March 28, 2024

Odia Express

News For Public

କ୍ରିକେଟ ପାଇଁ ଥିଲା ଏମିତି ପାଗଳାମି ଯେ ଭାରତ ହାରିବାରୁ ହୃଦଘାତରେ ସଂଗେସଂଗେ ମୃତ୍ୟୁ ହୋଇଗଲା..

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ କୋଟିକୋଟି ଦର୍ଶକଙ୍କ ଦୃଷ୍ଟି ରହିଥିଲା । ସମସ୍ତଙ୍କୁ ଆଶା ଥିଲା ଯେ ଭାରତୀୟ ଦଳ ଫାଇନାଲ ପର୍ଯ୍ୟନ୍ତ ନିଶ୍ଚୟ ପହଞ୍ଚିବ । କିନ୍ତୁ ସମସ୍ତଙ୍କ ଆଶା ଭାଙ୍ଗିଗଲା । କୋଟିକୋଟି  ଭାରତୀୟଙ୍କର ହୃଦୟ ଭାଙ୍ଗିଗଲା । ଜଣେ ଭାରତୀୟ ଯେ କି ବିହାରର କିଶନଗଞ୍ଜରେ ରୁହନ୍ତି , ତାଙ୍କର ଏହି ଧକ୍କାରେ ମୃତ୍ୟୁ ହୋଇଗଲା । ସେ ବିଶ୍ଵକପର ସେମିଫାଇନାଲରେ ଭାରତର ପରାଜୟ ସହିପାରିଲେ ନାହିଁ ।ଜଣେଇ ଦେଉଛୁ ଯେ ପରାଜୟର ଖବର ଶୁଣିବା କ୍ଷଣି ଅଶୋକ ପାଶ୍ଵାନ(୪୯ବର୍ଷ)ଙ୍କୁ ହୃଦଘାତ ହୋଇଗଲା । ଯାହାଦ୍ୱାରା ତୁରନ୍ତ ତାଙ୍କର ମୃତ୍ୟୁ ହୋଇଗଲା । କ୍ରିକେଟ ପ୍ରତି ଏତେ ଭଲପାଇବା ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ ।

 

ଅଶୋକଙ୍କ ମୃତ୍ୟୁ ପରେ ପରିବାରରେ ଶୋକ ଛାୟା ଖେଳିଗଲା। ଅଶୋକ ସଦର ଡାକ୍ତରଖାନାରେ ଡ୍ରେସର ପଦରେ କାମ କରୁଥିଲେ । ସବୁଦିନ ପରି ସେ ଗତକାଲି କାମକରି ଘରକୁ ଫେରିଲେ ସେତେବେଳେ ଟିଭିରେ ମ୍ୟାଚ ଚଳୁଥିଲା। ତୁରନ୍ତ ସେ ମ୍ୟାଚ ଦେଖିବାକୁ ବସିପଡିଲେ। ମ୍ୟାଚରେ ଭାରତର ସ୍ଥିତି ଖରାପ ହେଉଥିଲା ତ ସେ ବ୍ୟସ୍ତ ହୋଇଯାଉଥିଲେ ।

 

ପୁଣି ମଝିରେ ଯେବେ ରବୀନ୍ଦ୍ର ଜଡେଜା ଓ ମହେନ୍ଦ୍ର ସିଂହ ଧୋନୀ ପାଳି ସମ୍ଭାଳିନେଲେ ସେତେବେଳେ ସେ ଖୁସି ହୋଇଗଲେ । କିନ୍ତୁ ଯେମିତି ଅନ୍ତିମ ଓଭର ସରିଗଲା  ଓ ଖେଳରେ ଭାରତର ୧୮ରନରେ ପରାଜୟ ହୋଇଗଲା ସେ ସଙ୍ଗେସଙ୍ଗେ ତାଙ୍କୁ ଝଟକା ଲାଗିଲା ଓ ତାଙ୍କର ହୃଦୟ ଗତି ବନ୍ଦ ହୋଇଗଲା । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଗଲା ଯେଉଁଠାରେ ତାଙ୍କ ପ୍ରାଣବାୟୁ ଉଡିଗଲା ।

ଅଶୋକ ଯେଉଁଠାରେ କାମ କରୁଥିଲା ସେଠାକାର ଡାକ୍ତର ମଧ୍ୟ କହିଲେ ଯେ ସେ କ୍ରିକେଟର ବହୁତ ସୌକିନ ଥିଲେ ଓ ଖେଳାଳିଙ୍କୁ ଭଗବାନଙ୍କ ଭଳି ମାନୁଥିଲେ .ସର୍ବଦା ନିଜର କର୍ମରେ ଧ୍ୟାନ ରଖୁଥିଲେ । କିନ୍ତୁ ତାଙ୍କର ଏହି ଭଳି ଦୁର୍ବଳତା ମୃତ୍ୟୁର କାରଣ ହେଲା ।

Leave a Reply

Your email address will not be published. Required fields are marked *