April 12, 2024

Odia Express

News For Public

୨୧ ଜୁଲାଇ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟଦେବ ଙ୍କ କୃପାରୁ ଏହି ୪ଟି ରାଶିର ସବୁ ଅସୁବିଧା ଦୂର ହେବ

1 min read

ମେଷ-  ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ । ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। କର୍ମକ୍ଷେତ୍ରରେ କୌଣସି ବାଧା ବନ୍ଧନ ନମାନି କାର୍ଯ୍ୟରେ ଆଗେଇ ଯିବାର ସୁଯୋଗ ପାଇବେ। ଧାନ, ଗହମ, ବାଜରା, ମକା, ପନିପରିବା ଆଦି ବ୍ୟବସାୟରୁ ବେଶ୍ ଲାଭବାନ ହୋଇ ପାରିବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳି ପାରେ। ନିଜ ଲୋକମାନେ ପରଭଳି ବ୍ୟବହାର କରିବେ। ହଠାତ୍ ଉଡ଼ା ଖବରର କୌଣସି ଘଟଣା ମନକୁ ବିବ୍ରତ କରିବ। ପ୍ରତିକାର : ବୃଦ୍ଧ ବୃଦ୍ଧାଙ୍କର ସେବା କରନ୍ତୁ।

ବୃଷ- ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି । ବ୍ୟବସାୟୀମାନେ ଘର ଅପେକ୍ଷା ବ୍ୟବସାୟକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମିଥୁନ- ନିକଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି ।  ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଆକସ୍ମିକ ଧନପ୍ରାପ୍ତିହେବ ବା ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ। ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବା ଫଳରେ ପ୍ରଶଂସିତ ହେବେ। ଦୂରଯାତ୍ରାରେ ଲାଭପାଇବେ। ଗୃହ ନିର୍ମାଣ କରି ପାରିବେ। ଖାଇବା ପିଇବାରେ ସନ୍ତୁଳନ ହେବେ ଓ ପେଟ ରୋଗ ଦେଖାଦେଇ ପାରେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ- ଆଜି ହଠାତ୍ ଆପଣଙ୍କର କୌଣସି ବନ୍ଧୁ ଫୋନ୍ କିମ୍ବା ଇମେଲ କରିପାରନ୍ତି । ଏହି ବନ୍ଧୁ ବୋଧହୁଏ ଆପଣଙ୍କ ଘରେ କିଛି ଦିନ ରହିବାକୁ ଆସିପାରନ୍ତି । ଆପଣ ତାଙ୍କର ଆତିଥ୍ୟ ଚ଼ର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ।  କୌଣସିଥିରେ ଅଭିମାନ ନଥାଇ ସନ୍ତାନମାନେ ସୁନାମ ଅର୍ଜନ କରିବେ । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ଋଣଭାରରୁ ମୁକ୍ତି ପାଇବେ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କଲେମଧ୍ୟ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ- ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।  ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ସଫଳତା ଅର୍ଜନ କରି ଲାଭ ପାଇବେ। ଦୂରଯାତ୍ରାର ସୁଯୋଗ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। ସତସଙ୍ଗ ଓ ମନୋରଞ୍ଜନ, କ୍ରୀଡ଼ାବିଦ୍ମାନେ ପ୍ରଶଂସିତ ହେବେ। ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ। ବିଦ୍ୟାରେ ଉନ୍ନତି ଓ ପ୍ରଶଂସିତ ହେବେ। ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।  ପଢାପଢିରେ ମନ ଲାଗି ରହିବ ଓ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ରହିଛି। ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ଗୁରୁଜନ କେହି ସନ୍ତୁଷ୍ଟ ରହିବେ । ନାନା ବାଟରେ ଧନାଗମ ଘଟିବ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ତୁଳା- ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ ।  ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ଧନହାନୀ ହେବାର ଯୋଗ ଅଛି। ପରିବାରରେ ଅଶାନ୍ତି ଦେଖାଦେବ ଓ କୁଟୁମ୍ବରେ ବାଦବିବାଦ ଲାଗିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ବିଛା- ଆଜି ଆପଣଙ୍କୁ ଆପଣଙ୍କର କୌଣସି ବନ୍ଧୁ ସାହାଯ୍ୟ ମାଗି ପାରନ୍ତି ।ଏହି ବନ୍ଧୁଙ୍କୁ ବୋଧହୁଏ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅଛି । ତାହା ସହିତ ଆପଣ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ତାଙ୍କ ଭଲ ପାଇଁ ଆପଣ ସବୁପ୍ରକାର ଚ଼େଷ୍ଟା କରନ୍ତୁ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ । ପରିବାରରେ ସଫଳତା ଅର୍ଜନ ଓ ଆର୍ଥିକ ଉନ୍ନତିହେବ। ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନଙ୍କର ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଧନୁ- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।  ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦି ଭୋଗ ଲଗେଇ ବାଣ୍ଟନ୍ତୁ।

ମକର- ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ । ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ । ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ମିଳିଯିବ ଓ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କୁମ୍ଭ- ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ । ରାଜନୀତିରେ ଅଧିକ ପରିଶ୍ରମ କରିବା ଫଳରେ କୃତକାର୍ଯ୍ୟ ହେବେ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ସନ୍ତାନମାନେ ଉନ୍ନତି କରିବେ । ରାଜକର୍ମଚାରୀ ମାନେ ଅନେକ ସୁବିଧା ସୁଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ମୀନ- ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି ।  ଚିକିତ୍ସକ, ରସାୟନଜ୍ଞ, କେମିକାଲ୍, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ବ୍ୟବସାୟିକକ୍ଷେତ୍ରରେ ସ୍ଥିତି ସୁଧୁରିବା ସହ ଉନ୍ନତିହେବ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *