ଯାହାଙ୍କୁ ଆପଣ ଭାବିଥିଲେ ଛୋଟମୋଟ ଅଭିନେତ୍ରୀ ସେ ହେଲେ ସୁପରଷ୍ଟାର ସାହିଦ କପୁରଙ୍କ ଭଉଣୀ, ଫଟୋ ଦେଖନ୍ତୁ…

ବଲିଊଡର ସୌମ୍ୟଦର୍ଶନ ଓ ରୂପବନ ଅଭିନେତାଙ୍କ ମଧ୍ୟରେ ସାହିଦକପୁର ଅନ୍ୟତମ। ଆଜିମଧ୍ୟ ଅନେକ ଯୁବତୀ ତାଙ୍କ ପାଇଁ ଜୀବନ ଦେବାକୁ ରାଜି । ତାଙ୍କର ଗୋଟିଏ ହସରେ ଲକ୍ଷେ ଯୁବତୀ ବଳିଦାନ ଦେବାକୁ ଆଗେଇ ଆସିବେ । ନିଜର ଅଭିନୟ ବଳରେ ଆଜି ସେ ବଲିଊଡରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛନ୍ତି । ସାହିଦ କପୁର ଏହି ସ୍ଥାନରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ ଓ ସଂଘର୍ଷ କରିଛନ୍ତି । ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ସାହିଦ ଅନେକ ମିଉଜିକ ଭିଡିଓ ରେ ଓ ଟିଭି ବିଜ୍ଞାପନରେ କାମକରିଛନ୍ତି । ସେ ହିନ୍ଦୀ ଚଳଚ୍ଚିତ୍ରରେ ବହୁତ ବର୍ଷ ହେବ କାମ କରିଆସୁଛନ୍ତି ।

 

ଆପଣଙ୍କୁ ଜଣେଇ ଦେଉଛୁ ଯେ ଅଭିନେତା ସାହିଦ କପୁର ଏବେ ନିଜର ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ର ଶୁଟିଙ୍ଗ ରେ ବ୍ୟସ୍ତ ଅଟନ୍ତି । ଏଥିରେ ସେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି । ଏବେ ଖବର ଆସିଛି ଯେ ଏହି ଫିଲ୍ମ ପରେ ସେ ଏକ ମାନସ୍ତ୍ୱାତ୍ଵିକ ଚଳଚ୍ଚିତ୍ରରେ ଅଭିନୟ କରିବେ । ପରଦା ଉପରେ ଓ ପରଦା ପଛରେ ମଧ୍ୟ ସେ ସବୁବେଳେ ଚର୍ଚାର ବିଷୟ ହୋଇଥାନ୍ତି । ସେ ନିଜର ନୃତ୍ୟ ଅଭିନୟ ପାଇଁ ମଧ୍ୟ ଜଣାଶୁଣା ଓ ବଲିଊଡ ରେ ଏକ ଶ୍ରେଷ୍ଠ ନୃତ୍ୟ ଅଭିନେତା ରୂପେ ଖ୍ୟାତ ଅଟନ୍ତି । ସାହିଦ ଦର୍ଶକ ମାନଙ୍କ ଭିତରେ ନିଜର ରୋମାଣ୍ଟିକ ଛବି ପାଇଁ ପ୍ରସିଦ୍ଧ । କିନ୍ତୁ କଣ ଆପଣଙ୍କୁ ଜଣା କି ଆଜି ଆମେ ଆପଣଙ୍କୁ ସାହିଦ ଙ୍କ ବିଷୟରେ ନୁହେଁ କିନ୍ତୁ ତାଙ୍କ ଭଉଣୀଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

 

ସୂଚନା ପାଇଁ ଜଣେଇ ଦେଉଛୁ ଯେ ସାହିଦଙ୍କ ଭଉଣୀଙ୍କ ନାମ ସନା କପୁର ଅଟେ । ସେ ଅଭିନେତା ପଙ୍କଜ କପୁରଙ୍କ ଦ୍ଵିତୀୟ ପତ୍ନୀ ସୁପ୍ରିୟା ପାଠକଙ୍କର ଝିଅ ଅଟନ୍ତି । ପଙ୍କଜ କପୁର ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ନୀଳିମା ଅଜିମ ଅଟେ , ତାଙ୍କର ସନ୍ତାନ ସାହିଦ କପୁର । ସୁପ୍ରିୟା ପାଠକଙ୍କର ସନ୍ତାନ ସନା କପୁର ଓ ରୁହାନ କପୁର ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ସାହିଦ ଓ ତାଙ୍କ ଭଉଣୀ ସନାଙ୍କୁ ନେଇ କିଛି କହିବାକୁ ଯାଉଛୁ ।

 

ଯଦି ଆପଣଙ୍କର ମନେଥିବ ତେବେ ଜଣେଇ ଦେଉଛୁ ଯେ ସାହିଦ କପୁର ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ଶାନଦାର ର ଗୀତ ‘ଗୁଲବୋ’ ରେ ସାହିଦଙ୍କ ଭଉଣୀ ସନାକପୁର ମଧ୍ୟ ନଜର ଆସିଥିଲେ । କିନ୍ତୁ ଏହାପରେ ଅଚାନକ ସେ ରୁପେଲି ପରଦାରୁ ଗାୟବ ହୋଇଗଲେ । ଏବେ ଦୀର୍ଘ ସମୟର ବିରତି ପରେ ଆମକୁ ସନାଙ୍କର ପୁଣି ଆଉଥରେ ଝଲକ ଦେଖିବାକୁ ମିଳିଲା ।

 

ସାହିଦ କପୁରଙ୍କ ସାନଭଉଣୀ ସନା କପୁରଙ୍କର ନିର୍ବନ୍ଧ ହୋଇସାରିଛି । ଖବର ଅନୁଯାୟୀ , ସନା ମନୋଜ ପହୱା ଓ ସମି ଭାର୍ଗବ ପହୱାଙ୍କ ପୁଅ ମୟଙ୍କ ପହୱାଙ୍କ ସହ ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧ ସମାରୋହକୁ କେବଳ ନିକଟତମ ସମ୍ପର୍କୀୟଙ୍କ ମଧ୍ୟରେ ସୀମିତ ରଖାଯାଇଥିଲା । ବର୍ତ୍ତମାନ, ଏହି ଖବର ଉପରେ କପୁର କିମ୍ବା ପହୱା ପରିବାରର ସତ୍ୟାସତ୍ୟର ମୋହର ଲାଗିନାହିଁ । କାରଣ ଦୁଇ ପରିବାର ମଧ୍ୟରୁ କେହି ଏ ବିଷୟରେ ମୁହଁ ଖୋକୁନାହାନ୍ତି । ସନା କପୁର ଅଭିନୟ ଜଗତରେ ପାଦ ରଖିବା ପୂର୍ବରୁ LeeStrasbergTheatreandFilmInstitute ରୁ ଅଭିନୟରେ ତାଲିମ ନେଇଥିଲେ ।

 

ଆଜିକାଲି ସାହିଦଙ୍କର ଏହି ଭଉଣୀ ଖୁବ ଚର୍ଚାରେ ଅଛନ୍ତି । କୁହାଯାଉଛି ଯେ ଏହା ପଛର କାରଣ ସାମାଜିକ ଗଣମାଧ୍ୟମରେ ସନାକପୁରଙ୍କ ଦ୍ଵାରା ଉପଲୋଡ ହୋଇଥିବା କିଛି ଉତ୍ତେଜକ ଫଟୋ ଯାହାକି ଲୋକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି । ଏମିତିରେ ଜଣେଇ ଦେଉଛୁ ଯେ ସନାଙ୍କ ନିଜର ଭାଉଜ ମାନେ ମୀରା ରାଜପୁତ ଙ୍କ ସହ ବହୁତ ଭଲ ସମ୍ବନ୍ଧ ଅଛି । ସେ ଓ ମୀରା ବିବାହ ପୂର୍ବରୁ ହିଁ ବହୁତ ନିକଟତର ଥିଲେ ।

Leave a Reply

Your email address will not be published.