April 17, 2024

Odia Express

News For Public

୭ ଦିନର ଭଡା ହେଉଛି ୩ ଲକ୍ଷ ଟଙ୍କା , ଏହି ଟ୍ରେନ୍ ହେଲା ଭାରତର ସବୁଠାରୁ ମହଙ୍ଗା ଓ ଲକ୍ଜୁରୀ ଟ୍ରେନ୍ – ଭିତର ଦେଖିଲେ ଆପଣ ଖୁସି ହେଇଯିବେ..

1 min read

ଭାରତୀୟ ରେଲୱେ ନେଟୱାର୍କ ଦୁନିଆଁର ସବୁଠାରୁ ଦ୍ୱିତୀୟ ବଡ ନେଟୱାର୍କ ଅଟେ , ଓ ଭାରତୀୟ ରେଲୱେ ଭାରତର ସୁନ୍ଦରତା ଓ ସଂସ୍କୃତିକୁ ପୂରା ଦୁନିଆଁରେ ପରିଚିତ କରାଇବା ପାଇଁ ଏକ ଲକ୍ଜୁରୀ ଟ୍ରେନ୍ ବାହାର କରିଛନ୍ତି , ପ୍ୟାଲେସ୍ ଅନ୍ ହ୍ୱିଇଲ୍ସ ଓ ସ୍ୱର୍ଣ୍ଣ ରଥ ପରି ଲକ୍ଜୁରୀ ଟ୍ରେନ୍ ରେଲୱେ କୁ ଏକ ନୂଆ ରୁପ ପ୍ରଦାନ କରିଛନ୍ତି । ଏହି ଲକ୍ଜୁରୀ ଟ୍ରେନ୍ ରେ ଯାତ୍ରା କରିବା ସବୁଠାରୁ ଭଲ ଅନୁଭବ ହୋଇପାରିବ , ଭାରତତେ ସବୁଠାରୁ ପ୍ରଥମେ ୨୬ ଜାନୁୟାରୀ ୧୯୮୨ କୁ ପ୍ରଥମ ଲକ୍ଜୁରୀ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ କରାଯାଇଥିଲା , ଯାହା ଥିଲା ପ୍ୟାଲେସ୍ ଅନ୍ ହ୍ୱିଇଲ୍ସ । ସେହି ସମୟରେ ଲକ୍ଜୁରୀ ଟ୍ରେନ୍ କେବଳ ଗୋଟେ ମାତ୍ର ଏହି ଟ୍ରେନ୍ ଥିଲା ଯାହା ବିଦେଶୀ ପର୍ଯ୍ୟଟକମାନଙ୍କୁ ବହୁତ ବିମୋହିତ କରିଥିଲା ।

 

କିନ୍ତୁ ୨୦୧୦ ପରେ ଭାରତରେ ୪ ଟି ଆଉ ନୂଆ ଲକ୍ଜୁରୀ ଟ୍ରେନ୍ ର ଶୁଭାରମ୍ଭ କରାଗଲା , ତାହା ପରେ ଏହି ଟ୍ରେନ୍ ଗୁଡିକ ଯାତ୍ରା କରିବାକୁ ହେଲେ ୫ ଟି ଅପଶନ୍ ଆହୁରି ଆସିଲା , ମହାରାଜା ଏକ୍ସପ୍ରେସ୍ ଇଣ୍ତିଆନ୍ ରେଲୱେ କ୍ୟାଟରିଙ୍ଗ୍ ଓ ଟୁରିଜିମ୍ କରପୋରେଶନ୍ ତରଫରୁ ଚଲାଯାଉଥିବା ଦୁନିଆଁର ସବୁଠାରୁ ଭଲ ଲକ୍ଜୁରୀ ଟ୍ରେନ୍ ମଧ୍ୟରୁ ଅଟେ ,ଏହି ଟ୍ରେନ୍ ଦିଲ୍ଲୀ ରୁ ଆରମ୍ଭ ହୋଇ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ୧୨ ରୁ ଅଧିକା ଗନ୍ତବ୍ୟ ସ୍ଥଳକୁ ଯାଇଥାଏ , ଏହି ଟ୍ରେନ୍ ରେ ୨୩ ଟି ଡବା ହୋଇଥାଏ । ଭାରତର ମହାରାଜାମାନଙ୍କର ଜୀବନ ବଞ୍ଚିବାକୁ ତରିକାର ଝଲକ ଦେଖାଇବାକୁ ଏହି ଶାହି ତରିକାରେ ସଜ୍ଜିତ କରାଯାଇଛି , ଡାଇନିଙ୍ଗ୍ ହଲ୍ କନଫରରେନ୍ସ ଓ ମନୋରଞ୍ଜନ କ୍ଷେତ୍ର ଓ ବିଜନେସ୍ ହଲ୍ ଟ୍ରେନ୍ କୁ ଶାହୀ ଲୁକ୍ ଦେଇଥାଏ ।

 

ଯଦି ଆପଣ ଇଣ୍ତିଆନ୍ ଟ୍ରେନ୍ ସାହାଯ୍ୟରେ ଭାରତ ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସବୁ ସୁବିଧାଗୁଡିକ ଦରକାର ତେବେ ମହାରାଜା ଏକ୍ସପ୍ରେସ୍ ଆପଣଙ୍କ ପାଇଁ ଭଲ ଅପସନ୍ ରହିବ , କାରଣ ଏହା କେବଳ ଟ୍ରେନ୍ ନୁହେଁ ବରଂ ଏକ ଗତି କରୁଥିବା ପଞ୍ଚ ତାରକା ହୋଟେଲ୍ ସଦୃଶ ଅଟେ , ତେବେ ଆସନ୍ତୁ ଜାଣିବା ଏହି ଟ୍ରେନ୍ ରେ ଥିବା ଖାସିୟତ୍ ବିଷୟରେ ।

 

ମହାରାଜା ଟ୍ରେନ୍ ମୁମ୍ବାଇ କିମ୍ବା ଦିଲ୍ଲୀରୁ ଆରମ୍ଭ ହୋଇକରି ବିକନୋର୍, ଆଗ୍ରା, ରଣଥଂବୋର୍ , ଫତେହପୁର ସିକ୍ରି, ଗ୍ୱାଲିୟର୍, ଜୟପୁର, ବାରାଣାସୀ, ଖଜୁରାହୋ, ଲକ୍ଷ୍ନୌ, ଉଦୟପୁର ଷ୍ଟେସନରେ ଛିଡା ହୋଇଥାଏ । ଏହି ଟ୍ରେନ୍ ରେ ଯାତ୍ରା କରିବାର ଟିକେ ଟ୍ ମୂଲ୍ୟ ୧ ଲକ୍ଷ ୯୩ ହଜାର ୪୯୦ ଟଙ୍କାରୁ ଆରମ୍ଭ ହୋଇକରି ୧୫ ଲକ୍ଷ ୭୫ ହଜାର ୮୩୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ , ମହାରାଜା ଟ୍ରେନ୍ ରେ ୨୩ ଟି ଡବା ମହଜୁତ ଅଛି , ଓ ଏହି ଟ୍ରେନ୍ ରେ ଏକା ସାଙ୍ଗେ ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ , ଯାତ୍ରୀମାନଙ୍କୁ ଶୋଇବା ପାଇଁ ଏହି ଟ୍ରେନ୍ ରେ ୧୪ ଟି କେବିନ୍ ବନାହୋଇଛି , ସବୁ କେବିନ୍ ରେ ଡିଭିଡି ପ୍ଲେୟାର୍ , ଫୋନ୍ , ଇଲୋକ୍ଟ୍ରୋନିକ୍ସ ଲକର୍ , ଏଲସିଡି ଟିଭି, ଇଣ୍ଟରନେଟ୍ ସହ ବାଥରୁମ୍ ସୁବିଧା ବି ଦିଆଯାଇଛି ।

 

ଇଣ୍ତିଆନ୍ ରେଲୱେ ର ଦ୍ୱିତୀୟ ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଂ ଏମିତି କେବେ ଭାବି ପାରିବେ ନାହିଁ କି ଏହି ଟ୍ରେନ୍ କେତେ ଶାହି ଟ୍ରେନ୍ ଅଟେ । ଏହି ଟ୍ରେନ୍ କୁ ରାଜଶାହି ପରି ସଜ୍ଜିତ କରାଯାଇଛି , ମହାରାଜା ଟ୍ରେନ୍ ଆଗ୍ରା ରୁ ଉଦୟପୁର ଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରେନ୍ ୭ ଦିନ ଯାଏଁ ରହିଥାଏ , ଏହି ଟ୍ରେନ୍ ର ଯାତ୍ରୀମାନେ ଭାରତୀୟ କିମ୍ବା କଣ୍ଟିନେଟାଲ୍ ଖାଦ୍ୟ ଖାଇପାରିବେ ।

ଏହି ଟ୍ରେନ୍ ରେ ଖାଇବା ପାଇଁ ଏକ ଅଲଗା ଡବା ତିଆରି କରାଯାଇଛି , ଏହି ଡବା ଦେଖିବା ପାଇଁ ଏକ ରେଷ୍ଟୁରାଣ୍ଟ ପରି ଲାଗିଥାଏ , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କି ଯେ ଏହି ଟ୍ରେନ୍ ରେ ଖାଦ୍ୟ ସବୁଠାରୁ ସୁସ୍ୱାଦୁ , ପୁଷ୍ଟିକର, ଓ ସୁନା ଚାନ୍ଦୀର ବାସନରେ  ପରଷାଯାଇଥାଏ , ୨୦୧୫ ଓ ୨୦୧୬ ରେ ମହାରାଜା ଟ୍ରେନ୍ କୁ ସାତ ତାରକା ଲକ୍ଜୁରୀ ଆୱାର୍ଡ ମିଳିଥିଲା , ମହାରାଜା ଟ୍ରେନ୍ କୁ ଅନ୍ତରାଷ୍ଟ୍ରିୟ ଲେବଲରେ ରୋୟାଲ୍ ସ୍କଟମ୍ୟାନ୍ ଓ ଇଷ୍ଟର୍ଣ୍ଣ ଆଣ୍ତ ଓରିଏଣ୍ଟାଲ୍ ଏକ୍ସପ୍ରେସ ଟ୍ରେନ୍ ସହ ତୁଳନା କରାଯାଏ ।

Leave a Reply

Your email address will not be published. Required fields are marked *