ଆସୁଥିଲା , ସେ କେବେ ଖାଲି ହାତରେ ଫେରୁନଥିଲା,  ଓ ଏହି ପରି ଜୀବନ ପାଇକରି ସେ ଦ୍ୱିତୀୟ ଚାଷୀ ବହୁତ ଖୁସିଥିଲା ।

ଆମେ ଏଥିରୁ ଏହା ଶିକ୍ଷା ପାଇଲେ କି ଆମକୁ ସବୁବେଳେ ଖୁସି ରହିବା ଉଚିତ୍ , ଓ ଯାହାବି ଦରକାର ଭଗବାନଙ୍କୁ ଭାବି ଚିନ୍ତି ମାଗିବା ଦରକାର, ଯାହା ମଣିଷ ଜୀବନରେ କେବେ ସନ୍ତୁଷ୍ଟ ରହିପାରନ୍ତି ନାହିଁ , ସେ ସବୁବେଳେ ଦୁଃଖୀ ରୁହନ୍ତି , ଏଥିପାଇଁ ସବୁବେଳେ ଭଲ ଚିନ୍ତା ଧାରା ଓ ସକରତ୍ମକ ରଖନ୍ତୁ , ଯେତିକି ମିଳୁଛି ସେତିକିରେ ଖୁସି ରହିବା ଉଚିତ୍ , ଏମିତି କଲେ ଜୀବନରେ ସବୁ ବାଧାବିଘ୍ନ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *