May 31, 2023

Odia Express

News For Public

ବଲିଉଡ୍ ରେ ତିନି ଜଣ ଖାନ୍ ଙ୍କ ଫିଲ୍ମକୁ ରିଜେକ୍ଟ କରିସାରିଛନ୍ତି ଏହି ୮ ଜଣ ହିରୋଇନ, ୩ ନମ୍ବର ଜଣକ ସଲମାନ ଖାନ୍ ଙ୍କ ୩ ଟି ବଡ ଫିଲ୍ମକୁ ରିଜେକ୍ଟ କରିଥିଲେ…

ବଲିଉଡ୍ ରେ ତିନିଜଣ ଖାନ୍ ମାନେ , ସଲମାନ ଖାନ୍ , ଶାହାରୁଖ୍ ଖାନ୍ , ଅମୀର ଖାନ୍ , ଏମିତିରେ ଏମାନଙ୍କ ସହ ବଲିଉଡ୍ ରେ ସବୁ ନାମୀ ଦାମୀ ଅଭିନେତ୍ରୀମାନେ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି , ବଲିଉଡ୍ ରେ ଏହି ୩ ଜଣ ଖାନ୍ ଙ୍କ ଫିଲ୍ମ ଓ ଅସ୍ତିତ୍ୱ ବହୁ ଯୁଗରୁ ରହିଆସିଛି, ଏହି ୩ ଜଣ ଖାନ୍ ଙ୍କ ପ୍ରତ୍ୟେକ ଫିଲ୍ମ ବକ୍ସ ଅଫିସ୍ ରେ ବ୍ଲକ୍ ବଷ୍ଟର ହେବା ଗ୍ୟାରେଣ୍ଟି ଅଟେ , କିନ୍ତୁ ଆପଣଙ୍କୁ ଶୁଣିକି ଟିକେ ଅଜବ ଲାଗିପାରେ କି ବଲିଉଡ୍ ରେ ଏମିତି ବହୁତ ସାରା ଅଭିନେତ୍ରୀ ଅଛନ୍ତି , ଯିଏକି ଏହି ମହାନ୍ ଅଭିନେତାଙ୍କ ଫିଲ୍ମକୁ ନ କରିବାପାଇଁ ମନା କରିସାରିଛନିତ୍ , ଆସନ୍ତୁ ଜାଣିବା ତାଙ୍କର ବିଷୟରେ ।

 

୧) ଐଶ୍ୱର୍ଯ୍ୟା ରାୟ ବଚ୍ଚନ : ଅମୀର ଖାନ୍ ଙ୍କ ଫିଲ୍ମ ରାଜା ହିନ୍ଧୁସ୍ଥାନୀରେ ଐଶ୍ୱର୍ଯ୍ୟ ରାୟଙ୍କୁ ଚୟନ କରାଯାଈଥିଲା କିନ୍ତୁ ସେ ଏହି ଅଫର୍ ପାଇଁ ମନା କରିଦେଇଥିଲେ,  ଯେଉଁ ତାଙ୍କୁ ଏହି ଫିଲ୍ମ ଅଫର୍ ମିଳିଲା ତେବେ ସେ ମିସ୍ ୱାର୍ଲଡ୍ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ।

 

୨) ଶିଳ୍ପା ସେଟ୍ଟି : ଶାହାରୁଖ୍ ଖାନ୍ ଙ୍କ ଫିଲ୍ମ ବାଦଶାହ୍ , ପାଇଁ ଶିଳ୍ପାଙ୍କୁ ସାଈନ୍ କରାଯାଇଥିଲା , ପରେ ଟ୍ୱିଙ୍କଲ୍ ଖାନ୍ନା ଏହି ଫିଲ୍ମ ପାଇଁ ସାଇନ୍ କଲେ ।

 

୩) ଦୀପିକା ପାଦୁକୋଣ : ଦିପିକା ସଲମାନ ଖାଁଙ୍କ ଫିଲ୍ମ କିକ୍, ଜୟ ହୋ, ବଜରଙ୍ଗୀ ଭାଇଜାନ୍ ଓ ସୁଲତାନ୍ ଫିଲ୍ମ ପାଇଁ ଅଫର୍ କରାଯାଇଥିଲା କିନ୍ତୁ ସେ କୌଣସି କାରଣବଶତଃ ସେହି ଫିଲ୍ମ ଗୁଡିକରେ କାମ କରିବାପାଇଁ ମନା କରିଦେଇଥିଲେ ।

 

୪) କାଜୋଲ୍ : ଅମୀର ଖାନ୍ ଙ୍କ ଫିଲ୍ମ ଥ୍ରୀ ଇଡିୟର୍ଡସ ପୂର୍ବରୁ କାଜୋଲ୍ ଙ୍କୁ ଅଫର୍ ହୋଇଥିଲା,  କିନ୍ତୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ , ଯାହାପରେ କରୀନାଙ୍କୁ ଏହି ଫିଲ୍ମ ପାଇଁ ଅଫର୍ ଆସିଥିଲା ।

 

୫) ଆମୀ ଜାକସନ୍ : ଏମି ଜାକସନ୍ ସଲମାନ ଖାନ୍ ଙ୍କ ଫିଲ୍ମ କିକ୍ ପାଇଁ କାମ୍ କରିବାକୁ ମନା କରିଥିଲେ,  ଦିପିକା ଓ ଏମିଙ୍କ ଦ୍ୱାରା ମନା କରିବାପରେ ଏହି ଫିଲ୍ମରେ ଜାକଲିନ୍ ଙ୍କୁ ଷ୍ଟାର୍ କାଷ୍ଟ କରାଯାଇଥିଲା ।

୬) ପ୍ରିୟଙ୍କା ଚୋପ୍ରା : ବଲିଉଡ୍ ରେ ଦେଶୀ ଗାର୍ଲ ନାଁରେ ଜଣାଶୁଣା ପ୍ରିୟଙ୍କା ଅମୀର ଖାନ୍ ଙ୍କ ବ୍ଲକ୍ ବଷ୍ଟର୍ ଫିଲ୍ମ ଗଜନୀ ପାଇଁ ମନା କରିଦେଇଥିଲେ,

 

୭) କଙ୍ଗନା ରାଣାଔତ୍ : ସଲମାନ୍ ଖାନ୍ ଙ୍କ ଫିଲ୍ମ ସୁଲତାନ୍ ପାଇଁ କଙ୍ଗନାଙ୍କୁ ଅଫର୍ ଦିଆଯାଇଥିଲା , କିନ୍ତୁ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ ।

 

୮) ଟ୍ୱିଙ୍କଲ୍ ଖାନ୍ନା : କରନ୍ ଜୋହର୍ ଫିଲ୍ମ୍ କୁଛ୍ କୁଛ୍ ହୋତା ହୈ ପାଇଁ ରାଣୀ ମୁଖାର୍ଜୀଙ୍କୁ ରୋଲ୍ ଦେବା ପୂର୍ବରୁ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ଅଭିନେତ୍ରୀ ହେବାପାଇଁ ରୋଲ୍ ଦେଇଥିଲେ କିନ୍ତୁ ଟ୍ୱିଙ୍କଲ୍ ରୋଲ୍ ରେ କାମ କରିବାକୁ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *