April 19, 2024

Odia Express

News For Public

ଶରୀରର କେଉଁ ସ୍ଥାନରେ ବାର୍ଥମାର୍କ ହେବା ବହୁତ ଶୁଭ ହୋଇଥାଏ, ଯେଉଁ ଲୋକର ପିଠିରେ ଥାଏ ସେହି ବ୍ୟକ୍ତି…

ମନୁଷ୍ୟ ଜନ୍ମ ନେବା ସହ ଅନେକ ଗୁଡିଏ ବିଶେଷତ୍ଵ ଆଣିଥାଏ । ତଥାପି କୌଣସି ବ୍ୟକ୍ତିଙ୍କର ବିଶେଷତ୍ଵ ତାଙ୍କ ଜନ୍ମ ସଙ୍ଗେସଙ୍ଗେ ଦେଖା ଦେଇ ନଥାଏ । କିଛି ଶିଶୁଙ୍କ ଠାରେ ଜନ୍ମ ପରେ ଏହି ବିଶେଷତ୍ଵ ଦେଖାଦେଇଥାଏ । ଅନ୍ୟମାନଙ୍କର ପରେ ଦେଖାଦେଇଥାଏ । ଅନେକ ସମୟରେ ଆପଣମାନେ ଦେଖିଥିବେ କିଛି ଶିଶୁ ଜନ୍ମ ସମୟରୁ ସେମାନଙ୍କ ଦେହରେ କିଛି ଚିହ୍ନ ଥାଏ । ଏହାକୁ ବାର୍ଥମାର୍କ କୁହାଯାଏ । କାରଣ ଏହା ଜନ୍ମ ସମୟରୁ ଦେହରେ ଥାଏ ।

ସମୁଦ୍ରଶାସ୍ତ୍ର ଅନୁଯାୟୀ ବାର୍ଥମାର୍କରୁ ବ୍ୟକ୍ତିର ଭବିଷ୍ୟ ଓ ତାର ସ୍ଵଭାବ ସମ୍ବନ୍ଧରେ ଅନେକ କଥା ଜଣାଯାଇଥାଏ । କୌଣସି ବ୍ୟକ୍ତିଙ୍କର ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ କେବଳ ତାଙ୍କର ବାର୍ଥମାର୍କ ଦେଖିଲେ ସବୁ ଜଣାପଡେ । କୁହାଯାଏ ପ୍ରତ୍ୟେକ ଚିହ୍ନର ନିଜର ଏକ ବିଶେଷତ୍ଵ ରହିଛି । ଏହା ଆବଶ୍ୟକ ନୁହେଁ ପ୍ରତ୍ୟେକ ବାର୍ଥମାର୍କ ଶୁଭ ହୋଇଥିବ ବୋଲି । କିଛି ବାର୍ଥମାର୍କ ଅଶୁଭ ମଧ୍ୟ ହୋଇଥାଏ । କିଛି ଚିହ୍ନ ସୌଭାଗ୍ୟର ପ୍ରତୀକ ହୋଇଥିବା ବେଳେ ଆଉ କିଛି ଦୁର୍ଭାଗ୍ୟ କୁ ବଢେଇଦେଇଥାଏ । ଆଜି ଆମେ ଆପଣଙ୍କୁ ଜଣେଇବୁ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ଦେଖାଯାଉଥିବା ବାର୍ଥମାର୍କର ରହସ୍ୟ କଣ ।

 

ମୁହଁରେ ବାର୍ଥମାର୍କ ଥିଲେ  – କିଛି ଲୋକଙ୍କର ମୁହଁରେ ଆପଣ କଳାରଙ୍ଗର ହାଲୁକା ଚିହ୍ନ ଦେଖିଥିବେ । ବେଳେବେଳେ ଏହି ଚିହ୍ନ ବାର୍ଥମାର୍କ ହୋଇଥାଏ । ଯେଉଁମାନଙ୍କ ମୁହଁରେ ବାର୍ଥମାର୍କ ଥାଏ ସେମାନେ ବହୁତ ଅଧିକ କଥା କହିଲାବାଲା ହୋଇଥାନ୍ତି । ତାସହ ବହୁତ ସଂବେଦନଶୀଳ ହୋଇଥାନ୍ତି । ଏପରେଇ ଲୋକମାନଙ୍କୁ କେବେ ଧନର  ଅଭାବ ହୋଇନଥାଏ ।

 

ହାତରେ ବାର୍ଥମାର୍କ ହେବାଯେଉଁମାନଙ୍କ ହାତରେ ବାର୍ଥମାର୍କ ଥାଏ ସେମାନେ ଗୃହୀଲୋକ ଅଟନ୍ତି । ଏମାନେ ନିଜର ଅଧିକରୁଅଧିକ ସମୟ ନିଜ ପରିବାର ପାଇଁ ଦେଇଥାନ୍ତି । ଏପରି ଲୋକମାନଙ୍କର ଅଧିକାଂଶ ସମୟ ନିଜ ସନ୍ତାନର ଦେଖାଚାହାଁ କରିବାରେ ବ୍ୟୟ ହୋଇଥାଏ ।

 

ପିଠିରେ ବାର୍ଥମାର୍କ ହେବା  – ଯେଉଁମାନଙ୍କର ପିଠିରେ ବାର୍ଥମାର୍କ ଥାଏ ସେମାନେ ବହୁତ ଅଧିକ ବିଶ୍ଵସ୍ଥ ଓ ଖୋଲା ବିଚାର ବାଲା ହୋଇଥାନ୍ତି । ଏମାନେ ପ୍ରତ୍ୟେକ କାର୍ଯ୍ୟରେ ବିଶ୍ଵସ୍ଥତା ଦେଖାଇଥାନ୍ତି ।

 

ଅଙ୍ଗୁଳିରେ ବାର୍ଥମାର୍କ ହେବା – ଯେଉଁ ମାନଙ୍କର ଆଙ୍ଗୁଳିରେ ବାର୍ଥମାର୍କ ଥାଏ ସେମାନେ ଜୀବନକୁ ସ୍ଵାଧୀନ ଭାବରେ କଟେଇଥାନ୍ତି । ସେମାନଙ୍କୁ ଜୀବନରେ କାହା ଉପରେ ନିର୍ଭର କରିବା ପସନ୍ଦ ହୋଇନଥାଏ ।

 

ପେଟରେ ବାର୍ଥମାର୍କ ହେବା – ଯେଉଁମାନଙ୍କର ପେଟରେ ବାର୍ଥମାର୍କ ଥାଏ , ସେମାନେ ଲୋଭୀ ହୋଇଥାନ୍ତି ଓ ସବୁ ସମୟରେ କେବଳ ନିଜ ବିଷୟରେ ଭାବନ୍ତି ।

 

ଚିବୁକରେ ବାର୍ଥମାର୍କ ହେବା  – ଯାହାର ଗାଲରେ ବାର୍ଥମାର୍କ ଥାଏ ତେବେ ବୁଝିଯାନ୍ତୁ ସେ ବହୁତ ପରିଶ୍ରମୀ ଅଟେ , ଯାହାର ବାମ ଗାଲରେ ବାର୍ଥମାର୍କ ଥାଏ ସେ ସାରା ଜୀବନ କ୍ଷୁବ୍ଧ ରହେ ଓ ଉଦାସ ରହେ ।

 

କାନ୍ଧରେ ବାର୍ଥମାର୍କ ହେବାଯେଉଁମାନଙ୍କର ବାମ କାନ୍ଧରେବାର୍ଥମାର୍କ ଥାଏ ସେମାନଙ୍କୁ ଦୁର୍ଭାଗ୍ୟରେ ସମ୍ମୁଖୀନ ହେବାକୁ ପଡିଥାଏ, ଯେଉଁମାନଙ୍କର ସିଧା କାନ୍ଧରେ ବାର୍ଥମାର୍କ ଥାଏ ଏହା ଶୁଭତାର ପ୍ରତୀକ ହୋଇଥାଏ ।

ଛାତିରେ ବାର୍ଥମାର୍କ ହେବା  – ଯେଉଁ ବ୍ୟକ୍ତିଙ୍କର ଛାତିରେ ବାର୍ଥମାର୍କ ଥାଏ ସେହି ବ୍ୟକ୍ତି ସବୁ କାମରେ ସଫଳତା ମିଳିଥାଏ । ସେମାନଙ୍କୁ ଜୀବନରେ କେବେ ପରାଜୟ ଭୋଗିବାକୁ ପଡିବ ନାହିଁ । ଏପରି ବ୍ୟକ୍ତି ହସମୁଖ ସ୍ଵଭାବର ହୋଇଥାନ୍ତି ।

 

ମଥାରେ ବାର୍ଥମାର୍କ ହେବା  – ଯେଉଁମାନଙ୍କର ମଥାରେ ବାର୍ଥମାର୍କ ଥାଏ ଏହା ସେମାନଙ୍କର ପ୍ରେମ ଜୀବନକୁ ସୁଚାଇ ଥାଏ । ଏଥିରୁ ଜଣାପଡିଥାଏ ସେ ଅନେକ ଥର ପ୍ରେମ ସମ୍ବନ୍ଧରେ ପଡିଥାନ୍ତି ।

 

ପାଦରେ ବାର୍ଥମାର୍କ ହେବା  – ପାଦରେ ଜଙ୍ଘ ଉପରକୁ ବାର୍ଥମାର୍କ ହେବା ସୁଚାଇ ଥାଏ ଯେ ସେ ବହୁତ ଭାଗ୍ୟଶାଳୀ ଅଟନ୍ତି । ସେମାନଙ୍କୁ ଜୀବନରେ ସବୁ ସମୟରେ ସଫଳତା ମିଳିଥାଏ ଓ ବହୁତ ଉନ୍ନତି ହୁଏ ।

Leave a Reply

Your email address will not be published. Required fields are marked *