April 10, 2024

Odia Express

News For Public

ଟ୍ୟାକ୍ସି ଡ୍ରାଇଭର୍ ମହିଳାଙ୍କୁ କହିଲା – ଯଦି ଅଧିକା ଗରମ ହେଉଛି ତେବେ ମୋ କୋଳରେ ଆସି ବସି ପଡ , ଜାଣନ୍ତୁ ତାପରେ କଣ ହେଲା..

ଏହି କିଛି ଦିନ ହେବ ମହିଳାଙ୍କ ସହ ହେଉଥିବା ଅଭଦ୍ରମୀ ବହୁତ ବଢିଯାଇଛି, ଯେଉଁଠି ଦେଖିବେ ସେଠି ମହିଳାଙ୍କ ଉପରେ ଅଶାଳୀନ ଭାଷାର ପ୍ରୟୋଗ ହେଉଛି , ବହୁତ ଲୋକ ନିଜ ସୀମା ପାର୍ କରିଦିଅନ୍ତି , ଗୋଟେରୁ ବଳି ଗୋଟେ ଖରାପ କମେଣ୍ଟ କରିଥାନ୍ତି , ଏହି ସ୍ଥିତିରେ ବହୁତ ସାରା ପ୍ରଶ୍ନ ଉଠେ , କଣ ଜଣେ ମହିଳା କେଉଁ ଆଡେ ଯିବା ନିରାପଦ ନୁହେଁ , ଖାସ୍ କରି ଯେବେ ଟ୍ୟାକ୍ସିରେ ଯିବା ବେଳେ କିଛି ଡ୍ରାଇଭର୍ ବହୁତ ବେକାର୍ କମେଣ୍ଟ କରିଥାନ୍ତି , ଏହି ସମୟରେ ଏକ ତାଜା ଖବର ଦେଶର ରାଜଧାନୀ ଦିଲ୍ଲୀରେ ହୋଇଛି , ଏହି ମହିଳା ଟ୍ୟାକ୍ସିରେ ଯାଉଥିଲେ , ତେବେ ରାସ୍ତା ମଝିରେ ଡ୍ରାଇଭର୍ କହିଲା କି ମ୍ୟାଡାମ୍ ଯଦି ଗରମ ଲାଗୁଛି ତେବେ ଆସି କୋଳରେ ବସିଯାଅ । ଆସନ୍ତୁ ଜାଣିବା କଣ ହୋଇଥିଲା ତାହାପରେ ।

ଘଟଣା କିଛି ଏପରି ହୋଇଥିଲା କି ଦିଲ୍ଲିରେ ରହୁଥିବା ଜଣେ ମହିଳା ଟ୍ୟାକ୍ସିରୁ ନିଜ ସ୍ୱାମୀଙ୍କ ସହ ଯାଉଥିଲେ , ଏହି ମହିଳା ମଝିରେ ଡ୍ରାଇଭରକୁ ଏସି ଅନ୍ କରିବାକୁ କହିଥିଲେ , କିନ୍ତୁ ଡ୍ରାଇଭର୍ ଏମିତି କରିବାକୁ ମନା କରିଦେଇଥିଲା , ଏହାପରେ ଦୁହେଁ ଙ୍କର ମଧ୍ୟରେ ପାଟିତୁଣ୍ତ ହୋଇଥିଲା । ଏହି ମଧ୍ୟରେ ଡ୍ରାଇଭର୍ କହିଥିଲେ କି ଯଦି ଅଧିକା ଗରମ ଲାଗୁଛି ତେବେ ଆସି କୋଳରେ ବସିଯାଅ , ଏହାପରେ ମାମଲା ଆହୁରି ବିଗଡି ଗଲା , ମହିଳାଙ୍କ ଅନୁସାରେ ସେହି ଡ୍ରାଇଭର ଯାତ୍ରା କରୁଥିବା ସମୟରେ ତାଙ୍କୁ ମଝି ରାସ୍ତାରେ ଓହ୍ଲାଇବାକୁ କହିଥିଲା ।

 

ସେପଟେ ମହିଳା ଜଣକ ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ କମ୍ପାନୀ ଉବେର୍ କୁ ଜଣାଇଥିଲେ , ଓ ସେହି ଡ୍ରାଇଭର୍ ଉପରେ ଦୁଃବ୍ୟବହାର କରିବା ଅଭିଯୋଗ କରିଥିଲେ , ମହିଳାଙ୍କ ଅଭିଯୋଗ ଦେଖିବା ପରେ ଡ୍ରାଇଭର ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଶ୍ୱସନା କରାଯାଇଥିଲା , ଏହି ବିଷୟରେ ଡ୍ରାଇଭର ପକ୍ଷରୁ କିଛି ବି ପକ୍ଷ ସାମନାକୁ ଆସିନାହିଁ , ସେପଟେ ସୋସିଆଲ୍ ମିଡିଆରେ ଲୋକେ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି , ସେମାନେ କହିଛନ୍ତି କି ସେହି ଡ୍ରାଇଭର୍ ଓ କମ୍ପାନୀ ଉପରେ କଡା କାର୍ଯ୍ୟନୁଷ୍ଠାନ ନେବା ଉଚିତ୍ , ସେମିତି କିଛି ଲୋକ ଏହି ପରି ଖରାପ ବ୍ୟବହାରକୁ କଡା ନିନ୍ଦା କରିଛନ୍ତି ।

 

କହିଦେବୁ କି ଏହା ପ୍ରଥମ ଥର ଏହି ପରି ଘଟଣା ନୁହେଁ ଯାହା ଏକ ଟ୍ୟାକ୍ସି ଡ୍ରାଇଭର୍ ମହିଳାଙ୍କ ସହ ଦୁଃବ୍ୟବହାର କରିଛନ୍ତି , ଏହା ପୁର୍ବରୁ ଓଲା ଟ୍ୟାକ୍ସି ଡ୍ରାଇଭର୍ ବିପକ୍ଷରେ ଏହିପରି ସଙ୍ଗୀନ ମାମଲା ସାମନାକୁ ଆସିଛି, ଟ୍ୟାକ୍ସିର ଏହିପରି ବଡ କମ୍ପାନୀ ହେଲେ ବି ସେମାନେ ଯାତ୍ରୀଙ୍କୁ ଦୁବ୍ୟବହାର କରୁଛନ୍ତି , ସେମିତି ଏପରି ପରିସ୍ଥିତିରେ କମ୍ପାନୀ କଷ୍ଟମର କେୟାର୍ ନମ୍ବର ଓ ଏମରଜେନ୍ସି ନମ୍ବର ଦେଇଛନ୍ତି , ଯଦି ଆପଣ କେଉଁ ଅସୁବିଧାରେ ଫସିଯାଆନ୍ତି ତେବେ ଏମରଜେନ୍ସି ନମ୍ବରରେ ଯୋଗାଯୋଗ କରିଲେ ଏହାର ଲୋକେସନ୍ କମ୍ପାନୀ ପାଖରେ ପହଞ୍ଚିଯାଏ , ଏହା ଦ୍ୱାରା କମ୍ପାନୀ ସେହି ଡ୍ରାଇଭର୍ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେଇଥାନ୍ତି ।

Leave a Reply

Your email address will not be published. Required fields are marked *