April 20, 2024

Odia Express

News For Public

ଭାରତୀୟ ପୁଅ ରେ ପ୍ରେମର ପଡି ଭାରତୀୟ ବୋହୁ ହେଲେ ଜର୍ମାନୀ ଝିଅ – କହିଲେ ଭାରତର ପୁଅ ସବୁଠୁ ଭଲ କାରଣ ତାଙ୍କ ହୃଦୟ..

କହନ୍ତି କି ପ୍ରେମର କୌଣସି ବୟସ ନଥାଏ , ଓ ନାଁ ହିଁ ଜାତିବାଦ ଭେଦ ଭାବ ଦେଖିଥାଏ , ଓ ନା ସୀମାପାର ଦେଖିଥାଏ , ଏକ ଏପରି ଘଟଣା ୟୁପିରେ ହୋଇଛି, ଜର୍ମାନୀର ସ୍ୱିଟି ସେଠାରେ ପାଠ ପଢିବାକୁ ଯାଇଥିବା ରିଙ୍କୁଙ୍କ ସହ ପ୍ରେମ ହୋଇଗଲା , ସେ ଶେଷରେ ତାଙ୍କୁ ବାହାହୋଇଥିଲେ , ଓ ତାପରେ ବର କନ୍ୟାକୁ ଧରି ଜର୍ମାନୀରୁ ଭାରତ ଫେରିଆସିଥିଲେ । ମହାରାଜଗଞ୍ଜର ଫରେନ୍ଦା କ୍ଷେତ୍ରର ସିଧବାରୀ ଗାଁରେ ରହୁଥିବା ଗଣେଷ ଚୌଧୁରୀ ସେନାରେ ଅଛନ୍ତି , ପରିବାର ସହ ସେ ଚେନ୍ନାଇରେ ରହୁଛନ୍ତି , ସେବାନିବୃତ ହେବାପରେ ସେ ସିନ୍ଧବାରି ଚାଲିଆସିଥିଲେ , ତାଙ୍କ ପୁଅ ସ୍କୋଲାର୍ ସିପ୍ ପଢିବାକୁ ଜର୍ମାନୀ ଚାଲିଯାଇଥିଲା , ଦୁହେଁ ଗୋଟେ କମ୍ପାନୀରେ ଜବ୍ କରୁଥିଲେ,  ଓ ଆସ୍ତେ ଆସ୍ତେ ଦୁହେଁ ଭଲ ପାଇବସିଲେ , ଓ ବିବାହ କରିବାର ଫଇସଲା ନେଲେ ।

 

ଦୁହେଁ ନିଜ ପରିବାରଙ୍କୁ ନିଜ ପ୍ରେମ କଥା କହିଲେ , ଆରମ୍ଭରୁ ତାଙ୍କର ପରିଜନ ମାନେ ଏହି ବାହାଘରକୁ ନେଇକରି ରାଜି ହୋଇନଥିଲେ,  ଟିକେ କଥାବାର୍ତ୍ତା ବୁଝାମଣାରେ ସେମାନେ ପରିଶେଷରେ ବିବାହ କଲେ , ରିଙ୍କୁ ଜର୍ମାନୀର ସ୍ୱିଟିଙ୍କୁ ନିଜ ଦେଶର ଓ ସଂସ୍କୃତି ସହ ରହିବା ଚଳିବା ସୁଚନା ଦେବାପାଇଁ ଟୁରିଷ୍ଟ ଭିଜାରେ ତିନି ବର୍ଷରେ ୧୩ ଥର ନିଜ ଗାଁକୁ ନେଇଆସିଥିଲେ , ସେ ଭଲ ଭାବେ ପରମ୍ପରା ଓ ସଂସ୍କୃତିକୁ ବୁଝାଇଥିଲେ , ଓ ଭାରତୀୟ ସଂସ୍କୃତି ବହୁତ ପସନ୍ଦ ଆସିଥିଲା , ରିଙ୍କୁଙ୍କୁ ସେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ।

 

ତାପରେ ଦୁହେଂ ଗାଁକୁ ଆସି ନିଜ ସବୁ ଦରକାରୀ ଜିନିଷ ପତ୍ର ଆଣି ଏସ୍ ପି କାର୍ଯ୍ୟାଳୟରେ ପହଞ୍ଚିଲେ , ମହାରାଜଗଞ୍ଜର ଏସ୍ ପି ରୋହିତ୍ ସିଂ ସାଜବାନ ଦୁହେଁଙ୍କ ବିବାହ କରିବାରେ ସାହାଯ୍ୟ କଲେ , ଦୁହେଁଙ୍କ ଯାଞ୍ଚପରେ ବିଦେଶ ମନ୍ତ୍ରାଳୟଙ୍କୁ ଚିଠିଗଲା , ସେଠାରୁ ସବୁ ମଞ୍ଜୁରୀ ମିଳିବାପରେ ଗ୍ରୀନ୍ ସିଗନାଲ୍ ମିଳିଲା , ସ୍ୱିଟିଙ୍କ ବାପା ଓ ବଡ ଭଉଣୀ ସହ ସିନ୍ଧବାରୀ ଗାଁ ପହଞ୍ଚିଲେ , ୧୭ ମେ କୁ ଦୁହେଁ ହିନ୍ଦୁ ରୀତିନିତିରେ ବିବାହ ସଂପର୍ଣ୍ଣ କଲେ , ଲାଲ ଯୋଡାରେ ରିଙ୍କୁ ଚୌଧୁରୀ ସତ ସାତ ଫେରା ନେଲେ , ଏବେ ଗାଁ ଲୋକେ ଏମାନଙ୍କ ବିବାହ ଦେଖିକରି ବିଶ୍ୱାସ କରିପାରୁନାହାନ୍ତି , ଗାଁରେ ବିଦେଶୀ କନ୍ୟାକୁ ଦେଖି ସାଧାରଣ ଜନତା ବହୁତ କଥାବାର୍ତ୍ତା ହେଉଛନ୍ତି ।

Leave a Reply

Your email address will not be published. Required fields are marked *