March 28, 2024

Odia Express

News For Public

ସନ୍ନ୍ୟାସ ପରେ କମେଣ୍ଟ୍ରି ନୁହେଁ, ଦେଶ ସେବା କରିବେ ମହେନ୍ଦ୍ର ସିଂହ ଧୋନୀ – ସିଆଚିନରେ ପୋଷ୍ଟିଂ ହେବାକୁ ଚାହାନ୍ତି କାରଣ..

1 min read

ଯେବେଠାରୁ ଭାରତୀୟ ଦଳ ବିଶ୍ଵକପ ରେ ପରାସ୍ତ ହୋଇଛି ସେବେଠାରୁ ଲଗାତର ଧୋନୀଙ୍କ ଅବସରର ଅଟକଳ ଲଗାଯାଉଛି । କିଏ କହୁଛି ଧୋନୀ ଶୀଘ୍ର ସନ୍ନ୍ୟାସ ନେବେ ତ କିଏ କହୁଛି ଧୋନୀ ଏବେ ନୁହେଁ ଆସନ୍ତା ଟି-20 ବିଶ୍ଵକପ ଖେଳିବା ପରେ ଅବସର ନେବେ । କିନ୍ତୁ ଆପଣଙ୍କୁ ଜଣେଇ ଦେଉଛୁ ଯେ ଦୁନିଆର ଶ୍ରେଷ୍ଠ ମ୍ୟାଚ ଫିନିଶର ମଧ୍ୟରେ ଗଣାଯାଉଥିବା ମହେନ୍ଦ୍ର ସିଂହ ଧୋନୀ ଟେରୀଟୋରିଆଲ ଆର୍ମୀରେ ଗୋଟିଏ ଶକ୍ତ ପୋଷ୍ଟିଂର ଇଚ୍ଛା ରଖନ୍ତି ।ହଁ ଆଜ୍ଞା । ଆପଣମାନେ ଯାହା ଶୁଣିଲେ ତାହା ସତ । ମାହିଙ୍କର ଇଚ୍ଛା ଯେ ତାଙ୍କୁ ସିଆଚିନରେ ପୋଷ୍ଟିଂ ମିଳୁ ।

 

ଏହି ଖବର ABP ନ୍ୟୁଜ ଧୋନୀଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଠାରୁ ଜାଣି ପ୍ରଚାର କରିଛି । ବିଶ୍ଵକପ ରେ ସ୍ଲୋ ବ୍ୟାଟିଂ କାରଣରୁ ଧୋନୀଙ୍କର ସମାଲୋଚନା କରାଯାଇଥିଲା । କିନ୍ତୁ ଅନେକ ତାରକା ଖେଳାଳି ଧୋନୀଙ୍କ ସପକ୍ଷରେ କହିଥିଲେ । ଏପରିକି ଦଳୀୟ ଅଧିନାଯକ ବିରାଟ କୋହଲୀ ମଧ୍ୟ ଧୋନୀଙ୍କ ସପକ୍ଷରେ କହିଥିଲେ । ଏହା ମଧ୍ୟରେ ଧୋନୀଙ୍କ ବନ୍ଧୁ ଜଣେଇଛନ୍ତି ଯେ ଧୋନୀଙ୍କୁ ସେନାବାହିନୀ ପାଇଁ ପ୍ରେମ ରହିଛି । ତାଙ୍କ ବନ୍ଧୁଙ୍କ ଅନୁଯାୟୀ ସେ ବର୍ତ୍ତମାନ ଦେଶସେବା କରିବାକୁ ଚାହାନ୍ତି । ତାଙ୍କ ବନ୍ଧୁ କହିଲେ ଯେ ଧୋନୀ କିଛି ମାସ ପାଇଁ ସିଆଚିନରେ ପୋଷ୍ଟିଂ ହେବାକୁ ଇଚ୍ଛୁକ । ଧୋନୀ ଦେଶସେବା କରିବାକୁ ଚାହାନ୍ତି ଯେପରି ସୈନିକ ମାନେ କରନ୍ତି । ସେ ଖୁବ ଶୀଘ୍ର ସେନା ସହ ସମ୍ପର୍କ କରି ନିଜର ଇଚ୍ଛା ଜଣେଇବେ ।

 

ଏଠାରେ ଜଣେଇଦେବୁ ଯେ ଟେରିଟୋରିଆଲ ଆର୍ମୀ ଭାରତୀୟ ସେନାବାହିନୀର ଗୋଟିଏ ଅଂଶ ଅଟେ । ସେଠାରେ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରତିବର୍ଷ ଦୁଇ ରୁ ତିନି ମାସ ସୈନିକ ପ୍ରଶିକ୍ଷଣ ଦିଆଯାଏ ଏହାଦ୍ୱାରା ଆବଶ୍ୟକ ସମୟରେ ଦେଶରକ୍ଷା ପାଇଁ ସେମାନଙ୍କର ସେବା ନିଆଯାଇପାରିବ । ଟେରିଟୋରିଆଲ ଆର୍ମୀ ପୂର୍ଣ୍ଣ କାଳୀନ ଚାକିରି ନୁହେଁ ।

କଣ ଧୋନୀ ଏହି ବିଶ୍ଵକପ ପରେ ଏବେ ସନ୍ନ୍ୟାସ ନେବା ବିଷୟରେ ଭାବୁଛନ୍ତି? ଏହି ପ୍ରଶ୍ନ ଉପରେ ତାଙ୍କ ବନ୍ଧୁ କହିଲେ ଯେ ଏହା କହିବା କଷ୍ଟ ଯେ ତାଙ୍କ ମନରେ କଣ ଚାଲିଛି । ଧୋନୀଙ୍କୁ ଯାହା କରିବାର ଥିବା ଏହା ସେ ହିଁ କହିପାରିବେ । ତାଙ୍କ ମନରେ କେତେବେଳେ କଣ ଚାଲେ ଏହା କେହି ଜାଣନ୍ତି ନାହିଁ ।

 

Leave a Reply

Your email address will not be published. Required fields are marked *