April 16, 2024

Odia Express

News For Public

ଶକ୍ତି କପୁରଙ୍କ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି – ସୁନ୍ଦରତା ରେ ତାଙ୍କ ଝିଅ ଶ୍ରଦ୍ଧାକୁ ମଧ୍ୟ ଟପିଯିବେ ସେ , ଏହି ଫିଲ୍ମ ରେ ଅଭିନୟ ମଧ୍ୟ କରିଛନ୍ତି..

ଆମେ ସମସ୍ତେ ବଲିଉଡ ଅଭିନେତାଙ୍କ ଜୀବନ ବିଷୟରେ ଜାଣିବା ନିମନ୍ତେ ଉତ୍ସୁକ ରୁହନ୍ତି ପଛେ ସେ ତାଙ୍କର ଅତୀତ ବିଷୟରେ ହେଉ ବା ବର୍ତ୍ତମାନ ବିଷୟରେ ହେଉ । ଆମେ ସମସ୍ତେ ଏହା ଜାଣିବାକୁ ଚାହୁଁ ଯେ ତାଙ୍କର ବ୍ୟକ୍ତିଗତ ଜୀବନରେ କଣ ସବୁ ଚାଲିଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଖବର ନେଇ ଆସିଛୁ ଯାହା ୭୦ ଓ ୮୦ଦଶକରେ ଖଳନାୟକ ହୋଇ ମଧ୍ୟ ଲୋକଙ୍କ ହୃଦୟରେ ରାଜୁତି କରିଥିବା କଳାକାର ଶକ୍ତି କପୁରଙ୍କ ବିଷୟରେ । ଆମେ ଆପଣଙ୍କୁ ତାଙ୍କର ଜୀବନ ସହ ଯୋଡି ହୋଇଥିବା କିଛି କଥା କହିବାକୁ ଯାଉଛୁ । ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ଶକ୍ତି କପୁରଙ୍କର ପ୍ରକୃତ ନାମ ସୁନୀଲ କପୁର ଥିଲା । ତାଙ୍କର ଜନ୍ମ ଦିଲ୍ଲୀର କାରୋଲବାଗରେ ୩ସେପ୍ଟେମ୍ବର ୧୯୫୨ରେ ହୋଇଥିଲା ।

 

ତାଙ୍କର ପିତା ଜଣେ ଟେଲର ଥିଲେ । ବାଲ୍ୟସମୟରୁ ଶକ୍ତି ବହୁତ ଦୁଷ୍ଟ ଥିଲେ । ଏମିତିକି ନିଜର ଏହି ଦୁଷ୍ଟାମି ଯୋଗୁ ୩ଟି ସ୍କୁଲରୁ ବାହାର କରିଦିଆ ଯାଇଥିଲେ । ତାଙ୍କୁ ନିଜର ସୁନୀଲ ନାମ ଦୁର୍ବଳ ଲାଗିଲା ଯାହାକୁ ସେ ବଦଳେଇ ଶକ୍ତି କରିଦେଲେ । ତାଙ୍କର ଜନ୍ମ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ତାଙ୍କର ପିତାଙ୍କର କନ୍ନଟ ପ୍ଲେସରେ ଟେଲରିଙ୍ଗ ଦୋକାନ ଥିଲା । ଶକ୍ତି କପୁର ଦିଲ୍ଲୀ ୟୁନିଭର୍ସିଟିର କିରୋଡି ମଲ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ । ଏହାଛଡା ଏଫଟିଆଇଆଇ ରୁ ଅଭିନୟ ତାଲିମ ନେଇଥିଲେ । ଶକ୍ତି କପୁରଙ୍କ ଉପରେ ୧୦୦ରୁ ଅଧିକ ଚଳଚ୍ଚିତ୍ର ଗୀତର ଶୁଟିଙ୍ଗ ହୋଇଛି ।

 

କାରଣ ସେ ଯୁବକ ନାୟକ ଭଳି ଦିଶୁଥିଲେ ତେଣୁ ତାଙ୍କ ଉପରେ ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ , ଗୋବିନ୍ଦାଙ୍କ ସହ ଅନେକ ଗୀତର ଫିଲ୍ମାଙ୍କନ ହୋଇଛି । ରକି ଚଳଚ୍ଚିତ୍ରରେ ସେ ସଞ୍ଜୟ ଦତ୍ତଙ୍କ ସହ ନୃତ୍ୟ ପ୍ରତିଯୋଗୀତାରେ ନଜର ଆସିଥିଲେ । ଶକ୍ତିଙ୍କୁ ଏତେ ଭଲ ଡ୍ୟାନ୍ସ କରିବା ଦେଖି ଅମଜାଦ ଖାନ ତାଙ୍କ ନାମ ଡିସ୍କୋ କ୍ଵିନ ରଖିଦେଇଥିଲେ । ଫିଲ୍ମ ତୋଫାରେ ଶକ୍ତିଙ୍କ ଦ୍ଵାରା କୁହାଯାଇଥିବା ଡାୟଲଗ ‘ଆଉ…. ଲଲିତା….’ ବହୁତ ପସନ୍ଦ କରଯାଇଥିଲା

 

ଏମିତିରେ ଆମେ ସମସ୍ତଙ୍କୁ ଏହା ଜଣା ଯେ ଶକ୍ତି କପୁର ଙ୍କ ଝିଅ ଶ୍ରଦ୍ଧା କପୁର ମଧ୍ୟ ନିଜ ପିତାଙ୍କ ଭଳି ଜଣେ ପ୍ରତିଷ୍ଠିତ କଳାକାର ଅଟନ୍ତି । ତାଙ୍କ ବିଷୟରେ ଆପଣମାନେ ଅନେକ ଖବର ଜାଣିଥିବେ କିନ୍ତୁ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆଜି ଆମେ ଶକ୍ତି କପୁରଙ୍କର ପତ୍ନୀଙ୍କ ବିଷୟରେ କିଛି ଏପରି କଥା ଜଣେଇବୁ ଯାହା ଆପଣ ହୁଏତ ଜାଣିନଥିବେ ।ଶକ୍ତି କପୁର ଶିବାଙ୍ଗୀ କୋଲ୍ହାପୁରେଙ୍କ ସହ ବିବାହ କରିଥିଲେ । ତାଙ୍କ ପତ୍ନୀ ଶିବାଙ୍ଗୀ କୋଲ୍ହାପୁରେ ସମ୍ପର୍କରେ ଫିଲ୍ମ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରେ ଙ୍କର ଭଉଣୀ ଅଟନ୍ତି । ଶିବାଙ୍ଗୀ କିସ୍ମତ ଫିଲ୍ମ କରୁଥିଲେ ଯେଉଁଥିରେ ଶକ୍ତି ମଧ୍ୟ ଥିଲେ । ଶିବାଙ୍ଗୀ ଙ୍କୁ ଶକ୍ତି ପ୍ରେମ କରିବସିଲେ ।

 

ଶକ୍ତି ସ୍ପୋର୍ଟ୍ସ କାର ର ସୌକିନ ଥିଲେ ଓ କାର ଉପରେ ବହୁତ ପଇସା ଖର୍ଚ୍ଚ କରୁଥିଲେ । ନିଜର ସ୍ପୋର୍ଟ୍ସ କାର ରେ ଶିବାଙ୍ଗୀଙ୍କୁ ବୁଲେଇ ସେ ତାଙ୍କର ମନ ଜିଣିନେଲେ । ସେହି ସମୟରେ ଶିବାଙ୍ଗୀଙ୍କ ଘରଲୋକେ ଏହି ବିବାହର ବିରୋଧ କରିଥିଲେ । ଏହାପରେ ଶିବାଙ୍ଗୀ ଯେବେ ୧୮ବର୍ଷର ହେଲେ ସେ ଶକ୍ତି ଙ୍କ ସହ ଘରୁ ପଳେଈ କୋର୍ଟ ମାରେଜ କରିନେଲେ । ଆଜି ଏ ଦୁଇଜଣ ବହୁତ ଖୁସିରେ ଅଛନ୍ତି ଓ ଆମେ ଆଶା କରୁଛୁ ଯେ ଏ ଦୁହେଁ ସବୁବେଳେ ଖୁସିରେ ରୁହନ୍ତୁ । ଏମାନଙ୍କ ବିବାହ ୧୯୮୨ରେ ରେ ହୋଇଥିଲା ।

ଶିବାଙ୍ଗୀ ଓ ଶକ୍ତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରଦ୍ଧା କପୁର ମଧ୍ୟ ବଲିଉଡରେ ଅନେକ ଚଳଚ୍ଚିତ୍ର କରିସାରିଛନ୍ତି । ତାଙ୍କର ପୁତ୍ରର ନାମ ସିଦ୍ଧାନ୍ତ କପୁର ଅଟେ । ଆପଣଙ୍କୁ ଜଣେଇ ଦେଉଛୁ ଯେ ଶିବଙ୍ଗିଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପଣ୍ଢାରୀନାଥ କୋଲ୍ହାପୁରେ ଓ ମାତାଙ୍କ ନାମ ଅନୁପମା କୋଲ୍ହାପୁରେ ଅଟେ । ତାଙ୍କର ଗୋଟିଏ ଭଉଣୀ ଅଛନ୍ତି ଯାହାଙ୍କ ନାମ ପଦ୍ମିନୀ କୋଲ୍ହାପୁରେ ।

Leave a Reply

Your email address will not be published. Required fields are marked *