April 12, 2024

Odia Express

News For Public

୨୩ ଜୁଲାଇ ୨୦୧୯ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଦୁର୍ଗା ଆଜିଠୁ ଏହି ୪ଟି ରାଶିର ଶୁଭ ଦିନ ଖୋଲିବେ

1 min read

ମେଷ: ଆଜି ଆପଣଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇଯିବ । ଏହି ସମସ୍ୟା ବହୁଦିନ ପର୍ଯ୍ୟନ୍ତ ଲାଗି ରହିବାର କାରଣ ଏହି ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି ମାନଙ୍କର ଚ଼ିନ୍ତା ଧାରାରେ ଏକତା ନ ରହିବା, ଯାହା ହେଉ ଆପଣ ମଜ୍ଜା କରିପାରନ୍ତି । ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହେବ। ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ। ବ୍ୟବସାୟରେ ମନମୁତାବକ ଲାଭ ପାଇ, ଭବିଷ୍ୟତ ଯୋଜନାରେ ନିବେଶ କରିବେ। ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ। ଛାତ୍ର-ଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ:– ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚ଼ାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚ଼ିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ । ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି । ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଭବିଷ୍ୟତରେ ଅତ୍ୟନ୍ତ ଲାଭଦାୟକ ହେବ। କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ମହିଳାମାନେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟପାଇଁ ଯାତ୍ରା କରିବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ଵନ୍ଦର ସମାଧାନ ବାଟ ଫିଟି ଜିବ। ମାନସିକ ଏକାଗ୍ରତା ଭଙ୍ଗ ହେବ। ପ୍ରତିକାର :- ମାଙ୍କଡକୁ କଦଳୀ ଦିଅନ୍ତୁ।

ମିଥୁନ:– ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ । ଆଜି ଆପଣଙ୍କୁ ବହୁତ ଧନ,ମାନ,ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି,ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ । ବନ୍ଧୁ ମିତ୍ର ଓ ପରିବାରଜନଙ୍କ ସହ ପିକ୍ ନିକ୍ ପାଇଁ ଦୂରଯାତ୍ରା କରିବେ।ପରୀକ୍ଷା ପ୍ରତିଯୋଗିତାରେ ଅଚାନକ ବିପରୀତ ଖବର ଶୁଣି ଗୃହରେ ଅଶାନ୍ତ ବାତାବରଣ ଦେଖା ଦେବ। ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ। ପୁରୁଣା ରୋଗ ନୂଆ ରୂପରେ ଦେଖାଦେବ। ଜାଗା, ଜମି ଗୃହ ସମ୍ବନ୍ଧୀୟ କୌଣସି ମାମଲା ଅଧିକ ସମସ୍ୟା ଭିତରକୁ ଟାଣି ନେବ ଯାହା ଫଳରେ କାର୍ଯ୍ୟ ବିଗିଡ଼ି ଯିବ। ପ୍ରତିକାର:- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ।

କର୍କଟ:– ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଚିନ୍ତା ଭାବନା ଦୂର ହୋଇଯିବ। ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସାମାଜିକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ। ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ପ୍ରତିକାର :- ପଙ୍ଗୁ ଭିକାରୀକୁ ଖାଦ୍ୟ ଦିଅନ୍ତୁ।

ସିଂହ:– ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା । ଯଦି ଆପଣଙ୍କ ଘରେ ସୁଖଶାନ୍ତି ରହିବେ, ଏହି ସମୟ ଆପଣଙ୍କ ଓ ଆପଣଙ୍କ ର ପରିବାର ବର୍ଗଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ । ଆପଣମାନେ ପରସ୍ପର ମଧ୍ୟରେ ଭଲ ସମୟ କଟାଇପାରିବେ । ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳ ରହିବ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ। ପରୀକ୍ଷା ପ୍ରତିଯୋଗିତାରେ ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ। ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ। ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ। ପ୍ରତିକାର :- ବିଧବାଙ୍କୁ ସାହାଯ୍ୟ କରନ୍ତୁ।’

କନ୍ୟା:– ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ । ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଯେଉଁ କାର୍ଯ୍ୟରେ ହାତ ଦେବେ ଠିକ୍ ନିର୍ଣ୍ଣୟ କରିପାରିବେ। ଯାନ ବାହନରେ ସାବଧାନତା ଅବଲମ୍ବନ କରନ୍ତୁ। ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ। ବିରୋଧୀ ଓ ପ୍ରତିଯୋଗୀଙ୍କ ପ୍ରତିକ୍ରିୟାରେ ମାନସିକ ଚିନ୍ତା ବୃଦ୍ଧି ପାଇବ। ପାଖପଡୋଶୀ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ। ପ୍ରତିକାର :- ଅନ୍ଧ ଭିକାରୀଙ୍କର ସେବା କରନ୍ତୁ।

ତୁଳା:– ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ ।ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ । ନିଜ ଜୀବନରେ ସମସ୍ୟାକୁ ସୁଧାରିବା ପାଇଁ ଆପଣ ଆଜି କୌଣସି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରିବେ । ଉପଦେଶ ଦେଉଥିବା ବ୍ୟକ୍ତି ଜଣେ ଜ୍ୟୋତିଷ୍କ ହୋଇପାରନ୍ତି । ଯିଏକି ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇ ପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପାରିବାରିକ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। କର୍ମ ଓ ବ୍ୟବସାୟ କ୍ଷେତ୍ରରୁ ସାମାନ୍ୟ ଲାଭପ୍ରଦ ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର : ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା:– ଆଜି ଆପଣ ବହୁତ ବଡ଼ ସ୍ୱପ୍ନ ଦେଖିବେ ,ଆପଣଙ୍କ ଜୀବନରେ କଣ କରିବାକୁ ହେବ । ଆଜି ଆପଣ ଜୀବନେର ଥିବା ସବୁ କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରାଯାଇଥିବା ପ୍ରୟାସ ବହୁତ ଲାଭ ଦାୟକ ହେବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। ପତ୍ନୀ ଏବଂ ସନ୍ତାନଙ୍କ ସହ ଭ୍ରମଣ କରିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ ଓ ପାରିବାରିକ ସ୍ଥିତି ସୁଧିରିଯିବ। ପ୍ରତିକାର : କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ:– ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ । ସାମାଜିକ ପ୍ରତିଷ୍ଠା ବଢ଼ିବ। ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ। ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପାରିବାରିକ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର : ପଙ୍ଗୁ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ

ମକର:–  ଆଜି ଆପଣ ନିଜ ଜୀବନ ବିଷୟରେ ଗମ୍ଭୀର ହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି । ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ। ସମସ୍ତ ଚେଷ୍ଟା ସତ୍ତ୍ୱେ ଜମି, ଜମା ବିବାଦ ମେଣ୍ଟିବ ନାହିଁ। କର୍ମ କ୍ଷେତ୍ରରେ ଉପେକ୍ଷା ଓ ବ୍ୟବହାର ଯୋଗୁଁ କ୍ଷତି ସହିବେ। ହାତ ପାହାନ୍ତାରେ ଥିବା ଧନ ଅଟକି ଯିବ। ପୁରାତନ ରୋଗ ନେଇ ଚିନ୍ତିତ ରହିବେ। ପ୍ରତିକାର : ଷଣ୍ଢକୁ କିଛି ଖାଦ୍ୟ ଖୁଆନ୍ତୁ।

କୁମ୍ଭ:– ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ । ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ବ୍ୟବସାୟିକ ଗତିବିଧି ସାମାନ୍ୟ ରୂପରେ ଚଳିବ। କର୍ମଚରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ। ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ। କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦ ବିବାଦ ଆଗକୁ ବଢ଼ିବ। ବନ୍ଧୁବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହେବ। ନୂତନ ବ୍ୟବସାୟର ସୁଯୋଗ ପାଇବେ। ପ୍ରତିକାର:- ଅନ୍ଧ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ ।

ମୀନ:– ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ପୁରୁଣା ସମସ୍ୟା ସୁଧୁରିଯିବ। ନୂତନ ବ୍ୟବସାୟ ଆରମ୍ଭ ଯୋଗୁ ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ। ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *