ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସବୁଠାରୁ ଚମତ୍କାରୀ ମନ୍ତ୍ର, ନିଶ୍ଚିତ ଜପ କରନ୍ତୁ ଏହି ମନ୍ତ୍ର, କୁଣ୍ଡଳୀର ସମସ୍ତ ଦୋଷ ଦୂର ହେବ..

ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ କୁହାଯାଏ କାରଣ ଯେତେବେଳେ ସମସ୍ତ ଦେବତା ହାର ମାନନ୍ତି ସେତେବେଳେ ଭୋଳାନାଥ ସବୁ ପ୍ରକାର ବିପତ୍ତିରୁ ଉଦ୍ଧାର କରନ୍ତି । ଭଗବାନ ଶିବଙ୍କ ଆରାଧନାର ମୂଳ ମନ୍ତ୍ର ଅଟେ ଓମ ନମଃ ଶିବାୟ କିନ୍ତୁ ଏହି ମନ୍ତ୍ର ଅତିରିକ୍ତ ଆଉ କିଛି ମନ୍ତ୍ର ଅଛି ଯାହା ମହାଦେବଙ୍କ ପ୍ରିୟ ଅଟେ । ଭଗବାନ ଶିବ – ଙ୍କୁ ଶୀଘ୍ର ପ୍ରସନ୍ନ କରିବାର ସବୁଠାରୁ ପ୍ରଭାବଶାଳୀ ମନ୍ତ୍ର ହେଲା – ମହାମୃତ୍ୟୁଞ୍ଜୟ ମନ୍ତ୍ର। ଏହି ମନ୍ତ୍ର ଜପ କରିବାଦ୍ୱାରା ବୈଭବ ଓ ଐଶ୍ଵର୍ଯ୍ୟର କାମନା ପୂର୍ଣ୍ଣ ହୋଇଥାଏ । ମହାମୃତ୍ୟୁଞ୍ଜୟ ମନ୍ତ୍ର –ଓଁ ତ୍ରୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ। ଏହି ଚମତ୍କାରୀ ମନ୍ତ୍ରର ନିତ୍ୟ ଜପ ଦ୍ଵାରା କୁଣ୍ଡଳୀରେ ଉପସ୍ଥିତ ସମସ୍ତ ଦୋଷ ଦୂର ହୋଇଯାଏ ।

 

ଏହି ମନ୍ତ୍ର ଜପ ଦ୍ଵାରା ମାଙ୍ଗଳିକ ଦୋଷ, ନାଡି ଦୋଷ, କଳସର୍ପ ଦୋଷ, ନଜର ଦୋଷ, ରୋଗ, ଦୁଃସ୍ଵପ୍ନ , ବୈବାହିକ ଜୀବନର ସମସ୍ୟା, ସନ୍ତାନ ବାଧା ଆଦି ସମସ୍ୟା ଦୂର ହୁଏ । ଯେଉଁ ଜାତକଧାରୀ ଭକ୍ତିପୂର୍ବକ ଏହି ମନ୍ତ୍ରର ଜପ କରିବେ ତାଙ୍କର ଅକାଳମୃତ୍ୟୁ ର ଭୟ ରହେ ନାହିଁ, ଦୀର୍ଘାୟୁ ହୁଅନ୍ତି । ଏହି ମନ୍ତ୍ରକୁ ଜୀବନ ପ୍ରଦାତା ମନ୍ତ୍ର ମଧ୍ୟ କୁହାଯାଏ ।

 

ମହାମୃତ୍ୟୁଞ୍ଜୟ ମନ୍ତ୍ରର ନିତ୍ୟ ଜପ ଓ ଶିବପୁଜା କରିବାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହେ । ଯଦି କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ସେହି ରୋଗ ଦୁରହୋଇଯାଏ । ଯଦି ଆର୍ଥିକ ସମସ୍ୟା ଅଧିକାଦିନ ଯାଏ ରହୁଛି , ଧନହାନୀ ଘଟୁଛି , ବ୍ୟବସାୟରେ ଲାଭ ହେଉନାହିଁ ତେବେ ଏହି ମନ୍ତ୍ରର ଜପ କରିବାଦ୍ୱାରା ଧନଦଉଲତ ଓ ବୈଭବ ପ୍ରାପ୍ତ ହୋଇଥାଏ ।

 

ଏହି ମନ୍ତ୍ରର ନିରନ୍ତର ଜପ କରୁଥିବା ଜାତକ ମାନେ ସମାଜରେ ଉଚ୍ଚ ସ୍ଥାନ ପ୍ରାପ୍ତ ହୋଇଥାନ୍ତି । ସମାଜରେ ସମ୍ମାନ ବୃଦ୍ଧି ହୁଏ , ଖ୍ୟାତିପ୍ରାପ୍ତ ହୁଅନ୍ତି, ଚାକିରି ଓ ବ୍ୟବସାୟରେ ଉନ୍ନତି ହୁଏ , ଜୀବନରେ ଆନନ୍ଦ ପ୍ରାପ୍ତି ହୁଏ ଓ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

ଯେଉଁ ଜାତକ ନିଃସନ୍ତାନ ଅଟନ୍ତି ସେମାନେ ପ୍ରତିଦିନ ଶିବଙ୍କୁ ଜଳାର୍ପଣ କରନ୍ତୁ ଓ ଏହାସହ ଏହି ମନ୍ତ୍ରର ଜପ କରନ୍ତୁ , ଶୀଘ୍ର ସୁନ୍ଦର ସନ୍ତାନ ପ୍ରାପ୍ତି ହେବ । ଧନାହାନି ହେଉଥିଲେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

 

ଶାସ୍ତ୍ର ଅନୁଯାୟୀ ଏହି ମନ୍ତ୍ରର ଜପ କରିବା ନିମନ୍ତେ ପ୍ରାତଃ ୨-୪ର ସମୟ ପ୍ରକୃଷ୍ଟ ଅଟେ , କିନ୍ତୁ ଯଦି ଆପଣ ଏହି ସମୟରେ ମନ୍ତ୍ର ଜପ କରିପାରୁନାହାନ୍ତି , ତେବେ ସକାଳେ ଉଠି ସ୍ନାନକରି ଉତ୍ତମ ବସ୍ତ୍ର ପିନ୍ଧି ଅତିକମରେ ପାଞ୍ଚଥର ରୁଦ୍ରାକ୍ଷମାଳାରେ ଏହି ମନ୍ତ୍ରର ଜପ କରନ୍ତୁ ।

ଯଦି ଆପଣଙ୍କ କୁଣ୍ଡଳୀରେ କୌଣସିପ୍ରକାର ମୃତ୍ୟୁ ଦୋଷ ଅଛି ଅଥବା ମାରକେଶ ଅଛି, ତେବେ ଏହିମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର ଜପ ଦ୍ଵାରା କୌଣସି ପ୍ରକାର ମହାମାରୀରୁ ଉଦ୍ଧାର ପାଇଯିବେ , ତାସହ ଏହି ମନ୍ତ୍ର ଜପ ପାରିବାରିକ କଳହ, ସମ୍ପତ୍ତି ବିବାଦରୁ ଦୂରରେ ରଖେ ।

 

ଏହି ମନ୍ତ୍ରରେ ଆରୋଗ୍ୟକାରୀ ଶକ୍ତି ନିହିତ ଅଛି , ଏହାର ଜପ ଦ୍ଵାରା ଏପରି ଶକ୍ତି ଉତ୍ପନ୍ନ ହୁଏ ଯାହା ଆପଣଙ୍କୁ ମୃତ୍ୟୁ ଭୟରୁ ମୁକ୍ତ କରିଥାଏ , ଏଥିପାଇଁ ଏହାକୁ ମୋକ୍ଷ ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହି ମନ୍ତ୍ର ଜପଦ୍ଵାରା ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ ।

ଆପଣଙ୍କୁ ଯଦି ବ୍ୟବସାୟରେ କ୍ଷତି ହେଉଛି, ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ , ଲାଭ ହେବାକୁ ଲାଗିବ । ଭବିଷ୍ୟ ପୂରାଣରେ କୁହାଯାଇଛି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଉତ୍ତମ ସ୍ୱାସ୍ଥ୍ୟ, ଧନ ସମୃଦ୍ଧି ଓ ଦୀର୍ଘାୟୁ ମିଳିଥାଏ ।

Leave a Reply

Your email address will not be published.