March 27, 2024

Odia Express

News For Public

ଆଗରୁ ୩୫ ଟଙ୍କାରେ ମଜୁରି କାମ କରୁଥିଲେ ଏହି ତାରକା ଖେଳାଳି – ପରେ ୨୦୧୧ ବିଶ୍ୱକପ୍ ର ଭାରତର ଅଜ୍ଞାତ ଯୋଦ୍ଧା ହେଇଥିଲେ ଏହି ମହାନ ଖେଳାଳି..

1 min read

୨୦୧୧ ର ବିଶ୍ୱକପ୍ କେଉଁ ଭାରତୀୟ ସ୍ମୃତି ପଟକରୁ ବାହାରି ପାରିବ ନାହିଁ । କଣ ପାଇଁ ବା ବାହାରିବ ୨୦୧୧ ରେ ଭାରତ ୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିଲା , ସେହି ବିଶ୍ୱକପ୍ ରେ ଭାରତ ଗୋଟିଏ ମ୍ୟାଚ୍ ହାରିଥିଲା । ସେମିତି ଗୋଟେ ମ୍ୟାଚ୍ ହାରୁ ହାରୁ ବଞ୍ଚିଗଲା , ଏହାକୁ ବଞ୍ଚାଇବାର ଗୋଟେ ବୋଲର୍ ଥିଲା ମୁନାଫ୍ ପଟେଲ୍ , ଇଂଲଣ୍ତ ବିପକ୍ଷରେ ଟାଇ ହୋଇଥିବା ମ୍ୟାଚ୍ ଇଂଲଣ୍ତ ଶେଷ ଓଭରରେ ଜିତିବା ପାଇଁ ୧୪ ରନ୍ ଦରକାର ଥିଲା , ଓ ଶେଷ ୩ ଟି ବଲରେ ସେ ୯ ରନ୍ କରିଥିଲେ , ଓ ଭାରତ ହାରିବା ପରିସ୍ଥିତିରେ ଥିଲା , ଅନ୍ତିମ ବଲ୍ ରେ ଦୁଇ ରନ୍ ଦରକାର ଥିଲା , ଓ ମୁନାଫ୍ ପଟେଲ୍ ଙ୍କ ହାତରେ ଗୋଟେ ବଲ୍ ଥିଲା , ମୁନାଫ୍ ପଟେଲ୍ ଶେଷ ବଲ୍ ରେ କେବଳ ୧ ରନ୍ ଦେଇଥିଲେ । ଓ ଭାରତକୁ ହାର୍ ର ସାମ୍ନାରୁ ବଞ୍ଚାଇଦେଲେ ।

 

ବିଶ୍ୱକପ୍ ୨୦୧୧ ରେ ପ୍ରବୀଣ କୁମାର ଆଘାତପ୍ରାପ୍ତ ହୋଇଯିବାପରେ ମୁନାଫ ପଟେଲ୍ ଙ୍କୁ ଦଳରେ ସାମିଲ୍ କରାଯାଇଥିଲା ମୁନାଫ୍ ଙ୍କ କାରଣରୁ ଜାହିର୍ ଖାନ୍ ବିଶ୍ୱକପ୍ ରେ ଖୋଲିକରି ବୋଲିଙ୍ଗ୍ କରିବାରେ ସହାୟତା ମିଳିଥିଲା , ମୁନାଫ ଯୁବରାଜଙ୍କ ଶାନଦାର୍ ବୋଲିଙ୍ଗ୍ ବହୁତ ଶ୍ରେୟ ମିଳିବ , ଯୁବରାଜ ସେମିତି ବି ୨୦୧୧ ରେ ସବୁଠାରୁ ଅଧିକା ୱିକେଟ୍ ନେଇଥିଲେ , କିନ୍ତୁ ସେ ଜଣେ ପାର୍ଟ ଟାଇମ୍ ବୋଲର୍ ଥିଲେ , ଏମିତିରେ ମୁନାଫ୍ ପଟେଲ୍ ଆସିଥିବାବେଳେ ଯୁବରାଜ ଖୋଲିକରି ବୋଲିଙ୍ଗ୍ କରିବାରେ ସହାୟତା ମିଳିଥିଲା ଏହା କହିବା ଭୁଲ୍ ହେବ ନାହିଁ , ମୁନାଫ ମେଡେନ୍ ଓଭରକୁ ନେଇ ବିପକ୍ଷର ବ୍ୟାଟ୍ସମ୍ୟାନ୍ ଯୁବରାଜ ଓଭରରେ ରନ୍ କରିବାର ଚକ୍କରରେ ୱିକେଟ୍ ହରାଇଦେଇଥିଲେ ।

 

ମୁନାଫ୍ ଭାରତ ପାଇଁ ୧୩ ଟି ଟେଷ୍ଟ ମ୍ୟାଚରେ ୩୫ ଟି ୱିକେଟ୍ , ୭୦ ଟି ୱାନ୍ ଡେ ମ୍ୟାଚ୍ ରେ ୮୬ ଟି ୱିକେଟ୍ , ଓ ଟି-ଟ୍ୱେଣ୍ଟିରେ ୪ ଟି ୱିକେଟ୍ ହାସିଲ୍ କରିଥିଲେ , ତାପରେ ମୁନାଫ୍ କହିଥିଲେ କି ସେ ସନ୍ୟାସ ନେବାରେ କୌଣସି ଦୁଃଖ ପ୍ରକାଶ କରୁନାହାନ୍ତି , ଯଦି କେଉଁ ଖେଳାଳୀ ଖେଳୁଛନ୍ତି , ତେବେ ସେ ସନ୍ୟାସ ନେଉଛନ୍ତି , ତାଙ୍କର ସାଥୀ ଖେଳାଳୀ ସନ୍ୟାସ ନେଇସାରିଛନ୍ତି । ଖାଲି ଧୋନୀ ଖେଳୁଛନ୍ତି ,

ମୁନାଫଙ୍କୁ ଏକ ସାକ୍ଷାତକାରରେ କହିଥିଲେ କି ମୋର ଭାରତ ପାଇଁ ଖେଳିବା ଏକ ସ୍ୱପ୍ନ ଥିଲା । ଯଦି କ୍ରିକେଟ୍ ଖେଳିନଥାନ୍ତି ତେବେ ଆଫ୍ରିକାରେ କେଉଁ କମ୍ପାନୀରେ ମଜୁରି କାମ କରୁଥାନ୍ତି , ପଟେଲ୍ ଗୁଜୁରାଟର ଯେଉଁ ଇଲାକାରୁ ଥିଲେ , ସେଠାରେ ଲୋକେ ରୋଜଗାର ପାଇଁ ଆଫ୍ରିକା ଯାଉଥିଲେ , ମୁନାଫ୍ କହିଲେ କି ଯେବେ ସେ ଯୁବକ ଥିଲେ , ତେବେ ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ,  ତାଙ୍କ ଟାଇଲ୍ସ ଡବାଗୁଡିକ ପ୍ୟାକିଙ୍ଗ୍ କରାଯାଉଥିଲା,  ଯାହା ବଦଳରେ ତାଙ୍କୁ ପ୍ରତିଦିନ ୩୫ ଟଙ୍କା ମଜୁରି ହିସାବରେ ମିଳୁଥିଲା , ମୁନାଫ୍ ପଟେଲ୍ କହିଥିଏ କି ସେ ଜୀବନରେ ସବୁ କିଛି ପାଇଛନ୍ତି ତାହା କେବଳ କ୍ରିକେଟ୍ ପାଇଁ ।

Leave a Reply

Your email address will not be published. Required fields are marked *