ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଭାରତୀୟ ସେନା କୁ ସାରା ଜୀବନର ଆୟ ଦାନ କରିଦେଲେ , ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଲେ ଚେକ ଆଉ କହିଲେ…

ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ସିବିଆର ପ୍ରସାଦ ରକ୍ଷା ମନ୍ତ୍ରାଳୟକୁ  ୧.୦୮କୋଟି ଟଙ୍କା ଦାନ କରିଦେଲେ । ୭୪ ବର୍ଷୀୟ ପ୍ରସାଦ ସୋମବାର ଦିନ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତକାର କରି ତାଙ୍କୁ ଚେକ ହସ୍ତାନ୍ତର କଲେ । ଏ ସମୟରେ ପ୍ରସାଦ କହିଲେ ଯେ ନିଜର ସଂପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା ପରେ ମୋତେ ଲାଗିଲା ଯେ ଦେଶରକ୍ଷା ପାଇଁ ମୋର କିଛି କରିବା ଆବଶ୍ୟକ , ଏଥିପାଇଁ ଏହା କଲି ।

 

ମୁଁ ନିଜ ଜୀବନର ସଂପୂର୍ଣ୍ଣ ଆୟରୁ ଝିଅକୁ ୨% ଓ ପତ୍ନୀଙ୍କୁ ୧% ଦେଇଛି । ଏହାପରେ ବଳକା ୯୭% ଦେଶ ଓ ସମାଜ ସେବାରେ ଲଗେଇଛି । ସେ କହିଲେ ଯେ ବାୟୁସେନାରେ ମୁଁ ୯ବର୍ଷ ସେବା ପ୍ରଦାନ କରିବାପରେ ଅବସର ନେଇଥିଲି । ମୋତେ ରେଲୱେ ଠାରୁ ମଧ୍ୟ ଚାକିରି ଆମନ୍ତ୍ରଣ ମିଳିଥିଲା କିନ୍ତୁ ମୁଁ ଅସ୍ଵୀକାର କରଦେଲି । ସେ କହିଲେ ଯେ ମୁଁ ଗୋଟିଏ କୁକୁଡା ଫାର୍ମ ଖୋଲିଲି ଓ ବିଗତ ୩୦ବର୍ଷ ହେବ ମୁଁ ବ୍ୟବସାୟ ସହ ଦେଶସେବା ମଧ୍ୟ କରୁଛି । ସେ ଗୋଟିଏ କ୍ରିଡା ବିଶ୍ଵବିଦ୍ୟାଳୟ ମଧ୍ୟ ଖୋଲିଛନ୍ତି ।

 

ରାଜନାଥ ସିଂହ ପ୍ରସାଦଙ୍କୁ ପଚାରିଲେ ଯେ ଆପଣ ଟଙ୍କା ଦାନ କରିବାର ନିଷ୍ପତ୍ତି କାହିଁକି ନେଲେ? ଉତ୍ତରରେ ପ୍ରସାଦ କହିଲେ ଯେ ମୁଁ ଯେତେବେଳେ ବାୟୁସେନାରେ ଚାକିରି କରୁଥିଲି ସେତେବେଳେ କୋଇମ୍ବାଟୁରରେ ଜିଡ଼ି ନାଇଡୁ ଚିଫ ଗେଷ୍ଟ ହୋଇ ଆସିଥିଲେ । ସେ କହିଥିଲେ ଯେ ଭାରତ ମହାନ ଦେଶ ଅଟେ , କାରଣ ଆମ ଚିନ୍ତାଧାରା ଭଲ । ଆମେ ଯେବେ ଫେରିଯିବା ସେତେବେଳେ ଆମକୁ ପାରିବାରିକ ଦାୟିତ୍ଵ ପରେ ଦେଶ ଓ ସମାଜର ସେବା କରିବାକୁ ହେବ । ପ୍ରସାଦ କହିଲେ ଯେ ଏହାପରେ ସେ ଦେଶସେବାର ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published.