April 17, 2024

Odia Express

News For Public

ରବୀନ୍ଦ୍ର ଜଡେଜା: ଗରିବ ସିକୁରିଟିଗାର୍ଡ଼ ଙ୍କ ପୁଅ ଯିଏ ଭାରତକୁ ଜିତେଇବା ନିମନ୍ତେ ଖୁବ ପରିଶ୍ରମ କଲେ – ଜଣାନ୍ତୁ ତାଙ୍କ ଜୀବନର ସଙ୍ଘର୍ଷ ବିଷୟରେ – ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

1 min read

କୁହନ୍ତି ଯେ ଗରିବର ପୁଅ ଭବିଷ୍ୟତରେ ନିଜ ବାପାଙ୍କ ନାମ ଉଜ୍ଜ୍ଵଳ କରିବ । ରବୀନ୍ଦ୍ର ଜଡେଜା ସେଇ ପୁଅ ମାନଙ୍କ ମଧ୍ୟରୁ ଜଣେ। ଜଡେଜା ଆଜି ପଡିଆରେ ଯେଉଁ ଖେଳ ଦେଖାଇକଲେ ତାହା ପ୍ରକୃତରେ ପ୍ରଶଂସନୀୟ । ହୁଏତ ଭାରତ ପରାସ୍ତ ହୋଇଗଲା ଓ ଫାଇନାଲରୁ ବଞ୍ଚିତ ହେଲା ।ଆଜି ଆମେ ଆପଣଙ୍କୁ ଜଡେଜାଙ୍କ କାହାଣୀ କହୁଛୁ । ଜଡେଜା ଭାରତୀୟ ଦଳର ଅଲରାଉଣ୍ଡର ଅଟନ୍ତି । ଯେତେବେଳେ ଦଳ ଯାହା ତାଙ୍କ ଠାରୁ ଆଶା କରିଛି ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଜଡେଜା ଆଇସିସି ପ୍ଲେୟାର ରାଙ୍କିଙ୍ଗରେ ଟେଷ୍ଟରେ ଏକ ନମ୍ବର ବୋଲର ରହି ସାରିଛନ୍ତି । ଜଡେଜାଙ୍କ ଜନ୍ମ ଗୁଜୁରାଟର ଜାମନଗର ଜିଲ୍ଲାର ନବଗାମ ଖେଡରେ ୬ଡିସେମ୍ବର ୧୯୮୮ରେ ହୋଇଥିଲା ।

 

ତାଙ୍କ ପିତା ଅନିରୁଦ୍ଧ ସିଂହ ସେନାବାହିନୀ ରେ ଥିଲେ କିନ୍ତୁ ଆଘାତ ପାଇଥିବା ଯୋଗୁ ତାଙ୍କୁ ସୈନ୍ୟବାହିନୀ ଛାଡିବାକୁ ପଡିଥିଲା ଓ ନିରପତ୍ତାରକ୍ଷୀର ଚାକିରି କରିବାକୁ ହୋଇଥିଲା । ତାଙ୍କର ମାଆ ଲତା ନର୍ସ ଥିଲେ । ଜଡେଜା କ୍ରିକେଟକୁ ନେଇ ଖୁବ ଭାବପ୍ରବଣ ଥିଲେ ଓ ନିଦରେ ଥାଇ ମଧ୍ୟ , ଧର, ଫିଙ୍ଗ ବୋଲି କହୁଥିଲେ । ଏଥିଯୋଗୁ ତାଙ୍କ ବାପା ତାଙ୍କୁ ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଚୌହାନଙ୍କ ନିକଟକୁ ନେଇଗଲେ । ଯଦିଓ ତାଙ୍କ ପିତା ଚାହୁଁଥିଲେ ଜଡେଜା ସେନାବାହିନୀରେ ଭର୍ତ୍ତି ହୁଅନ୍ତୁ କିନ୍ତୁ ପତ୍ନୀ ଲତାଙ୍କ କହିବା ମାନି ସେ ନିଜ ଜିଦ ଛାଡିଦେଲେ ।

 

ଜଡେଜା ନିଜ ମାଆଙ୍କର ବହୁତ ଗେଲ୍ହା ଥିଲେ ଓ ଯେବେ ତାଙ୍କର ମୃତ୍ୟୁ ହୋଇଗଲା ସେ ଭାଙ୍ଗିପଡିଲେ । ୨୦୦୫ରେ ମାଆଙ୍କ ମୃତ୍ୟୁ ପରେ ଜଡେଜା କ୍ରିକେଟ ଛାଡିବାର ନିଷ୍ପତ୍ତି ନେଲେ କିନ୍ତୁ ନିଜ ଦୁଇ ଭଉଣୀ ଭୁଝେଇବା ପରେ ଖେଳ ଜାରି ରଖିଲେ । ସେ ସବୁବେଳେ ଏହା ସୁନିଶ୍ଚିତ କରୁଥିଲେ ଯେ ତାଙ୍କ ପୁଅକୁ କ୍ରିକେଟ ଦଳରେ ଅଭିଯୋଗର ସୁଯୋଗ ନମିଳୁ । ଜଡେଜା ୨୦୦୮ରେ ଭାରତର ୧୯ବର୍ଷରୁ କମ ଭାରତୀୟ ଦଳ ନିମନ୍ତେ ଖେଳିଥିଲେ । ଏହା ତାଙ୍କ କ୍ୟାରିଅରର ଏକ ବଡ ମୋଡ ଥିଲା । ସେହି ବିଶ୍ଵକପ ବିଜୟ ପରେ ‘ସାର ଜଡେଜା’ ପଛକୁ ଫେରି ଆଉ ଦେଖିନାହାନ୍ତି । କୁହାଯାଏ ଯେ ସେ ପୂର୍ଣ୍ଣ ସମର୍ପଣ ଭାବନା ଓ ଅନୁଶାସନ ସହ ନିଜକୁ କ୍ରିକେଟ ପାଇଁ ସମର୍ପି ଦେଇଥିଲେ ।

 

ଜଡେଜାଙ୍କ ପ୍ରତିଭାକୁ ପ୍ରଥମଥର ପୂର୍ବତନ ଭାରତୀୟ ଅଧିନାଯକ କିରଣ ମୋର ଚିହ୍ନି ପାରିଥିଲେ । ୨୦୦୨ରେ ମୋର ୧୪ବର୍ଷରୁ କମ ଭାରତୀୟ ଦଳ ନିମନ୍ତେ ଖେଳୁଥିବା ଜଡେଜାଙ୍କୁ ଦେଖିଲେ ଓ ତାପରେ ନିଜ ଏକାଡେମି ପାଇଁ ତାଙ୍କୁ ଖେଳିବାର ପ୍ରସ୍ତାବ ଦେଲେ । ଏହାପରେ ଜଡେଜା ସୌରାଷ୍ଟ୍ର ତରଫରୁ ୧୯ବର୍ଷରୁ କମ ଦଳରେ ପ୍ରବେଶ କଲେ । ଏହାପରେ ତାଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସୁଯୋଗ ମିଳିଲା ଓ ଏହାପରେ ଜଡେଜା ଡିସେମ୍ବର ୨୦୧୨ରେ ଇଂଲଣ୍ଡ ବିରୋଧରେ ନାଗପୁର ଟେଷ୍ଟରେ ପ୍ରଥମ ଆବିର୍ଭାବ(debut) କଲେ । ୨୦୦୯ରେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିଲା। ଏହି ମ୍ୟାଚ ଶ୍ରୀଲଙ୍କା ବିରୋଧରେ କଲମ୍ବୋ ଠାରେ ଖେଳାଯାଇଥିଲା । ସେ ୩୦ଟେଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୨ ଉଇକେଟ ନେଇଛନ୍ତି ଓ ୧୦୫୧ରନ ମଧ୍ୟ କରିଛନ୍ତି । ଏଥିମଧ୍ୟରୁ ୭ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ୧୨୯ ଏକଦିବସୀୟ ମ୍ୟାଚରେ ସେ ୧୫୧ ଉଇକେଟ ନେଇଛନ୍ତି ଓ ୧୮୮୮ରନ କରିଛନ୍ତି ।

 

୨୨ ଜାନୁୟାରୀ ୨୦୧୭ରେ ଯେତେବେଳେ ଜଡେଜା କୋଲକାତାର ଇର୍ଡେନଗାର୍ଡେନରେ ସାମ ବିଲିଙ୍ଗ୍ସଙ୍କୁ ଆଉଟ କଲେ ତେବେ ସେ ଅନ୍ତରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟରେ ୧୫୦ତମ ଉଇକେଟ ନେଇଥିବା ପ୍ରଥମ ଭାରତୀୟ ବାମହାତୀ ସ୍ପିନର ହେଲେ । ଏହାପରେ ୨୦୦୭ମାର୍ଚ ରେ ସେ ଲମ୍ବା ସମୟ ପାଇଁ ଶୀର୍ଷରେ ଥିବା ବୋଲର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକେଇ ବିଶ୍ଵର ଏକନମ୍ବର ବୋଲର ହୋଇଥିଲେ । ସୁନୀଲ ଗାଭାସ୍କର ମାର୍ଚ ୨୦୧୩ରେ ଗଣମାଧ୍ୟମ ସମ୍ମୁଖରେ ରବୀନ୍ଦ୍ର ଜଡେଜା ଓ ଚେତେଶ୍ଵର ପୂଜାରାଙ୍କୁ ଭାରତୀୟ ଯୁବ କ୍ରିକେଟର ରୋଲ ମଡେଲ ଆଖ୍ୟା ଦେଇଥିଲେ । ୨୦୧୩ଫେବୃଆରି ମାର୍ଚରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଲାଯାଇଥିବା ଟେଷ୍ଟ ସିରିଜରେ ଭାରତ ୪-୦ରେ ବିଜୟ ପ୍ରାପ୍ତ ହୋଇଥିଲା । ସେଠାରେ ଗଣମାଧ୍ୟମ ସମ୍ମୁଖରେ ଗାଭାସ୍କର ଜଡେଜାଙ୍କୁ ବିଜୟର ବିନ୍ଧାଣି କହିଥିଲେ ।

ରବୀନ୍ଦ୍ର ଜଡେଜାଙ୍କ ସଫଳତାରେ ଧୋନୀଙ୍କର ବହୁତ ବଡ ହାତ ଅଛି । ଜଡେଜାଙ୍କୁ ଧୋନୀ ହିଁ ଦଳରେ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *