ବାପା କୋଟିପତି କିନ୍ତୁ ପୁଅ ହେଲା ଯୋଗୀ, ୧୨ବର୍ଷ ବୟସରେ କୋଟି କୋଟି ଟଙ୍କାର ଗାଡି ଛାଡି ଦୀକ୍ଷା ନେଲା – କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ଅନେକ ସମୟରେ ଦେଖାଯାଏ କି କୋଟିପତି ବାପାଙ୍କର ପୁଅ ମାନେ ମଧ୍ୟ ସୌକୀନ ହୋଇଥାନ୍ତି । ସେମାନେ ମହଙ୍ଗା ଗାଡି, ପର୍ଫ୍ୟୁମ, ଘଡି ର ସଉକ ଥାଏ ଓ ସେମାନେ ସବୁଜିନିଷ ମାଗିବା ପୂର୍ବରୁ ମିଳିଯାଏ ତେଣୁ ସେମାନେ ଆହୁରି ଦାୟିତ୍ଵହୀନ ହୋଇଥାନ୍ତି କିନ୍ତୁ ଏପରି କିଛି କାହାଣୀ ଅଛି ଯାହାକି ଏହାର ବିଲକୁଲ ବିପରୀତ ଅଟେ ଓ ଆଜି ଆମେ ଆପଣଙ୍କୁ ଏହିଭଳି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି କାହାଣୀ ଏକ ଉଚ୍ଚ ସମ୍ଭ୍ରାନ୍ତ ଘରର ପୁଅ ର କାହାଣୀ ଯିଏ ଏମିତି କିଛି କରିଛି ଯାହା ଆମେ ପ୍ରାୟତଃ ବହି ମାନଙ୍କରେ ପଢିଥାଉ ।

 

ଯେଉଁ ବାଲ୍ୟକାଳରେ ପିଲାମାନେ ଖେଳ ଖେଳିବା ବିଷୟରେ ଚିନ୍ତା କରନ୍ତି ସେହି ବୟସରେ ଯଦି କେଉଁ ବାଳକ ସନ୍ୟାସୀ ହୋଇଯାଏ ତେବେ ଏହା ସମସ୍ତଙ୍କୁ ଚକିତ କରିବା କଥା ହୋଇଥାଏ । ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ର କଥା ଏହା ଯେ ଏହା ସେହି ବାଳକ କେବଳ ଭାବନା ନୁହେଁ କରିକି ଦେଖେଇଦେଇଛି । ଆମେ ଭବ୍ୟଶାହ ଙ୍କ ବିଷୟରେ କହୁଛୁ ଯିଏକି୧୨ବର୍ଷ ବୟସରେ ଜୈନ ଭିକ୍ଷୁ ହେବାର ନିଷ୍ପତ୍ତି ନେଇଛନ୍ତି । ଏହି ମାମଲା ସୁରାଟର ହୀରା ବେପାରୀ ଦୀପେଶ ଶାହ ଙ୍କର ୭ମ ଶ୍ରେଣୀରେ ପଢୁଥିବା ଭବ୍ୟ ଶାହ ଜୈନ ଭିକ୍ଷୁ ହେବାର ନିଷ୍ପତ୍ତି ନେଇଛନ୍ତି । ଭବ୍ୟ ଶାହ ଏବେ ପରିବାର ଛାଡି ଦୀକ୍ଷା ନେବେ ।

 

ଆଜି ଆମେ ଆପଣଙ୍କୁ ଏଭଳି ହୀରା ବେପାରୀଙ୍କ ପୁଅ ବିଷୟରେ ଜଣେଇବୁ ଯିଏ କେବଳ ୧୨ବର୍ଷ ବୟସ ରେ ଦୀକ୍ଷା ନେବା ପାଇଁ ଚିନ୍ତା କରିସାରିଛନ୍ତି । ଆମେ ଗୁଜୁରାଟ ର ସୁରାଟ ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏକ ଏଭଳି ମାମଲା ପଦାକୁ ଆସିଛି । ସୁରାଟ ର ଭବ୍ୟ ଶାହ ଏବେ ପରିବାର ଛାଡି ଦୀକ୍ଷା ରାସ୍ତାରେ ଆଗେଇଛନ୍ତି । ୭ମ ଶ୍ରେଣୀର ଏହି ବାଳକ  ଶେଷଥର ନିଜ ପରିଜନ ମାନଙ୍କ ସହ ସାକ୍ଷାତ କରି ସାରିଛନ୍ତି । ପରିବାର ସଦସ୍ୟ ମାନେ ନିଜର ପୁତ୍ରକୁ ମନଭରି ଦେଖିବାକୁ ଚାହୁଁଥିଲେ । ଏହି କାରଣରୁ ଭବ୍ୟର ଶୁଭ ଯାତ୍ରା ବହୁତ ବଡ ଶୋଭାଯାତ୍ରା ସହ ବାହାରିଥିଲା ।

 

ଭବ୍ୟ ଶାହ ପାଇଁ ପିତା ଦୀପେଶ ଶାହ ଙ୍କର ମିତ୍ର ଜୟେଶ ଦେଶାଇ ବିଶେଷ ରୂପରେ ଫେରାରି କାର ପଠେଇଥିଲେ । କାରଣ ସାଂସାରିକ ସୁଖ ତ୍ୟାଗ କରି ଜୈନ ସନ୍ଥ ଦୀକ୍ଷା ନେବାକୁ ଯାଉଥିବା ଭବ୍ୟ ଯିଏ ଗାଡି ଓ ପର୍ଫ୍ୟୁମ ସଉକିନ ରଖନ୍ତି  ସେ ଶେଷଥର ଏହାକୁ ପୂରଣ କରିବେ । କାରଣ ଏବେ ଦୀକ୍ଷା ଗ୍ରହଣ କରିବା ପରେ ଭବ୍ୟ କେବଳ ପାଦରେ ଚାଲିବେ । ଭବ୍ୟ ଙ୍କର ଶୋଭାଯାତ୍ରା ଖୁବ ଧୁମଧାମ ରେ ଖୋଲା ଜିପ ରେ ବାହାରିଥିଲା । ଭବ୍ୟ ଶାହ ଙ୍କର ପିତା ଦୀପେଶ ଶାହ ଙ୍କର କହିବା ଏହା ଯେ ଭବ୍ୟ ଗତ ଦେଢ ବର୍ଷ ହେବ ତାଙ୍କର ଗୁରୁଜୀଙ୍କ ପାଖରେ ରହୁଥିଲା ଓ ତାକୁ ଏହା ଜଣା ଯେ ସେ ଯେଉଁ ରାସ୍ତାରେ ଯାଉଛି ତାହା କେତେ କଷ୍ଟପୂର୍ଣ୍ଣ ।

 

ଆପଣଙ୍କୁ ଜଣେଇ ଦେଉଛୁ କି ଏହା ପୂର୍ବରୁ ତାଙ୍କର ବଡ ଭଉଣୀ ମଧ୍ୟ ଦୀକ୍ଷା ନେଇସାରିଛନ୍ତି । ହୀରା ବ୍ୟାପାରୀ ଦୀପେଶ ଶାହ ଙ୍କ ପରିବାର ରେ ଦୁଇ ପୁଅ ଓ ଏକ କନ୍ୟା ଅଛନ୍ତି । କନ୍ୟା ପ୍ରିୟାଶୀଂ ଚାରିବର୍ଷ ପୂର୍ବେ ୧୨ବର୍ଷ ବୟସରେ ଦୀକ୍ଷା ନେଇ ଘର ସଂସାର ତ୍ୟାଗୀ ଦେଇଥିଲା ଓ ଏବେ ଭବ୍ୟ ମଧ୍ୟ ଏହା କରିଛି । ଭବ୍ୟର ଦୀକ୍ଷା ୧୨ ଏପ୍ରିଲରେ ପୂର୍ଣ୍ଣ ହେବ ।

ଆପଣଙ୍କୁ ଜଣେଇ ଦେଉଛୁ କି ଏହା ପୂର୍ବରୁ ମଧ୍ୟ ଏଭଳି କିଛି ମାମଲା ସମ୍ମୁଖକୁ ଆସିଛି ଯେଉଁଥିରେ ବହୁତ ବଡ ଘରର ପିଲାମାନେ ଏହି ପ୍ରକାର ଦୀକ୍ଷା ଗ୍ରହଣ କରି ଘର ତ୍ୟାଗ କରିଛନ୍ତି ।

Leave a Reply

Your email address will not be published.