April 20, 2024

Odia Express

News For Public

ଜର୍ଜ ହେବା ପରେ ଝିଅ ନିଜ ବୟଫ୍ରେଣ୍ତକୁ କହିଲା -ଏବେ ତୁ ମୋ ପାଇଁ ଯୋଗ୍ୟ ନୁହଁ… ପୁଅ ଏଇ କଥାକୁ ଦେହକୁ ନେଲା ଓ ହୋଇଗଲା ଏତେ ବଡ ଅଫିସର…

1 min read

ଆମ ବୟସ୍କ ଲୋକ ଆମକୁ ସବୁବେଳେ ଶିକ୍ଷା ଦିଅନ୍ତି କି କେବେ କାହାକୁ କିମ୍ବା ନିଜକୁ କେବେ ଛୋଟ ବୋଲି ଭାବିବ ନାହିଁ , ନା ହିଁ କାହାକୁ ନିମ୍ନ ଦେଖାଇବାକୁ ଚେଷ୍ଟା କରିବା ଉଚିତ୍ , କାରଣ ସମୟ ବଦଳିବାକୁ ବେଶୀ ସମୟ ଲାଗେ ନାହିଁ , ଏମିତି ଘଟଣା ଆଜି ଆମେ ନେଇକରି ଆସିଛୁ , ଯାହାକୁ ଶୁଣି ଆପଣ ବିଶ୍ୱାସ କରିବାକୁ ଲାଗିବେ , ହଁ ଆଜ୍ଞା , ଏବେ କିଛି ଦିନ ହେବ ଅକ୍ଟୋବର ୧୩ ତାରିଖରେ ୟୁପିରେ ଲୋକ ସେବା ଆୟୋଗ ଦ୍ୱାରା ସିଭିଲ୍ ଜର୍ଜ ଏଣ୍ଟ୍ରାନ୍ସ ପରୀକ୍ଷା PCS-J-2016 ର ଫଳାଫଳ ଜାରି କରାଗଲା , ଯେଉଁଥିରେ ଗାଜିପୁରର ଓଡିହାରରେ ରହୁଥିବା ଅମିତ ବର୍ମା ନାମକ ଜଣେ ଯୁବକ ୧୫୨ ନମ୍ବର ରାଙ୍କ୍ ପାଇଁ ଦୁନିଆଁକୁ ଏକ ନୂଆ ଶିକ୍ଷା ଦେଲା

 

ଏହା ଉପରେ ଯେତେବେଳେ ସାଙ୍ଗ ମାନେ ପଚାରିଲେ , ଅମିତ ଯାହା କହିଲେ ତାହା ସମସ୍ତଙ୍କୁ ଭାବୁକ କରିଦେଇଥିଲା , । ପଶ୍ଚିମ ବଙ୍ଗଳାର ପିସିଏସ୍ ଜେ ୨୦୧୨ ରେ କରିଥିଲେ କ୍ୱାଲିଫାଇ- କଥା ବାର୍ତ୍ତାରେ ଅମିତ ବର୍ମା କହିଲେ କି ମୋ ମା ଜଣେ ସାଧାରଣ ଗୃହିଣୀ ଅଟନ୍ତି ଓ ମୋ ବାପା ୨୦୧୧ ରେ କ୍ୟାନସର ଯୋଗୁଁ ଦେହାନ୍ତ କରିବସିଥିଲେ , ଏମିତିରେ ଭାଇ ସହ ଛୋଟ ମୋଟ ବିଜନେସ୍ କରି ଘର ଖର୍ଚ୍ଚ ଚଳୁଥିଲା , ବାପାଙ୍କର ସବୁବେଳେ ଇଚ୍ଛା ଥିଲା କି ମୁଁ ଜର୍ଜ ହୁଏ, କିନ୍ତୁ ମୁଁ ତାଙ୍କ ସ୍ୱପ୍ନ ପୂରା କରିଛି , କିନ୍ତୁ ସେ ମୋ ପାଖରେ ନାହାନ୍ତି ,

 

୧୮ ନମ୍ବର ରାଙ୍କ୍ ପାଇକରି ମଧ୍ୟ ହୋଇନଥିଲା ସିଲେକ୍ସନ୍ : ସୂଚନା ପାଇଁ କହିଦେବୁ କି ଅମିତ ୨୦୦୪ ରେ ଇଲାହାବାଦ ୟୁନିଭରସିଟିରୁ ଏଲ୍ ଏଲ୍ ବି ରେ ଆଡମିଶନ୍ ନେଇଥିଲେ , କିନ୍ତୁ ସେଠାରେ ତାଙ୍କୁ ମନ ଲାଗିଲା ନାହିଁ ତାପରେ ସିଲିଗୁଡି ରେ ଏଲ୍ ଏଲ୍ ବି କରି ବିଏଚ୍ ୟୁ ରୁ ଏଲ୍ ଏଲ୍ ଏମ୍ ପୁରା କରିଥିଲେ , ସେ କହିଲେ କି ୨୦୧୨ ରେ ପଶ୍ଚିମ ବଙ୍ଗଳାରେ ରହୁଥିବା ବେଳେ ସେ ପିସିଏସ୍ ଜେ କ୍ଲିୟର୍ କରିଥିଲେ , ଓ ସେ ୧୮ ନମ୍ବର ରାଙ୍କ୍ ହାସିଲ୍ କରିଥିଲେ , କିନ୍ତୁ ସିଲେକ୍ସନ କେବଳ ୧୪ ରାଙ୍କ୍ ବାଲା ପର୍ଯ୍ୟନ୍ତ ହେଲା , ଏବେ ଇଲାହାବାଦ ୟୁନିଭରସିଟିରେ ପିଏଚ୍ ଡି କରୁଛନ୍ତି , ଅମିତ୍ ଏପିଓ ୨୦୧୫ ର ଫଳାଫଳ ଏହି ବର୍ଷ ସେପ୍ଟେମ୍ବରରେ ଆସିଥିଲା , ଯେଉଁଥିରେ ତାଙ୍କର ସିଲେକ୍ସନ ହୋଇଗଲା ।

 

କିନ୍ତୁ ସେ ନିଜର ପିସିଏସ୍ ଜେ ର ଅପେକ୍ଷା କରୁଥିଲେ । ଅମିତ ନିଜ ସଫଳତା କାହାଣୀ ଶୁଣାଇକରି କହିଲେ ସେ ୨୦୧୨ ରେ ପଶ୍ଚିମ ବଙ୍ଗଳାରୁ ପିସିଏସ୍ ଜେ ର ଫଳାଫଳ ଆସିଥିଲା , ଯେଉଁଥିରେ ତାଙ୍କର ରାଙ୍କ୍ ୧୮ ଥିଲା , ସେହି ବ୍ୟାଚର ଜଣେ ଝିଅ ଥିଲା , ଯାହାକୁ ଫେସ୍ ବୁକ୍ ଜରିଆରେ ବନ୍ଧୁତା କରିଥିଲେ , ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିବାକୁ ଲାଗିଲା , ଓ ପ୍ରେମରେ ବଦଳିଗଲା । କଥା ବାହାଘର ଯାଏଁ ପହଞ୍ଚିଲା , କିନ୍ତୁ ଝିଅଟି ସବୁ ବେଳେ ଅମିତ୍ କୁ ବେରୋଜଗାର ବୋଲି ତାନା ଦେଉଥିଲା , ଗାର୍ଲଫ୍ରେଣ୍ତକୁ ଖୁସି କରିବା ଯାଇ ଅମିତ୍ ଦିଲ୍ଲୀରେ ଏକ ପ୍ରାଇଭେଟ୍ ଯବ୍ ବି କରିବାକୁ ଲାଗିଲେ , ଜବ୍ କରୁଥିବା ସମୟରେ ତାଙ୍କ ବାପାଙ୍କ ସ୍ୱପ୍ନ ତାଙ୍କ ଆଖି ସାମନାରେ ଝଲସି ଉଠୁଥିଲା , ଏଥିପାଇଁ ସେ ଦିଏ ୨୦୧୫ ରେ ଏଲ୍ ଏଲ୍ ଏମ୍ କରିବା ପାଈଁ ବିଏଚ୍ ୟୁ ରେ ଆଡମିଶନ୍ ନେଲେ ,

ଏହି କଥା ଖବର ଗାର୍ଲଫ୍ରେଣ୍ତକୁ ଜାଣିବା ପରେ ତାଙ୍କ ମଧ୍ୟରେ ସଂମ୍ପର୍କ ଦୂରତା ବଢିଗଲା , ଓ ପୁଣି ଆଉଥରେ ବେରୋଜଗାରି କାରଣରୁ ଏହି ସଂମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଗଲା , କିନ୍ତୁ କିଛି ଦିନ ପରେ ଅମିତ କୁ ଖବର ମିଳିଲା କି ତାଙ୍କ ଗାର୍ଲଫ୍ରେଣ୍ତର ବାହାଘର ହୋଇଯାଇଛି , ବାହାଘର ଖବର ଶୁଣି ଅମିତ୍ ପୁରା ଭାଙ୍ଗିପଡିଲା ଏହି କାରଣରୁ ସେ ପାଠପଢାରେ କମ୍ ମନ ଲାଗୁଥିଲା , ଏହି ସମୟରେ ଘରେ ଲୋକେ ବାହାଘର ପ୍ରସ୍ତାବ ଆଣୁଥିଲେ କିନ୍ତୁ ଅମିତ୍ ସବୁ ପ୍ରସ୍ତାବକୁ ମନା କରିଦେଉଥିଲା , କାରଣ ଏବେ ତା ବାପାଙ୍କ ସ୍ୱପ୍ନକୁ ପୂରା କରିବାର ଥିଲା , ଧିରେ ଧିରେ ନିଜ ଡିପ୍ରେସନ୍ ରୁ ବାହାରକୁ ଆସିଲା , ଓ ଫଳାଫଳ ସମସ୍ତଙ୍କ ସାମନାରେ ଆଜି ଅଛି

Leave a Reply

Your email address will not be published. Required fields are marked *