April 19, 2024

Odia Express

News For Public

ସ୍ତ୍ରୀ କୁ ହୋଇଥିଲା କ୍ୟାନସର୍ , ସ୍ୱାମୀ ୨ କୋଟି ଖର୍ଚ୍ଚ କରି କରିଥିଲେ ଚିକିତ୍ସା , ଯେବେ ପ୍ରକୁତ ସତ କଥା ଜଣ ପଡିଲା ତେବେ ସବୁ ଅଶ୍ଚମ୍ବିତ ହେଇ ରହିଲେ..ପଢିଲେ ଆପଣ ମଧ୍ୟ ଚକିତ ହେବେ

କ୍ୟାନ୍ସର ଏପରି ଏକ ରୋଗ ଯାହାର ନାଁ ଶୁଣିଲେ ଆପଣଙ୍କ ମନରେ ଛନକା ହୋଇଯାଏ , ଏହାର ନାଁ ଶୁଣିଲେ ବହୁତ ଲୋକଙ୍କ ଦେହରୁ ଝାଳ ଆସିଯାଏ , କେବେ କେବେ ଆପଣ ଏହି ଭୟାନକ ରୋଗରେ ରୋଗାଗ୍ରସ୍ତ ହୋଇଥିବା ରୋଗୀଙ୍କୁ ବି ଦେଖିଥିବେ , କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଏହି ଦୁଃଖଦ ଅନୁଭବ କରିଥିବେ ମଧ୍ୟ , କିନ୍ତୁ କଣା ଆପଣ କେବେ ଭାବିପାରିବେ କେଉଁ ବ୍ୟକ୍ତି କ୍ୟାନ୍ସର ପରି ଗମ୍ଭୀର ରୋଗରେ ନାଟକ କରିପାରେ , ନିଜ ପରିବାର ଠାରୁ କିଛି ପଇସା ଲାଳସାରେ , ଆଜି ଆମେ ସେମିତି ଏକ କାହାଣୀ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା କଣ ହୋଇଛି ଏହି ମାମଲା ।

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଂମ୍ପର୍କ ପ୍ରେମ ଦ୍ୱାରା ଚାଲିଥାଏ , କିନ୍ତୁ ଏହି ସଂମ୍ପର୍କରେ ଯଦି ମିଛ ଓ ଧୋକା ସାମିଲ୍ ହୋଇଯାଏ ତେବେ ଦୁହିଁଙ୍କର ଜୀବନ ନଷ୍ଟ ହେବାରେ କେହି ବି ଅଟକାଇ ପାରିବେ ନାହିଂ , ଇଂଲଣ୍ତରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀଙ୍କୁ ମିଛ କହି ଦୁଇ କୋଟି ଟଙ୍କା ଆଣିଥିଲେ , ଏହି ମାମଲା ଶୁକ୍ରବାର ଦିନ କୋର୍ଟ ମହିଳାକୁ ଚାରିବର୍ଷର ଜେଲ ଦଣ୍ତାଦେଷ ଦେଇଛନ୍ତି ।

 

ଏହି ଘଟଣା ଇଂଲଣ୍ତର ଲାଗବୋରୋ ର ଅଟେ , ଲାଗବୋରୋରେ ରହୁଥିବା ୩୬ ବର୍ଷୀୟ ମହିଳା ଜସ୍ମିନ୍ ମିସ୍ତ୍ରୀ ୨୦୧୬ ରେ ବିଜୟ କୋଟେଚିୟା ଙ୍କୁ କହିଲେ କି ସେ କ୍ୟାନ୍ସର ରେ ପୀଡିତ ଅଛନ୍ତି , ଓ ଏବେ ମାତ୍ର ୬ ମାସ ତାଙ୍କ ପାଖରେ ସମୟ ଅଛି , ନିଜର କ୍ୟାନସର୍ ପୀଡିତା ପ୍ରମାଣିତ କରିବାକୁ ସେହି ମହିଳା ଏହି ସବୁ ଡ୍ରାମା କରିଥିଲେ , ସେ ଅଲଗା ଅଲଗା ସିମ୍ କାର୍ଡ ବ୍ୟବହାର କରି ତାଙ୍କ ସ୍ୱାମୀଙ୍କୁ ଡାକ୍ତର ବୋଲି କହି ହ୍ୱାଟ୍ସଆପ୍ ରେ ମେସେଜ୍ କରୁଥିଲେ , ଯାହା ଦ୍ୱାରା ତା ସ୍ୱାମୀଙ୍କର ବିଶ୍ୱାସ ହେଇଯାଉ , କ୍ୟାନସର ପରି ଏକ ଗମ୍ଭୀର ରୋଗରେ ସେ ଆକ୍ରାନ୍ତ ହୋଇଛନ୍ତି । ଏମିତିରେ ସେହି ମହିଳା ତାଙ୍କର ଏହି ଡ୍ରାମା ଚଲାଉଥିଲେ , ଓ ଫେକ୍ ମେସେଜ୍ କରି ତା ସ୍ୱାମୀକୁ ଭରଷା ଦେଉଥିଲେ , କି ସେ କ୍ୟାନ୍ସରରେ ପୀଡିତ ଅଛନ୍ତି , ଓ ଆମେରିକାରେ ଚିକିତ୍ସା କରିବାକୁ ହେବ , ଯାହା ପାଇଁ ସାଢେ ଚାରି କୋଟି ଟଙ୍କା ଖର୍ଚ୍ଚ ହେବ , ଏହା ପାଇଁ ମହିଳାଙ୍କର ସ୍ୱାମୀ ନିଜର ପରିବାର ଓ ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ମାଗିଥିଲେ , ଓ ଜାସ୍ମିନ୍ ମିସ୍ତ୍ରୀ ବାହାନା କରି ବହୁତଥର ବାଥରୁମ୍ ଦୌଡୁଥିଲେ , ଓ ଟୟଲେଟ୍ ରେ ରକ୍ତ ପଡିବା ବାହାନା କରୁଥିଲେ , ସିଡିରେ ଚଢିବାକୁ ହେଲେ ସାହାରା ନେଉଥିଲେ , ଓ ସବୁବେଳେ କଷ୍ଟ ଅନୁଭବ କରୁଛନ୍ତି ବୋଲି କହିଥିଲେ ।

 

ମାମଲାରେ ବିଜୟଙ୍କୁ ସେତେବେଳେ ସନ୍ଦେହ ହେଲା ଯେବେ ତାଙ୍କର ସାଙ୍ଗ ଗୁଗୁଲ୍ ରେ ଜସ୍ମିନ୍ ଙ୍କ ବ୍ରେନ୍ ସ୍କାନ୍ ଦେଖିଲେ , ଯାହାର ଅନୁସାରେ ଟ୍ୟୁମର ଗମ୍ଭୀର ଅବସ୍ଥାରେ ଥିଲା , ସେହି ରୋଗୀ ବହୁତ ଭୟାନକ ଥିଲା , ଯେବେ କି ଜସ୍ମିନ୍ ଙ୍କ ହାଲତ୍ ଏପରି ଗମ୍ଭୀର ନଥିଲା , ଏହା ପରେ ଜସ୍ମିନ୍ ଙ୍କ ସ୍ୱାମୀଙ୍କୁ ଫେକ୍ ସିମ୍ କାର୍ଡ ସବୁ ମିଳିଗଲା , ଯାହା ଦ୍ୱାରା ସେ ଡାକ୍ତର ହୋଇ ମେସେଜ୍ କରୁଥିଲେ , ବିଜୟ ଏହି ମାମଲା ଖୋଲାସା କରିବା ପରେ ଜସ୍ମିନ୍ ଙ୍କୁ ପଚାରିଲେ , ତେବେ ଜସ୍ମିନ୍ ନିଜ ମିଛ କଥା ମାନି ଯାଈଥିଲେ , ଓ ସେ ଏହା ବି ମାନିଥିଲେ କି ଡେଟିଙ୍ଗ୍ ଆପ୍ ସାହାଯ୍ୟରେ ସେ ଆହୁରି ଦୁଇଟି ଲୋକଙ୍କୁ ଏହି ଜାଲରେ ଫସାଇଛନ୍ତି ।

 

ନଭେମ୍ବର ୨୦୧୭ କୁ ପୋଲିସ୍ ଜସ୍ମିନ୍ ଙ୍କୁ ଗିରଫ କଲେ , ପୋଲିସ୍ ଙ୍କ ଅନୁସାରେ ନିଜ ପରିବାର ଓ ୮ ଜଣ ବାହାର ଲୋକଙ୍କ ସମେତ ୨୦ ଟି ଲୋକଙ୍କ ଠାରୁ ଅଢେଇ କୋଟି ଟଙ୍କା ସେ ଠକି ଛନ୍ତି , ନର୍ଥ ଇଷ୍ଟ ଲଣ୍ତନ ର ଶ୍ରେୟର୍ସବ୍ରୁକ୍ କ୍ରାଉନ୍ କୋର୍ଟ ଜାଲସାଜି ଏହି ମାମଲାରେ ୪ ବର୍ଷର ଦଣ୍ତାଦେଷ ଶୁଣାଣୀ କରିଛନ୍ତି , ମହିଳାଙ୍କ ସ୍ୱାମୀ ନିଜ ଜୀବନୀ ବିଷୟରେ କହିଲେ ମୋର ସ୍ତ୍ରୀ ମୋ ଠାରୁ ମଣିଷ୍ୟତ୍ୱ ଛଡାଇ ନେଇଛି , ସାଇକୋଲୋଜିକାଲି ଓ ଇମୋସନାଲି ଏଥିରୁ କେବେ ବାହାରି ପାରିବି ନାହିଁ ।

Leave a Reply

Your email address will not be published. Required fields are marked *