March 25, 2024

Odia Express

News For Public

ରାଷ୍ଟ୍ରପତିଙ୍କ କାର୍ ରେ କଣ ପାଇଁ ରହେ ନାହିଁ ନମ୍ବର ପ୍ଲେଟ୍ ? ଭାରତର ବହୁତ ମନ୍ତ୍ରୀଙ୍କୁ ମଧ୍ୟ ଏହି ବିଷୟରେ ଜଣା ନଥିବ

ୋଦୀ ସରକାର ମନ୍ତ୍ରୀଙ୍କ ଗାଡିରେ ଲାଲବତୀ ହଟାଇକରି ଭିଭିଆଇପି ପ୍ରଥାକୁ ଶେଷ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ୟମ କରିଛନ୍ତି , କିନ୍ତୁ ଭିଭିଆଇପି ପରମ୍ପରା କେତେ ଶେଷ ହେଲା ଏହା କହିବାର ଆବଶ୍ୟକତା ନାହିଁ , ଭାରତରେ ସାଧାରଣ ମଣିଷଙ୍କ ପାଇଁ ସେହି ନିୟମ ହୋଇଥାଏ , କିନ୍ତୁ ମାନନୀୟ ଲୋକଙ୍କ ପାଇଁ କିଛି ପରିବର୍ତ୍ତନ ହୋଇନଥାଏ , ଯେମିତି କହିରଖୁଛୁ କି ଭାରତର ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଲେଟ୍ ନଥାଏ । ଯେମିତି କି ଆପଣ ସମସ୍ତେ ଭାବୁଥିବେ କି ଦେଶର ସବୁ ବାହାନରେ ନମ୍ବର ପ୍ଲେଟ୍ ରହିବା ଅନିବାର୍ଯ୍ୟ ଅଟେ , କିନ୍ତୁ ରାଷ୍ଟ୍ରପତିଙ୍କ କାର୍ ରେ ନମ୍ବର ପ୍ଲେଟ୍ କଣ ପାଇଁ ନଥାଏ , ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ,

 

ପ୍ରଥମେ ଭାବନ୍ତୁ ଯଦି ଆମେ କିମ୍ବା ଆପଣ ନିଜ ଗାଡି ବିନା ରେଜିଷ୍ଟ୍ରେସନ୍ ନମ୍ବର ବାହାର କରି ନେଇକରି ଯାଆନ୍ତି , ତେବେ କଣ ହେବ , ଆମ ଗାଡି ପୋଲିସ୍ ଜବତ କରିପାରିବ ନାହିଁ କିମ୍ବା ଚାଲାଣ କଟା ହେବ ନାହିଁ କିନ୍ତୁ ଆମ ଦେଶର ରାଷ୍ଟ୍ରପତିଙ୍କ ପାଇଁ କାନୁନ୍ ଅଲଗା ଅଛି , ଆପଣଙ୍କୁ କହିଦେବୁ କି ରାଷ୍ଟ୍ରପତିଙ୍କ ପାଖରେ ୧୪ ଟି ଏମିତି ଗାଡି ଅଛି , ଯେଉଁଥିରେ ନମ୍ବର ପ୍ଲେଟ୍ ନଥାଏ , ବୋଧେ ଆପଣ ଭାବୁଥିବେ କି ଦେଶର ରାଷ୍ଟ୍ରପତି କେଉଁ ଆଇନ୍ ଅନୁଯାୟୀ ତାଙ୍କୁ ଏତେ ରିହାତି ମିଳୁଛି , ଆସନ୍ତୁ ଜାଣିବା ସେହି ବିଷୟରେ ।

 

ପ୍ରକୃତରେ ଗାଡି ସଡକରେ ଚଲାଇବା ପାଇଁ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ ଦରକାର ପଡିଥାଏ , ଯାହାକି ସରକାରଙ୍କ ତରଫରୁ ଦିଆଯାଇଥାଏ , ଏହି ଆର୍ ସି ବି କୁହାଯାଇଥାଏ , ଏହି ରେଜିଷ୍ଟ୍ରେସନ ନମ୍ବର ଆପଣଙ୍କ ଗାଡିର ନମ୍ବର ପ୍ଲେଟ୍ ରେ ଲେଖା ହୋଇଥାଏ , ଏହି ରେଜିଷ୍ଟ୍ରେସନ୍ ନମ୍ବର ଦିଲ୍ଲିର ଡିଏଲ୍ , ଚଣ୍ତୀଗଡର ସିଏଚ୍, ଉତ୍ତରପ୍ରଦେଶର ୟୁପି, ଉତ୍ତରାଖଣ୍ତର ୟୁକେ , ପଞ୍ଜାବର ପିବି, ଓ ବିହାରର ବି ଆର୍ ରୁ ଆରମ୍ଭ ହୋଇଥାଏ ।

 

କେଉଁ ସାଧାରଣ ଲୋକର ଗାଡିର ରେଜିଷ୍ଟ୍ରେସନ୍ ୧୫ ବର୍ଷ ପାଇଁ ମାନ୍ୟ ଅଟେ , ରେଜିଷ୍ଟ୍ରେସନ୍ ନମ୍ବର ବିନା ଗାଡି ସଡକରେ ଚାଲିପାରିବ ନାହିଁ , କିନ୍ତୁ ରାଷ୍ଟ୍ରପତିଙ୍କ କାର୍ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଆଇନ୍ କିଛି ଅଲଗା ଅଛି , ରାଷ୍ଟ୍ରପତିଙ୍କ କାର୍ ଉପରେ ନମ୍ବର ଲେଖା ହୋଇନଥାଏ , ଆପଣଙ୍କୁ କହିଦେବୁ କି ଯଦି କେଉଁ ବ୍ୟକ୍ତି ନୂଆ ଗାଡି ନେଇଥାଏ ତେବେ ତାର ରେଜିଷ୍ଟ୍ରେସନ୍ ନମ୍ବର ଜାରି ହେବାପାଇଁ ଏକ ଟେମ୍ପରାରୀ ରେଜିଷ୍ଟ୍ରେସନ୍ ନମ୍ବର ଜାରି କରାଯାଇଥାଏ , ସେ ଏହି ନମ୍ବରକୁ ନିଜ ଗାଡି ଚଲାଇପାରିବ

ଏବେ କଥା ହେଉଛୁ କି ରାଷ୍ଟ୍ରପତିଙ୍କ କାର୍ ବିଷୟରେ । ଯାହାକି ନମ୍ବର ବିହୀନ ଅଟେ , ବ୍ରିଟିଶ୍ ସିଷ୍ଟମ ମୁତାବିକ କିଙ୍ଗ୍ କେନ୍ ଡୁ ନୋ ରଙ୍ଗ୍ ମାନେ ରାଜା କେବେ ବି ଭୁଲ୍ କରିପାରିବ ନାହିଂମ୍ ଏହି କାରଣରୁ ରାଷ୍ଟ୍ରପତି ଓ ଅନ୍ୟ ମାନନୀୟ ବ୍ୟକ୍ତିଙ୍କ ଗାଡିରେ ରେଜିଷ୍ଟ୍ରେସନ୍ ନମ୍ବର ରୁହେ ନାହିଁ ଏହି କାରଣରୁ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଲେଟ୍ ନଥାଏ , ବ୍ରିଟିଶ୍ ସିଷ୍ଟମ୍ ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ସହିତ ଭିଭିଆଇପିଙ୍କ ଗାଡିରେ ନମ୍ବର ପ୍ଲେଟ୍ ନଥାଏ ।

Leave a Reply

Your email address will not be published. Required fields are marked *