March 22, 2024

Odia Express

News For Public

BREAKING: ବିଶ୍ଵକପ ପରେ ବିରାଟ କୋହଲୀଙ୍କ ଉପରେ ପଡିଛି BCCI ର ଚଡକ, ଛଡେଇ ନିଆଯାଇପାରେ ଅଧିନାୟକ ପଦ – ଏହି ଖେଳାଳି ପୁଣି ଅଧିନାୟକ ହେବେ..

ବିଶ୍ଵକପ 2019ରେ ସେମିଫାଇନାଲ ପ୍ରତିଯୋଗୀତାରେ ପରାସ୍ତ ହେବାପରେ ଭାରତୀୟ ଦଳ ଅଧିନାୟକ ନେଇ ବହୁତ ଚର୍ଚା ଚାଲିଛି । ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବାପରେ ବିସିସିଆଇ ଦଳର ଅଧିନାୟକକୁ ନେଇ ଅନେକ ଚର୍ଚା କରୁଛି । ଯେଉଁଥିରେ ଚୟନକର୍ତ୍ତା ଓ କୋଚ ରବି ଶାସ୍ତ୍ରୀଙ୍କ ଭୂମିକା ମୁଖ୍ୟ ଅଟେ । ଏତିକି ନୁହେଁ ନ୍ୟୁଜିଲାଣ୍ଡ ଠାରୁ ମିଳିଥିବା ପରାଜୟର ସମୀକ୍ଷା କରିବା ବେଳେ ବିସିସିଆଇ ଅନେକ ବଡ ନିଷ୍ପତ୍ତି ନେଇପାରେ । ଏହାଦ୍ୱାରା ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଫାଟ ଦେଖିବାକୁ ମିଳିପାରେ । ତେବେ ଆସନ୍ତୁ ଜାଣିବା ଏହି ଲେଖାରେ ଆପଣଙ୍କ ନିମନ୍ତେ କଣ ଅଛି

 

ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ରେ ଭାରତୀୟ ଦଳ ସଂପୂର୍ଣ୍ଣ ରୂପେ ବିରାଟ କୋହଲୀ ଓ ରୋହିତ ଶର୍ମା ଙ୍କ ଉପରେ ନିର୍ଭରଶୀଳ ଥିଲା । ଏହାର ପ୍ରମାଣ ନିଜେ ସ୍କୋରବୋର୍ଡ ଅଟେ । ଏ ସମୟରେ ବର୍ତ୍ତମାନ ବିସିସିଆଇ ଏହି ଦୁଇ ଖେଳାଳିଙ୍କୁ ବାଣ୍ଟିବା ନିମନ୍ତେ ପ୍ରସ୍ତୁତ ହେଉଛି । ଫଳରେ ଆଗାମୀ ବିଶ୍ଵକପରେ ଦଳ ଭଲ ପ୍ରଦର୍ଶନ କରିବ ଓ ବିଶ୍ଵକପ ଜିତିପାରିବ। ଏହାର ପ୍ରସ୍ତୁତି ବୋର୍ଡ ଆରମ୍ଭ କରିସାରିଛି । ଏତିକି ନୁହେଁ, ବିସିସିଆଇର ଅଧିକାରୀଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରକୃଷ୍ଟ ସମୟ ଆସିଯାଇଛି ଯେ ଅଧିନାୟକ ବଦଳାଯିବ, ଏହାଦ୍ବାରା ରୋହିତ ଶର୍ମାଙ୍କ ନାମ ମୁଖ୍ୟରୂପେ ନିଜଯାଉଛି ।

 

ବିରାଟ କୋହଲୀଙ୍କ ଠାରୁ ଅଧିନାୟକତ୍ଵ ଛଡେଇ ନିଆଯାଇ ପାରେ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେମିଫାଇନାଲରେ ମିଳିଥିବା ପରାଜୟ ଯୋଗୁ ବିସିସିଆଇ ଅନେକ ବଡ ନିଷ୍ପତ୍ତି ନେଇପାରେ । ଯାହାଦ୍ୱାରା ବିରାଟ କୋହଲୀ ଙ୍କ ଅଧିନାୟକତ୍ଵ ଉପରେ ବଡ ନିଷ୍ପତ୍ତି ହୋଇପାରେ । ରିପୋର୍ଟ ଅନୁଯାୟୀ ବିସିସିଆଇ ବିରାଟଙ୍କ ଠାରୁ ଏକଦିବସୀୟ ଅଧିନାୟକତ୍ଵ ଛଡେଇ ନେଇପାରେ । ଫଳରେ ସେ ନିଜର ସ୍ଵାଭାବିକ ଖେଳ ଖେଳିପାରିବେ । ଯଦିଓ, ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ବିରାଟ କୋହଲୀ ଟେଷ୍ଟ କ୍ରିକେଟରେ ଅଧିନାୟକ ରହିବେ । କିନ୍ତୁ ଏକଦିବସୀୟରେ ତାଙ୍କଠାରୁ ଏହା କାଢି ନିଆଯିବ ।

 

ରୋହିତ ଶର୍ମାଙ୍କୁ ମିଳିପାରେ ଅଧିନାୟକ ପଦ

ଅଧିକାରୀ ମାନଙ୍କ କଥା ଅନୁଯାୟୀ ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏବେ ଦାୟିତ୍ଵ ବଣ୍ଟନ ସମୟ ଆସିଯାଇଛି । ଯେଉଁ କାରଣରୁ ସେ ହିଟମ୍ୟାନ ଶର୍ମାଙ୍କୁ ଏକଦିବସୀୟ ଅଧିନାୟକର ଦାୟିତ୍ଵ ଦିଆଯାଇପାରେ, କୋହଲୀଙ୍କ ପାଖରେ ଟେଷ୍ଟ ପଦ ରହିବ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏବେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାର ସମର୍ପିବାର ପ୍ରକୃଷ୍ଟ ସମୟ ଆସିଯାଇଛି । ଏହି କାରଣରୁ ତାଙ୍କୁ ଏହି ଦାୟିତ୍ଵ ମିଳିବ । ଏହି ତଥ୍ୟ ଉପରେ ଅନେକ ଅଧିକାରୀ ରାଜି ଅଛନ୍ତି, କିନ୍ତୁ ଅନ୍ତିମ ନିଷ୍ପତ୍ତି ବିସିସିଆଇ ବୈଠକରେ ନିଆଯିବ ।

 

ବିରାଟ ଓ ରୋହିତ ମଧ୍ୟରେ ଫାଟ

ଅଧିକାରୀମାନଙ୍କ କହିବା ହେଲା ଯେ ବିଶ୍ଵକପ ସମୟରେ ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଫାଟ ହେବାର ଖବର ଆସିଥିଲା ଯାହା କେବଳ ଗୁଜବ ଅଟେ । କିନ୍ତୁ ବୈଠକରେ ଏହି ସବୁ ବିଷୟ ଉପରେ ମଧ୍ୟ ଚର୍ଚା କରାଯିବ । ତା ସହ ପରାଜୟର ସମୀକ୍ଷା ହେବ  ଓ ଦଳ ହିତରେ ଯାହା ଠିକ ତାହା ଭବିଷ୍ୟତରେ ଲାଗୁ କରାଯିବ । ଅଧିକାରୀ କହିଲେ ଯେ ଏହି ବିଶ୍ଵକପରେ ଯାହା ହେଲା ତ ହେଲା କିନ୍ତୁ ଆସନ୍ତା ବିଶ୍ଵକପର ପ୍ରସ୍ତୁତି ଆମକୁ ଆଜିଠାରୁ ଆରମ୍ଭ କରିବାକୁ ହେବ, ଫଳରେ ସେଥିରେ କିଛି ଭୁଲ ରହିବ ନାହିଁ ଓ ଆମେ ବିଜୟ ପ୍ରାପ୍ତ କରିବୁ ।

Leave a Reply

Your email address will not be published. Required fields are marked *