April 13, 2024

Odia Express

News For Public

୯ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା – ମୋଦୀ ଭାରତୀୟ ସେନାକୁ ଦେଲେ ସୁପର ବୁଲେଟପ୍ରୁଫ ଜାକେଟର ଉପହାର – ଶତ୍ରୁଙ୍କ ଗୁଳି ପ୍ରଭାବ ପଡିବ ନାହିଁ..

ଆତଙ୍କିମାନଙ୍କର ଉଦ୍ଦେଶ୍ୟ ସଫଳ ନହେବାକୁ ଓ ତାଙ୍କର କୌଣସି ଗୁଳି ସୁରକ୍ଷା ବଳ ଛାତିରେ ନପଶିବ, ଏଥିପାଇଁ କେନ୍ଦ୍ର ସରକାର ଦୃଢ ପ୍ରସ୍ତୁତି କରିଛନ୍ତି । ଦୀର୍ଘସମଯରୁ ସେନା ଭିତରେ ଚାଲୁଥିବା ବୁଲେଟପ୍ରୁଫ ଜାକେଟର ଅଭାବ ନିକଟରେ ପୂରଣ ହୋଇଯିବ ।୯ବର୍ଷ ପୂର୍ବେ କରାଯାଇଥିବା ଅନୁରୋଧ ପରେ ରକ୍ଷାବିଭାଗ ୬୩୯କୋଟି ଟଙ୍କା ନିବେଶରେ ୧.୮୬ଲକ୍ଷ ବୁଲେଟପ୍ରୁଫ ଜାକେଟର ଅର୍ଡର ଦେଇଥିଲା ଯାହା ଶୀଘ୍ର ପୂରଣ ହେବ ।କେଉଁ ମାଆକୁ ତାର ପୁଅ କିମ୍ବା କେଉଁ ପତ୍ନୀକୁ ତାର ସ୍ଵାମୀ ହରେଇବାକୁ ପଡିବନି, ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର କାଶ୍ମୀରରେ ଆତଙ୍କି ମାନଙ୍କ ସହ ଲଢୁଥିବା ସିଆରପିଏଫ କର୍ମଚାରୀ ମାନଙ୍କୁ ଅତ୍ୟାଧୁନିକ ବୁଲେଟପ୍ରୁଫ ଜାକେଟ ଉପଲବ୍ଧ କରିବାର ନିର୍ଣ୍ଣୟ ନେଇଛନ୍ତି ।

 

କାରଣ ଏହା ଯେ ଆତଙ୍କିମାନଙ୍କ ହାତରେ କିମ୍ବା ଶତ୍ରୁ ଦେଶର ଏଭଳି ଅସ୍ତ୍ର ଆସିଯାଇଛି ଯାହା ଆଗରେ ବୁଲେଟପ୍ରୁଫ ବାହନ ମଧ୍ୟ ବେକାର ହେଉଥିଲେ । ଆତଙ୍କି ଏବେ ଚୀନ ନିର୍ମିତ ଷ୍ଟିଲ ଗୁଳି ବ୍ୟବହାର ସୁରକ୍ଷାବଳ ଉପରେ ଆକ୍ରମଣ ସମୟରେ କରୁଛନ୍ତି ।ଏହି ଗୁଳି ସବୁ ବୁଲେଟପ୍ରୁଫ ଜାକେଟ ଉପରେ ମଧ୍ୟ ଭାରି ପଡୁଥିଲା ।୧୨ଜୁନରେ ଅନନ୍ତନାଗରେ ସୁରକ୍ଷାବଳ ସହ ହୋଇଥିବା ଆତଙ୍କି ଆକ୍ରମଣରେ ଏହି ଗୁଳି ବ୍ୟବହାର କରଯାଇଥିଲା ।ଏହି ଆକ୍ରମଣରେ ୫ସିଆରପିଏଫ କର୍ମୀ ଓ ରାଜ୍ୟ ପୋଲିସର ଜେନ ଇନ୍ସପେକ୍ଟର ଅର୍ଶଦ ଖାନ ଶହୀଦ ହୋଇଥିଲେ ।

 

ଏହି ଆକ୍ରମଣ ପରେ ସୁରକ୍ଷାବଳର କବଚ ଦୁର୍ବଳ ହେଲାଭଳି ଲାଗିଥିଲା ।ଏହାଦ୍ୱାରା ସୁରକ୍ଷା ଏଜେନ୍ସିକୁ ଧକ୍କା ଲାଗିଥିଲା ।ଏହାପରେ ସିଆରପିଏଫ କାଶ୍ମୀରରେ ନିଜର ସୈନିକ ଓ ଅଧିକାରୀ ମାନଙ୍କୁ ଉନ୍ନତ ସୁରକ୍ଷା କବଚ ପ୍ରଦାନ କରିବାର ନିଷ୍ପତ୍ତି ନେଲେ ଓ ଷ୍ଟିଲ ବୁଲେଟ ଭଳି ଘାତକ ଗୁଳି ଓ ଅସ୍ତ୍ରକୁ ବିଫଳ କରିବାରେ ସମର୍ଥ ବୁଲେଟପ୍ରୁଫ ଜାକେଟ କ୍ରୟ ନିମନ୍ତେ ନିଷ୍ପତ୍ତି ନେଲେ

 

ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଲେ ଯେ ଅତ୍ୟାଧୁଇକ ଓ ମଜବୁତ ବୁଲେଟପ୍ରୁଫ ଜାକେଟର କ୍ରୟର ଗୋଟିଏ ଚରଣ ପୂର୍ଣ୍ଣ ହୋଇସାରିଛି ଓ ଏହାର ପ୍ରଥମ ଯୋଗାଣ ଆସନ୍ତା କିଛିଦିନ ମଧ୍ୟରେ କାଶ୍ମୀର ପହଞ୍ଚିବ । ସେପର୍ଯ୍ୟନ୍ତ କାଶ୍ମୀରରେ ନିଯୁକ୍ତ ସୈନିକଙ୍କୁ ସଂପୂର୍ଣ୍ଣ ସତର୍କ ରହିବା ନିମନ୍ତେ କୁହାଯାଇଛି ।ସେ କହିଲେ ଯେ ଷ୍ଟିଲ ବୁଲେଟର କାଶ୍ମୀର ରେ ପ୍ରଥମ ଥର ବ୍ୟବହାର ୨୦୧୭ରେ ଜଣାପଡିଥିଲା ।ଲିତପୋରା ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ଜୈଶ ର ଆତ୍ମଘାତି ଆତଙ୍କି ମାନେ ଏହି ଗୁଳିର ବ୍ୟବହାର କରିଥିଲେ ।ଆତଙ୍କିଙ୍କ ଦ୍ଵାରା ମରାଯାଇଥିବା ଏହି ଗୁଳିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କର ବୁଲେଟପ୍ରୁଫ ଜିପ୍ସିକୁ ଉଡେଇବାରେ ସଫଳ ହୋଇଥିଲେ ଓ ଜଣେ ସିଆରପିଏଫ ସୈନିକ ଶହୀଦ ହୋଇଥିଲେ ।

 

ରକ୍ଷା ବିଭାଗ ଓ ଗୃହ ବିଭାଗ ସହ ଥିବା ଅଧିକାରୀଙ୍କ ଅନୁଯାୟୀ ୩୭ହଜାର ବୁଲେଟପ୍ରୁଫ ଜାକେଟ ଅକ୍ଟୋବର ସୁଦ୍ଧା ଭାରତ ପହଞ୍ଚି ଯିବ ଓ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ସମସ୍ତ ଏକ ଲକ୍ଷ ୮୬ହଜାର ବୁଲେଟପ୍ରୁଫ ଜାକେଟର ଯୋଗାଣ ହୋଇଯିବ ।

Leave a Reply

Your email address will not be published. Required fields are marked *