April 20, 2024

Odia Express

News For Public

RBI ର ଚେତାବନୀ – ଭୁଲ୍ ରେ ବି ଡାଉନ୍ ଲୋଡ୍ କରନ୍ତୁ ନାହିଁ ଏହି ଆପ୍ କୁ , ନହେଲେ କିଛି ମିନିଟ୍ ଭିତରେ ବ୍ୟାଙ୍କ୍ ଖାତାରୁ ଗାୟବ୍ ହୋଇଯିବ ସବୁ ପଇସା…

ଆଜି କାଲି ସବୁ କାର୍ଯ୍ୟର ଲେଣଦେଣରେ ମୋବାଇଲ୍ ଫୋନ୍ ର ବ୍ୟବହାର ଅଧିକା ହେଉଛି , ଓ ଆଜି କାଲି ଲୋକେ ନେଟ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ଲେଣ ଦେଣ ଅଧିକା କରୁଛନ୍ତି , ଯଦି ଆପଣ ଏହି ଲୋକଙ୍କ ମଧ୍ୟରୁ ଅଛନ୍ତି ଯିଏ କି ଫୋନ୍ ଜରିଆରେ ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ କରୁଛନ୍ତି , ତେବେ ଆପଣ ସାବଧାନ ହୋଇଯାଆନ୍ତୁ , କାରଣ ମୋବାଇଲ୍ ଫୋନ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଟ୍ରାଞ୍ଜାକସନ୍ କରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଏକାଉଣ୍ଟରୁ ସବୁ ପଇସା ଗାୟବ ହୋଇଯିବ , ଏହି ଆପ୍ ଜରିଆରେ ହ୍ୟାକର୍ ମାଣେ କେଉଁ ଫୋନ୍ ନମ୍ବରକୁ ହ୍ୟାକ୍ କରି ତାହାର ଏକାଉଣ୍ଟକୁ କିଛି ମିନିଟ୍ ମଧ୍ୟରେ ଖାଲି କରିଦେବେ , ଓ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ତରଫରୁ ହ୍ୟାକର ମାନଙ୍କର ଏଭଳି କାର୍ଯ୍ୟରୁ ସଚେତନ ରହିବା ପାଇଁ କୁହାଯାଇଛି ।

 

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଏନି ଡେସ୍କ ନାମକ ଆପ୍ କୁ ନେଇକରି କଡା ଚେତାବନୀ ଦେଇଛନ୍ତି , ଏହି ଆପ୍ କୁ ଡାଉନଲୋଡ୍ ନ କରିବାକୁ ଲୋକଙ୍କୁ କୁହାଯାଈଛି , କାରଣ ଏହି ଆପ୍ କୁ ଡାଉନ୍ ଲୋଡ୍ କଲେ , ଯେ କୌଣସି ବ୍ୟକ୍ତିର ଏକାଉଣ୍ଟ କିଛି ମିନିଟ୍ ମଧ୍ୟରେ ଖାଲି ହୋଇଯିବ , ଏହି ଆପ୍ ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋର୍ ରେ ମହଜୁତ ଅଛି , ଓ ଏହି ଆପ୍ କୁ ବହୁତ୍ ଲୋକେ ନିଜ ଫୋନ ରେ ଡାଉନ୍ ଲୋଡ୍ କରି ରଖିଛନ୍ତି ।

 

ଏନି ଡେସ୍କ ଆପ୍ ଡାଉନ୍ ଲୋଡ୍ କରିବାପରେ ଆପ୍ ୟୁଜର୍ ଡିଭାଇସ୍ ରେ ୯ ଟି ଅଙ୍କର ଆପ୍ କୋଡ୍ ପଠାଇଥାଏ , ତାପରେ ୟୁଜର୍ ଫୋନ୍ କୁ କଷ୍ଟମର କେୟାର୍ କୋଡ୍ ବିଷୟରେ ପଚାରିଥାଏ , କୋଡ୍ କହିବା ପରେ ହ୍ୟାକର ୟୁଜର ଫୋନ୍ ହ୍ୟାକ୍ କରିନିଅନ୍ତି , ଓ ଫୋନରେ ମଜହୁତ ଥିବା ସବୁ ସୁଚନା ଡାଉନ୍ ଲୋଡ୍ କରିନିଅନ୍ତି , ଯାହାପରେ ୟୁଜରକୁ ବିନା ନ ଜଣାଇ ବ୍ୟାଙ୍କ୍ ଏକାଉଣ୍ଟରେ ଥିବା ସବୁ ପଇସା ଗାୟବ କରିନିଅନ୍ତି , ଏହି ୯ ଅଙ୍କ ବିଶିଷ୍ଟ ନମ୍ବର ମିଳିଲା ପରେ ହ୍ୟାକର ୟୁଜର ଏକାଉଣ୍ଟର୍ ସବୁ ଇନଫରମେସନ୍ ଆସେସ୍ କରିପାରିଥାଏ , ଆର୍ ବି ଆଇ କିଛି ଦିନ ତଳେ ଏହି ଆପ୍ ଦ୍ୱାରା ଯୋଡି ହୋଇଥିବା ନିର୍ଦ୍ଧେଶ ଲାଗୁ କରିଛନ୍ତି , ଏହି ନିର୍ଦ୍ଧେଶରେ ଏହି ବ୍ୟାଙ୍କର ଅନ୍ୟ ବ୍ୟାଙ୍କଙ୍କୁ କହିଛନ୍ତି କି ଲୋକଙ୍କୁ ଏହି ଏନିଡେସ୍କ୍ ଆପ୍ ଜରିଆରେ ହେଉଥିବା ଧୋକା ଧଡି କାର୍ଯ୍ୟର ସୁଚନା ଲୋକଙ୍କ ନିକଟରେ ଜଣାନ୍ତୁ ,

 

ଏହି ଆପ୍ ବ୍ୟବହାର କରି କିଛି ଲୋକ ଆର୍ ବିଆଇ କୁ ଏହି ବିଷୟରେ ଜଣାଇଥିଲେ , ଓ ଏହି ଲୋକଙ୍କ ଅଭିଯୋଗ ପରେ ଆର୍ ବିଆଇ ଏହି ଆପ୍ ଯାଞ୍ଚ୍ କରିବାପାଇଁ ଚେଷ୍ଟା କଲେ ତାପରେ ଜାଣିପାରିଲେ କି ଏହା ଏକ ଫ୍ରଡ୍ ଆପ୍ ଅଟେ , ଯାହାପରେ ଆର୍ ବିଆଇ ତୁରନ୍ତ ଆଲର୍ଟ ଜାରି କରିଛନ୍ତି ।

 

ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଆଜିକାଲି ଲୋକେ ସହଜରେ ପଇସା ଲେଣଦେଣ କରିପାରୁଛନ୍ତି , ଓ ହ୍ୟାକରଙ୍କ ପାଇଁ ଯେ କୌଣସି ଫୋନ୍ କିମ୍ବା ଲାପଟପ୍ ବ୍ୟବହାର କରିବା କଷ୍ଟକର କାମ ନୁହେଁ , ଏଥିପାଇଁ ଯେଉଁ ଲୋକ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଛନ୍ତି , ତାଙ୍କ ପାଇଁ ଏହା ଜରୁରି ଅଟେ କି ସେମାନେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବାବେଳେ ସାବଧନତା ଅବଲମ୍ବନ ରଖନ୍ତୁ , ଏହି ଭଳି ନିଜ ବ୍ୟାଙ୍କ୍ ଏକାଉଣ୍ଟ ସହ ଗୋପନୀୟ ତଥ୍ୟ କାହାକୁ ସେୟାର୍ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *