April 21, 2024

Odia Express

News For Public

ରନ ଆଉଟ ହେବାଯୋଗୁ ଗୁପ୍ଟିଲଙ୍କ ପରିହାସ କରୁଥିବା ଲୋକମାନେ, ମନେରଖ… ୩ ଟି ଆଙ୍ଗୁଠି ବିନା ଦୌଡିବା କେତେ କଷ୍ଟକର ହୋଇଥାଏ …

କ୍ରିକେଟ ବିଶ୍ଵକପ ୨୦୧୯ର ଫାଇନାଲ ମ୍ୟାଚରେ ଇଂଲଣ୍ଡ ଟାଇଟଲ ଜିତିବା ପରେ ନ୍ୟୁଜିଲାଣ୍ଡ ର ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ଟିଲ ସବୁଠାରୁ ଅଧିକ ଦୁଃଖରେ ନଜର ଆସିଲେ । ଫାଇନାଲରେ ଏପରି ଦୁଇଟି ସୁଯୋଗ ଥିଲା ଯାହାକୁ ଗୁପ୍ଟିଲ କେବେ ମଧ୍ୟ ଭୁଲିପାରିବେ ନାହିଁ। ବିଡମ୍ବନା ଏହା ଥିଲା ଯେ ଏହି ଦୁଇଟି ସମୟ ଗୁପ୍ଟିଲ ଓ ନ୍ୟୁଜିଲାଣ୍ଡ ଦଳ ଉପରେ ଭାରି ପଡିଲା । ସେଠାରେ ସୋସିଆଲ ମିଡିଆରେ ଲୋକମାନେ ଗୁପ୍ଟିଲଙ୍କୁ ପରିହାସ କରିବାରେ ଲାଗିଲେ । କହିଲେ ଯେ ଗୁପ୍ଟିଲ ଯେପରି ଧୋନୀଙ୍କୁ ରନଆଉଟ କରିଥିଲେ ସେମିତି ସେ ନିଜେ ଆଜି ରନଆଉଟ ହୋଇଗଲେ । କର୍ମର ଫଳ ଭୋଗିଲେ ।

 

କିନ୍ତୁ ଗୁପ୍ଟିଲଙ୍କ ପରିହାସ କରୁଥିବା ଲୋକମାନଙ୍କୁ ଗୋଟିଏ କଥା ମନେରଖିବା ଉଚିତ ଯେ ଗୁପ୍ଟିଲଙ୍କର ଗୋଟିଏ ପାଦରେ କେବଳ ଦୁଇଟି ଆଙ୍ଗୁଠି ଅଛି । ଗୋଟିଏ ଦୁର୍ଘଟଣାରେ ତାଙ୍କୁ ନିଜର ପାଦର ତିନୋଟି ଆଙ୍ଗୁଠି ହରେଇବାକୁ ପଡିଥିଲା । ଶେହି ସମୟରେ ସେ କେବଳ ୧୩ବର୍ଷର ବାଳକ ଥିଲେ । ଲିଫ୍ଟରେ ତାଙ୍କ ପାଦ ପଶିଯାଇଥିଲା । ଏପରି ସ୍ଥିତିରେ ବହୁତ ଜୋରରେ ଦଉଡିପାରିବା କଷ୍ଟକର ହୋଇଥାଏ। କିନ୍ତୁ ତଥାପି ଗୁପ୍ଟିଲ ବହୁତ ଦ୍ରୁତ ଗତିରେ ଦୌଡିଲେ । ସେ ଆଉଟ ହେବା ପୂର୍ବରୁ ଦୁଇଥର ଦୁଇ ଦୁଇ ରନ ଦଉଡି ସାରିଥିଲେ ।

ପୁଣି ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଗୁପ୍ଟିଲଙ୍କୁ ଥଟ୍ଟା କରୁଥିବା ଲୋକମାନଙ୍କ ଉପରେ ତୀବ୍ର ପ୍ରତିବାଦ କରିଛନ୍ତି ।

ଯେଉଁ ଲୋକମାନେ ଗୁପ୍ଟିଲଙ୍କର ପରିହାସ କରୁଥିଲେ , କିମ୍ବା ଟ୍ରଲ କରୁଥିଲେ ସେମାନଙ୍କୁ ଲାଜଲାଗିବା କଥା … ସେ ଜଣେ ମହାନ ଖେଳାଳି ଅଟନ୍ତି ।

 

ନ୍ୟୁଜିଲାଣ୍ଡ ଦଳ ଉପବିଜେତା ରହିଲା , କିନ୍ତୁ ଗୁପ୍ଟିଲଙ୍କ ପାଇଁ ଟୁର୍ନାମେଣ୍ଟ କୌଣସି ଖରାପ ସ୍ଵପ୍ନ ଠାରୁ କମ ନଥିଲା । ପ୍ରଥମ ମ୍ୟାଚ ପରଠାରୁ ତାଙ୍କ ଠାରୁ ରନ ଆସିଲା ନାହିଁ ଓ ସେ ବ୍ୟାଟିଂରେ ବିଫଳ ହେଲେ , କିନ୍ତୁ କ୍ଷେତ୍ରରକ୍ଷଣରେ ତାଙ୍କଦ୍ଵାରା କିଛି ଚମତ୍କାରିତା ମଧ୍ୟରୁ ଗୋଟିଏ ହେଲା ସେମିଫାଇନାଲରେ ଏମଏସ ଧୋନୀଙ୍କୁ ରନଆଉଟ କରିବା। ଗୁପ୍ଟିଲଙ୍କ ଥ୍ରୋ ସିଧା ଷ୍ଟମ୍ପରେ ବାଜିବାରୁ ଧୋନୀ ରନଆଉଟ ହୋଇଥିଲେ ଓ ନ୍ୟୁଜିଲାଣ୍ଡ ଲଗାତାର ଦ୍ଵିତୀୟ ଥର ନିମନ୍ତେ ଫାଇନାଲରେ ପ୍ରବେଶ କରିଥିଲା ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମେ ଗୁପ୍ଟିଲଙ୍କ ଥ୍ରୋ ଡିପ ମିଡୱିକେଟରୁ ଯାଇ ବେନଷ୍ଟୋକ୍ସଙ୍କ ବ୍ୟାଟରେ ବାଜିଲା ଓ ବଲ ସୀମା ବାହାରକୁ ଚାଲିଯାଇଥିଲା। ଏଥିରୁ ଇଂଲଣ୍ଡକୁ ଛଅ ରନ ମିଳିଥିଲା ଓ ବାଜି କିୱି ଦଳ ହାତରୁ ଖସିଗଲା । ପୁଣି ଯେତେବେଳେ ସେ ସୁପର ଓଭରରେ ଲକ୍ଷ୍ୟର ପିଛା କରିବାକୁ ପଡିଆକୁ  ଓଲ୍ହେଇଲେ ସେତେବେଳେ ତାଙ୍କୁ କେବଳ ଗୋଟିଏ ବଲ ମିଳିଲା । ଏହି ବଲରେ ସେ ଦୁଇରନ କରିବାର ଥିଲା କିନ୍ତୁ ସେ ଏପରି କରିପାରିନଥିଲେ ଓ ଗୁପ୍ଟିଲ ରନଆଉଟ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *