April 19, 2024

Odia Express

News For Public

ଅକ୍ଷୟ କୁମାର ବନ୍ୟା ପୀଡିତ ଲୋକଙ୍କୁ ଦେଲେ ୨ କୋଟିର ଦାନ , କହିଲେ ମୁଁ କେବଳ ଟ୍ୱିଟର୍ ରେ ଦୁଃଖିତ ବୋଲି ଲେଖେ ନାହିଁ ଲୋକଙ୍କ ଅସୁବିଧାରେ ତାଙ୍କ ସହ ରୁହେ…

ବଲିଉଡ୍ ତାରକା କିଛି କଲେ ତାହା ସବୁବେଳେ ଲୋକପ୍ରିୟତା ପାଇଥାଏ । ଓ କିଛି ଏପରି ତାରକା ଅଛନ୍ତି ଯେଉଁମାନେ କି ଫିଲ୍ମ ଛଡା ଦେଶଭକ୍ତି କରିବାକୁ ବେଶୀ ପସନ୍ଦ କରନ୍ତି । ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଅକ୍ଷୟ କୁମାର ଯିଏ କି ଆଜି ପର୍ଯ୍ୟନ୍ତ କେତେ ଲୋକଙ୍କୁ ଦାନ କରିଛନ୍ତି , ଓ ସାଧାରଣ ଲୋକଙ୍କର ଅସୁବିଧା ସମୟରେ ଠିଆ ହୋଇଛନ୍ତି । ଏବେ କିଛି ଦିନ ହେବ ଆସାମରେ ବନ୍ୟା ପୀଡିତଙ୍କ ପାଇଁ ସେ ନିଜ ସ୍ୱହସ୍ତରେ ୨ କୋଟି ଟଙ୍କା ଦାନ ଦେଇଛନ୍ତି ,ବଲିଉଡ୍ ଅଭିନେତା ଅକ୍ଷୟ କୁମାର ବନ୍ୟା ପୀଡିତ ହୋଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଚିଫ୍ ମିନିଷ୍ଟର ରିଲିଫ୍ ଫଣ୍ତ ଓ କଜିରଙ୍ଗା ନେଶନ୍ୟାଲ୍ ପାର୍କ ରେସକ୍ୟୁ ଅପରେସନ୍ କୁ ୨ କୋଟିର ଦାନ ଦେଇଛନ୍ତି ,

 

ଏହି କଥାର ଖୁଲାସା ସେ ନିଜର ଆଗାମୀ ଫିଲ୍ମ ମିଶନ ମଙ୍ଗଳର ଟ୍ରେଲର ଲଞ୍ଚ ସମୟରେ ଏକ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ , ଏହା ସହ ସେ ପଶୁ, ପକ୍ଷୀଙ୍କ ଯତ୍ନ ନେବା ଓ ତାଙ୍କର ସୁରକ୍ଷା ବିଷୟରେ ଲୋକଙ୍କୁ ଜାଗୃତ କରାଇଥିଲେ, ଯେବେ ଏହି ଦାନ ଉପରେ ତାଙ୍କୁ ପ୍ରଶ୍ନ କରାଗଲା ସେ ମଜାକ୍ ରେ କହିଲେ କି ମୋର ପାଖରେ ବହୁତ ପଇସା ଅଛି, ଓ ତାପରେ ଗମ୍ଭୀର ହୋଇ କହିଥିଲେ କି ମୁଁ ଗୋଟେ ଫଟୋ ଦେଖିଥିଲି ଯେଉଁଥିରେ ଏକ ମହିଳା ନିଜ ଛୁଆଙ୍କୁ ନେଇକରି ପାଣିରୁ ବାହାରୁଥିଲା , ଏହି କଥା ପାଇଁ ମୁଁ ନିଜକୁ ଲକି ଭାବୁଛି , ଆମ ସହ ଏପରି କେବେ ହେଉ ନାହିଁ , ଯେବେ ମୁଁ ସେ ଫଟୋକୁ ଦେଖିଲି ତେବେ ମୋ ମନରେ ଆସିଲା ଏହା କାହା ସହ ବି ହୋଇପାରେ , ଯଦି ମୋର ସ୍ତ୍ରୀ ଓ ଝିଅ ସହ କିଛି ହେଲା ତେବେ ମୋତେ କିପରି ଲାଗିବ ।

 

ଅକ୍ଷୟ କହିଲେ କି କିପରି ନିଜ ଛାତିରେ ଜାବୁଡି ସେ ମହିଳା ମହିଳା ନିଜ ଛୁଆକୁ ନେଇକରି ଯାଉଥିଲେ , ଏହାକୁ ଯିଏ ଦେଖିବ ସିଏ ଚକିତ ହୋଇଯିବ । ଅକ୍ଷୟ କହିଲେ କି କେବଳ ବାତ୍ୟା ପିଡିତଙ୍କ  ବିଷୟରେ ଟ୍ୱିଟ୍ କରିବା ଚାହୁଁନାହୁଁ ।  ବରଂ ହୋଇପାରେ ଯଦି ସାହାଯ୍ୟ ପାଇଁ ଆଗକୁ ଆସିବା ଦରକାର , ଅକ୍ଷୟ ଏକ ଇଭେଣ୍ଟରେ ମିଡିଆକୁ କହିଲେ କି ଏକତା ଦେଖାଇ ଏପରି ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ , ଓ କହିଲେ ମୋତେ ଅନୁରୋଧ କରିବା ଭଲ ଲାଗେ ନାହିଁ ନା ହିଁ ଦୁଃଖ ଭରା ମେସେଜ୍ , ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି କିଛି ବି ପୋଷ୍ଟ କର ନାହିଁ , ଯଦି ହୋଇପାରେ ତାଙ୍କ ପାଇଁ ନିଜ ସ୍ୱହସ୍ତରେ କିଛି ଦାନ କର ,

 

ଏବେ ଯଦି ଆମେ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ତେବେ ସେ ବହୁତ ଜଲଦି ଫିଲ୍ମ ମିଶନ ମଙ୍ଗଳରେ ନଜର ଆସିବେ , ୧୫ ଅଗଷ୍ଟକୁ ରିଲିଜ୍ ହେବ ଏହି ଫିଲ୍ମ , ଏହି ଫିଲ୍ମରେ ବିଦ୍ୟା ବାଲାନ୍ , ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ସରମନ୍ ଜୋଶୀ, କିର୍ତ୍ତୀ କୁଲହାରୀ, ନିତ୍ୟା ମେନନ୍ ମୁଖ୍ୟ ଭୁମିକାରେ ନଜର ଆସିବେ , ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି, ଏହା ସହ ଅଭିନେତା ଜନ୍ ଆବ୍ରାହମ୍ ଙ୍କ ଫିଲ୍ମ ବାଟଲା ହାଉସ୍ ରୁ ହେବ , ଦେଖିବା କିଏ ଭଲ ଓପନିଙ୍ଗ୍ କରୁଛନ୍ତି , ଓ କିଏ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର ଫିଲ୍ମ ଭାବେ ବିବେଚିତ ହେବ ।

Leave a Reply

Your email address will not be published. Required fields are marked *