March 29, 2024

Odia Express

News For Public

ଧୋନି ଭାଇ ଆପଣଙ୍କ ଉପରେ ଆମେ ଗର୍ବ କରୁଛୁ, ଓ ଏହି ଗର୍ବ କେବେ ଭାଙ୍ଗିବ ନାହିଁ କାରଣ ତମେ ଆମ ପାଇଁ..

1 min read

ମହେନ୍ଦ୍ର ସିଂହ ଧୋନୀ, ଏ ସେହି ନାମ ଯାହା ମୋତେ କ୍ରିକେଟର ନାମ ନେଲେ ପ୍ରଥମେ ମନେପଡେ । ଧୋନୀଙ୍କୁ ଖେଳୁଥିବାର ଦେଖି ଆମେ ଯୁବକ ହୋଇଛୁ । ଧୋନୀଙ୍କ ପ୍ରତ୍ୟେକ ହିଟ ଓ ତାଙ୍କ ଅଧିନାୟକତ୍ଵର କାହାଣୀ ଆମେ ସବୁଦିନ ପଢିଛୁ ଓ ଲେଖିଛୁଧୋନୀଙ୍କ ନିମନ୍ତେ ଆମ ପ୍ରେମ ଏଥିପାଇଁ ମଧ୍ୟ ଅଧିକ କାରଣ ଆମେ ଧୋନୀଙ୍କୁ ବାତ୍ୟା କରିବାର ଦେଖିଛୁ । ସଚିନଙ୍କ ସମୟରେ ଆମକୁ କ୍ରିକେଟ ର ABCD ମଧ୍ୟ ଜଣା ନଥିଲା । ଧୋନୀ କଣ ନକରିଛନ୍ତି କ୍ରିକେଟ ପାଇଁ, 20-20ବିଶ୍ଵକପ , ଏକ ଚମ୍ପିୟାନସ ଟ୍ରଫି, ସବୁ ଶ୍ରେଣୀର କ୍ରିକେଟରେ ଦଳକୁ ଏକନମ୍ବର ମାନ୍ୟତା କରେଇଲେ । ଏଥିପାଇଁ ଆମ ପାଇଁ କ୍ରିକେଟର ଅର୍ଥ କହିଲେ ମହେନ୍ଦ୍ର ସିଂହ ଧୋନୀ ଅଟେ । ଧୋନୀ ଯେତେବେଳେ ନୂଆ ଆସିଥିଲେ ସେତେବେଳେ ତାଙ୍କ ଲୁକ ମନ ମୋହି ନେଇଥିଲା ଓ ତାପରେ ତାଙ୍କ ବ୍ୟାଟ ଏପରି ଜାଦୁ ଦେଖାଇଲା ଯେ ଆମେ ସ୍କୁଲରେ ମଧ୍ୟ ଧୋନୀ ଧୋନୀ କହୁଥିଲୁ। ଆମେ ମଧ୍ୟ ସ୍କୁଲ ପଡିଆରେ କ୍ରିକେଟ ଖେଳୁଥିଲୁ । ଧୋନୀଙ୍କ ନକଲ କରିବାକୁ ଚେଷ୍ଟା କରୁଥିଲୁ ।

ଥରେ ହେଲିକପ୍ଟର ଖେଳିବାକୁ ଚେଷ୍ଟା କରିଥିଲି ଯେ ଗୋଇଠିରେ ବ୍ୟାଟ ଏତେ ଜୋରରେ ପିଟିହେଲା ଯେ ଆଉ କେବେ ସେ ସଟ ଖେଳିବାକୁ ଚେଷ୍ଟା କରିନି। ହେଲିକପ୍ଟରରୁ ମିଳିଥିବା କଷ୍ଟ ଆଜିଯାଏ କମ ହେଇନି । ୱିକେଟ ପଛକୁ ଯାଇଥିଲି ମାହିଙ୍କୁ କପି କରିବାକୁ । ଡାଇଭ ମାରି ଦେଖିଲି ତ କାନ୍ଧ ଛିଡିଗଲା । ସର୍ବମୋଟରେ କଥା ଏହା ଯେ ମୋଭଳି ନଜାଣେ କେତେ ଅଛନ୍ତି ଯେଉଁମାନଙ୍କ ପାଇଁ କ୍ରିକେଟର ଅର୍ଥ ଧୋନୀ ଥିଲା । ତାପରେ ଆମେ ଯୁବକ ହେବାରେ ଲାଗିଲୁ ଓ ଧୋନୀ ଭାଇ ମହାନ ହୋଇଗଲେ ।

 

୨୦୦୭ରେ T-୨୦ଜିତିକରି ଧୋନୀ ଆମ ହୃଦୟ ଓ ମସ୍ତିସ୍କ କବ୍ଜା କରିନେଲେ । ୨୦୧୧ରେ ତ ସେ ଆମ ହୃଦୟରେ ପୁରା ୩ବିଏଚକେର ଫ୍ଲାଟ କରିଦେଲେ । ଆପଣଙ୍କୁ ତାଙ୍କର ଆଲୋଚନା କରିବା ପୂର୍ବରୁ ଚିନ୍ତାକରିବାକୁ ହେବ ଜଣେ ବ୍ୟକ୍ତି ଦେଶ ପାଇଁ ଏତେ ସବୁ କରିସାରିଛନ୍ତି ତ ଆପଣ ତାଙ୍କଠାରୁ ଆଉ କଣ ଚାହାନ୍ତି । ସେ ନା ତ ଥକିଛନ୍ତି ନା ସେ ଅଟକି ଯାଇଛନ୍ତି ବାସ ଏବେ ପରିସ୍ଥିତି ଓ ନିଷ୍ପତ୍ତି ତାଙ୍କ ହାତରେ ନାହିଁ ।

ଧୋନୀଙ୍କ ଯାତ୍ରା ଉପରେ ଦୃଷ୍ଟି ପକେଇବା: ଖେଳରତ୍ନରେ ସମ୍ମାନିତ ହୋଇସାରିଛନ୍ତି । ୨୦୦୭ମସିହାରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳକୁ ଟି-୨୦ ବିଶ୍ଵକପ ବିଜେତା ବନେଇଥିଲେ । ଭାରତ ୨୦୦୭ ଟି-୨୦ ବିଶ୍ଵକପ ଫାଇନାଲ ରେ ପାକିସ୍ଥାନକୁ ହରେଇଥିଲା । ସେହି ବର୍ଷ ଧୋନୀଙ୍କୁ ଖେଳରତ୍ନ ପୁରସ୍କାର ଦିଆଯାଇଥିଲା । ଯେବେ ଧୋନୀଙ୍କୁ ଏହି ପୁରସ୍କାର ଦିଆଗଲା ସେତେବେଳେ ଧୋନୀ ଦ୍ଵିତୀୟ ଭାରତୀୟ କ୍ରିକେଟର ଥିଲେ ଯାହାଙ୍କୁ ଏହି ପୁରସ୍କାର ମିଳିଥିଲା । ଧୋନୀଙ୍କ ପୂର୍ବରୁ ୧୯୯୭ରେ ସଚିନ ତେନ୍ଦୁଲକରଙ୍କୁ ଏହି ପୁରସ୍କାର ଦିଆଯାଇସାରିଛି । ୨୦୧୧ରେ ଧୋନୀ ଭାରତୀୟ ଦଳକୁ ୨୮ବର୍ଷ ପରେ ବିଶ୍ଵକପ ବିଜୟୀ କରିଥିଲେ ।

 

ଦେଶର ଅନ୍ୟ ବଡ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କ୍ୟାପଟେନ କୁଲ: ଖେଳ ରତ୍ନ ପରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୯ରେ ଧୋନୀଙ୍କୁ ପଦ୍ମଭୂଷଣ ପୁରସ୍କାର ମିଳିଥିଲା । ଧୋନୀଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଅନେକ ସୁଯୋଗ ରେ ଶୀର୍ଷ ସ୍ଥାନରେ ରହୁଥିଲା । ଟେଷ୍ଟ ରାଙ୍କିଙ୍ଗ ରେ ଭାରତୀୟ ଦଳ ଧୋନୀଙ୍କ ଅଧିନାୟକତ୍ଵରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ୨୦୦୮ ଓ ୨୦୦୯ରେ ଧୋନୀଙ୍କୁ ଆଇସିସି ଏକଦିବସୀୟରେ ପ୍ଲେୟାର ଅଫ ଦି ୟିଅର ନିର୍ବାଚିତ କରାଯାଇଥିଲା ।

ପ୍ରଶଂସକ କରୁଛନ୍ତି ଭାରତରତ୍ନ ମିଳିବା କଥା: ଭାରତର ଏକମାତ୍ର କ୍ରିକେଟର ଯାହାଙ୍କୁ ଭାରତ ରତ୍ନ ମିଳିଛି ସେ ହେଉଛନ୍ତି ମାଷ୍ଟରବ୍ଳାଷ୍ଟର ସଚିନ ତେନ୍ଦୁଲକର । ସଚିନଙ୍କ ପରେ ଧୋନୀଙ୍କ ପ୍ରଶଂସକ ମଧ୍ୟ ତାଙ୍କୁ ଭାରତ ରତ୍ନ ଦେବାପାଇଁ ଦାବି କରୁଛନ୍ତି । ଧୋନୀଙ୍କୁ ସେନାବାହିନୀ ତରଫରୁ ମଧ୍ୟ ସମ୍ମାନିତ କରାଯାଇଛି । ବର୍ତ୍ତମାନ ଦେଖିବା କଥା ଏହା ଯେ କଣ ଧୋନୀଙ୍କୁ ସରକାର ଭାରତ ରତ୍ନ ଦେଉଛନ୍ତି ନା ନାହିଁ ।

Leave a Reply

Your email address will not be published. Required fields are marked *