April 19, 2024

Odia Express

News For Public

ଗ୍ୟାସ୍ ସିଲିଣ୍ତର ଦୁର୍ଘଟଣା ହେବା ଦ୍ୱାରା ମିଳିଥାଏ ୫୦ ଲକ୍ଷର ବୀମା – ସମସ୍ତଙ୍କୁ ଜଣାଥିବା ଦରକାର – ଦେଖନ୍ତୁ କିପରି..

ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ତର ଲିକ୍ ହେଲେ କିମ୍ବା ଫାଟିବା ମାମଲାରେ ମହିଳାଙ୍କ ମୃତ୍ୟୁ ଉପରେ କନଜ୍ୟୁମର୍ କୋର୍ଟ ଗ୍ୟାସ୍ କମ୍ପାନୀଙ୍କୁ ୧୦ ଲକ୍ଷ ୪୬ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ଆଦେଶ ଦେଇଛନ୍ତି , ଏହି ଦୂର୍ଘଟଣାରେ ଆଘାତ ପାଇଥିବା ଦ୍ୱିତୀୟ ମହିଳାଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଜାରି ହୋଇଛି ।ମାମଲା କିଛି ଏପରି ଥିଲା । ଦିଲ୍ଲୀର ଟାଉନ୍ ହଲ୍ ରେ ରହୁଥିବା ଗୋଟେ ଫ୍ୟାମିଲିରେ ଗ୍ୟାସ୍ ସିଲିଣ୍ତର ଲିକ୍ ହେଲା , ଓ ଏଥିରେ ଶାଶୁ ଓ ବୋହୂ ପୂରା ଜଳିଯାଇଥିଲେ,  ଚିକିତ୍ସା ସମୟରେ ଶାଶୁ ତ ବଞ୍ଚିଗଲେ କିନ୍ତୁ ବୋହୂ ଜୀବନ ହାରିଯାଈଥିଲେ,  ୩ ଅପ୍ରେଲ୍ ୨୦୦୩ କୁ ମହିଳା ଓ ତାଙ୍କ ବୋହୂ ରୋଷେଇଘରେ ଖାଦ୍ୟ ତିଆରି କରୁଥିଲେ ।

 

ଏହି ସମୟରେ ଗ୍ୟାସ୍ ସିଲିଣ୍ତର ଖାଲି ହୋଇଯାଇଥିଲା , ଯେବେ ଅନ୍ୟ ଗ୍ୟାସ୍ ସିଲିଣ୍ତର ଲଗାଇବାକୁ ଗଲେ ତ କ୍ୟାପ୍ ଖୋଲୁଥିବା ବେଳେ ସେଥିରୁ ଗ୍ୟାସ୍ ଲିକେଜ୍ ହୋଇଥିଲା , ଓ ଏଥିରେ ଗ୍ୟାସ୍ ସିଲିଣ୍ତର ନିଆଁ ସଂସ୍ପର୍ଶରେ ଆସିବା ହେତୁ ଫାଟିଯାଇଥିଲା , ଓ ଏହି ଦୁର୍ଘଟଣାରେ ଶାଶୁ ଓ ବୋହୂ ଗୁରୁତ୍ୱର ଆଘାତପ୍ରାପ୍ତ ହୋଇଥିଲେ ।ବୋହୂର ୯୦ ପ୍ରତିଶତ ଜଳିଯିବା ହେତୁ ମୃତ୍ୟୁ ବରଣ କରିଥିଲେ,  ଯେବେ କି ଶାଶୁ ଗୁରୁତ୍ୱର ଅବସ୍ଥାରେ ଆଘାତ ପାଇଥିଲେ,  ଫାୟାର୍ ସର୍ଭିସ୍ ଟିମ୍ ମଉକା ସ୍ଥାନରେ ପହଞ୍ଚିଲା ଓ ଛାନବିନ୍ ରୁ ଜଣାପଡିଲା କି ଗ୍ୟାସ୍ ସିଲିଣ୍ତର ଭାଲବ୍ ଠିକ୍ ନଥିଲା,  ଓ ତାହା ଲିକ୍ କରୁଥିଲା,  ଡିଫେକ୍ଟିଭ୍ ସିଲିଣ୍ତର କାରଣରୁ ଲିକ୍ ହୋଇଥିଲା ,

 

ମୃତକା ସ୍ୱାମୀ ଓ ଶାଶୁଙ୍କୁ କ୍ଷତିପୂରଣ ପାଇଁ କନଜ୍ୟୁମର୍ କୋର୍ଟ ଯାଇଥିଲେ , ଏବେ କନଜ୍ୟୁମର୍ କୋର୍ଟ ଆଦେଶ ଦେଇଛନ୍ତି କି ମୃତକ ମହିଳାଙ୍କ ସ୍ୱାମୀଙ୍କୁ କ୍ଷତିପୂରଣ ପାଇଁ ୧୦ ଲକ୍ଷ ୪୬ ହଜାର ଟଙ୍କା ପୈଠ କରାଯିବ , ଓ ଶାଶୁଙ୍କୁ ୭୫ ହଜାର ଟଙ୍କା ଦେବାର ଆଦେଶ ଜାରି ହେଲ , ଜରୁରୀ ଏହା ଅଟେ କି ଯଦି ଏଲ୍ ପିଜି ଗ୍ୟାସ୍ ସିଲିଣ୍ତର ଫାଟିଯାଏ , ତେବେ ଗ୍ୟାସ୍ ଲିକ୍ ହେବା କାରଣରୁ ଦୂର୍ଘଟଣା ହୋଇଯାଏ , ଏକ ଗ୍ରାହକ ହେଲେ କଣ ଅଧିକାର ଅଛି ,ଯେପରି କେଉଁ ବ୍ୟକ୍ତି ଏଲ୍ ପିଜି କନେକ୍ସନ୍ ନେଉଛି ତେବେ ଗ୍ୟାସ୍ ସିଲିଣ୍ତରରେ କୌଣସି ଦୁର୍ଘଟଣା ହୋଇଯାଏ , ତେବେ ବ୍ୟକ୍ତିକୁ ୫୦ ଲକ୍ଷ ଟଙ୍କା ବୀମା ପାଇବାର୍ ହକଦାର୍ ଅଟେ , ଗୋଟେ ଦୁର୍ଘଟଣାର ଅଧିକାତମ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ମିଳିପାରିବ ।

ଏଫ୍ ଆଇ ଆର୍ କପି, ଆଘାତ ପାଇଥିବା ଚିକିତ୍ସାର ପର୍ଚି, ମେଡିକାଲ୍ ବିଲ୍ କିମ୍ବା ମୃତ୍ୟୁବରଣ କରିଥିଲେ ପୋଷ୍ଟମର୍ଟମ୍ ରିପୋର୍ଟ , ମୃତ୍ୟୁ ପ୍ରମାଣ ପତ୍ର ରଖନ୍ତୁ ।

ଦୁର୍ଘଟଣା ହେଲେ ତାହାର ବିତରକ ଜରିଆରେ କ୍ଷତି ପୁରଣ ଦାବି କରାଯାଏ , ଦାବିର ରାଶି ବୀମା କମ୍ପାନୀ ସଂବନ୍ଧିତ ବିତରକ ପାଖରେ ଜମା ହୋଇଥାଏ , ଏହି ରାଶି ଗ୍ରାହକଙ୍କ ପାଖରେ ପହଞ୍ଚିଯାଇଥାଏ ।

Leave a Reply

Your email address will not be published. Required fields are marked *