April 12, 2024

Odia Express

News For Public

କଣ ଆପଣ ଜାଣିଛନ୍ତି ଏହି ଜଙ୍ଗଲି ଫଳଗୁଡିକର ଫାଇଦା ବିଷୟରେ , ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ..

ଆଜିକାଲି ଫଳ ମୂଳର ଦର ଦାମ ବୃଦ୍ଧି ଏପରି ହୋଇଛି କି ଯାହାକି କିଣିବା ଏବେ ସମସ୍ତଙ୍କ ପାଇଁ ଅସମ୍ଭବ ହୋଇଯାଇଛି, ବଢୁଥିବା ଦରଦାମ୍ ଓ ସାଧାରଣ ଲୋକଙ୍କୁ ବଜାରରୁ ମିଳୁଥିବା ଫଳ କିଣିବା ଏବେ ବହୁତ କଷ୍ଟକର ହୋଇପଡିଛି, କିଛି ଏପରି ଫଳ ଅଛି ଯାହାକୁ ଆପଣ ସବୁଦିନ ଖାଇପାରିବେ , ଏହି ଫଳଗୁଡିକ କିଣିବାପାଇଁ ଆପଣଙ୍କୁ ଅଧିକା ପଇସା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏହି ଫଳଗୁଡିକ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର , ଓ ଏହାକୁ ସେବନ କରି ଆପଣ ବହୁତ ସାରା ଫାଇଦା ପାଇପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫଳଗୁଡିକ ଅଛି ଯାହାକୁ ଖାଇବାପାଇଁ ଆପଣ ଏକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

 

କରୋନ୍ଦା : ଏହି ଫଳକୁ ଆପଣ ଅଧିକାଂଶ ଆଚାର ବନାଇବାରେ ଶୁଣିଥିବେ , ଆମେ ମାନେ କଞ୍ଚା କରୋନ୍ଦାକୁ ଆଚାର ବନାଇଥାଉ , କାରଣ ଏହା ସବୁଠାରୁ ଅଧିକା ଖଟ୍ଟା ହୋଇଥାଏ । ଏହା ପାଚିଲା ପରେ ଲାଲ ରଙ୍ଗ ଓ ଧଳା ରଙ୍ଗରେ ବଦଳିଯାଏ । ଏହି ଫଳରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ମିଳିଥାଏ , ଯାହା ଭୋକ ବଢାଇବାରେ , କାଶ ଠିକ୍ କରିବାରେ , ଏସିଡିଟି ଓ ଦାନ୍ତର ମାଢୀରୁ ରକ୍ତ ବାହାରୁଥିବା ପରି ସମସ୍ୟାକୁ ସମାଧାନ କରିଥାଏ ।

 

ଫାଳସା : ଫାଳସା ଏକ ଜଙ୍ଗଲ ଜାତୀୟ ଫଳ ଅଟେ , ଯାହାର ଆକାର ଜାମୁ କୋଳି ପରି ହୋଇଥାଏ , ଲାଲ ରଙ୍ଗର ଏହି ଫଳ ସ୍ୱାଦରେ ଖଟ୍ଟା ଓ ମିଠା ହୋଇଥାଏ , ଗରମ ଦିନରେ ଏହାକୁ ବେଶୀ ପରିମାଣରେ ଜୁସ୍ କରି ପିଇଲେ ବହୁତ ଫାଇଦାଦାୟକ ହୋଇଥାଏ , ଏହି ଫଳରେ ପ୍ରଚୁର ମାତ୍ରାରେ ଆଇରନ୍ ମିଳିଥାଏ , ଯାହା ଆମ ଶରୀରର ଆଇରନର ଅଭାବକୁ ଦୁର କରିଥାଏ , ଓ ଏହା ଗରମ ଦିନରେ ଶରୀରର ଜଳାପୋଡାକୁ ଦୂର ହୋଇଥାଏ ।

 

ବର କୋଳି : ଏହି ଫଳ ବିଷୟରେ ଆପଣ ସମସ୍ତେ ଜାଣିଥିବେ , ଏହା ଆପଣଙ୍କୁ ବହୁତ ସହଜରେ ମିଳିଯାଏ , ଏହା ମଧ୍ୟରେ ବହୁ ପରିମାଣର ଫସଫରସ୍ ମିଳିଥାଏ  ଯାହା ଶରୀରକୁ ଥଣ୍ତା କରିଥାଏ , ବରକୋଳି ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ , ଓ ହାଡଗୁଡିକ ମଜବୁତ କରିଥାଏ , ଯଦି କାହାର ପେଟରେ କୃମି ହୋଇଛି , ତେବେ ବରକୋଳି ନିଶ୍ଚିତ ଖାଇବା ଉଚିତ୍ , କାରଣ ଏହା କୃମି ନାଶକ ପରି କାମ କରିଥାଏ ।

 

ସହଦୁତ : ସହଦୁତ ବି ଥଣ୍ତା ଫଳ ଶ୍ରେଣୀରେ ଆସେ , ଓ ଏହାକୁ ଖରା ଦିନରେ ସେବନ କରିବା ବହୁତ ଫାଇଦାଦାୟକ ହୋଇଥାଏ , ଏହାକୁ ବେଶୀ ସେବନ ଏଥିପାଇଁ କରନ୍ତି କି କାରଣ ଏହା ହୃଦ ରୋଗ ଜନିତ ଅସୁବିଧାକୁ ଦୂର କରିଥାଏ , ଏହି ଫଳ ଲମ୍ବା ଓ ବହୁତ ତିନି ଚାରି ପ୍ରକାରର ଅଟନ୍ତି , ଏହା କଳା,ଧଳା,କ୍ରିମ କଲର, ହୋଇପାରେ , ଏହି ଫଳରେ ବିଶେଷ ରୁପରେ ଭିଟାମିନ୍ ସି, ଫସଫରସ୍ ମିଳିଥାଏ ।

 

ଜାମୁକୋଳି : ଜାମୁକୋଳି ବିଷୟରେ ଆପଣ ସମସ୍ତେ ଜାଣିଥିବେ ଏହା ଶରୀର ପାଇଁ ବହୁତ ଫାଇଦାଦାୟକ ଅଟେ । ଏହି ଫଳରେ ଆଣ୍ଟିଏକ୍ସିଡେଣ୍ଟ, ପ୍ରୋଟିନ୍, ଓ କ୍ୟାଲସିୟମ୍, ପ୍ରଚୁର ମାତ୍ରା ମିଳିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାନ୍ତି । ଓ ପାଚନ ଶକ୍ତି ଦୃଢ କରିଥାଏ । ଡାଇବେଟିଜ୍ ରୋଗ ପାଇଁ ଲାଭଦାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *