April 19, 2024

Odia Express

News For Public

ସରକାରଙ୍କ ଏହି ବଡ ନିଷ୍ପତି – ବୋଲବମ ଯାତ୍ରା ସମୟରେ କେବଳ ଭଜନ DJ ଲଗେଇପାରିବେ ,ଆଧୁନିକ ଗୀତ ଲାଗିଲେ ହେବ ଜେଲ..

କାଉଁରୀ ଯାତ୍ରା ସମୟରେ ଡିଜେ ବଜାଇବାଉପରେ ଓ ଫିଲ୍ମ ଗୀତକୁ ନେଇକରି ଉତ୍ତରପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ ଘୋଷଣା ଆସିଛି , ଯୋଗୀ ଆଦିତ୍ୟନାଥ ଲୋକ ଭବନରେ ପ୍ରଶାସନ ଓ ପୋଲିସ୍ ବିଭାଗର ଏକ ବୈଠକରେ କାଉଁରୀ ଯାତ୍ରା ସମୟରେ ଡିଜେ ଓ ମାଇକ୍ ବଜାଇବା ଉପରେ ଏକ ବଡ ଫଇସଲା ନେଇଛନ୍ତି , ଯୋଗୀ ବୈଠକରେ କହିଲେ କି କାଉଁରୀ ଯାତ୍ରା ସମୟରେ ଡିଜେ ଉପରେ କୌଣସି ବ୍ୟାନ୍ ଲାଗିବ ନାହିଁ , କିନ୍ତୁ କେବଳ ଭଜନ ବାଜିବ , କେଉଁ ଫିଲ୍ମ ଗୀତ ଏଥିରେ ବାଜିବାକୁ ନେଇ କଟକଣା ଜାରି କରିଛନ୍ତି ।

 

ଯୋଗୀ ବୈଠକରେ ଜିଲ୍ଲା ଅଧିକାରୀଙ୍କ ରାଜ୍ୟରେ ମହତ୍ତ୍ୱପୂର୍ଣ୍ଣ ଶିବ ମନ୍ଦିରରେ ସଫାସଫେଇ କାର୍ଯ୍ୟ ଦେଖିବା ଓ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ବିଜୁଳି , ପାଣୀ ଓ ସୁରକ୍ଷା ପରି ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରାଇବାପାଇଁ ଆଦେଶ ଦେଇଛନ୍ତି , ସେ ପୋଲିସ୍ ବିଭାଗରୁ ସେହି ଡିଜେ ଉପରେ ନଜର ରଖିବାକୁ ସୁନିଶ୍ଚିତ କରିବାପାଇଁ କହିଛନ୍ତି ଯିଏ ଅଧିକା ଶବ୍ଦ କିମ୍ବା ସାଉଣ୍ତ ପରିବେଷଣ କରୁନଥିବେ । ଏହି ଆଦେଶ କାଉଁରୀ ଯାତ୍ରାକୁ ଦେଖି ନିଆଯାଇଛି , ଯେଉଁଥିରେ ଭଗବାନ ଶିବଙ୍କର ଶତାଧିକ ଭକ୍ତ ନିଜ ସହରରୁ ନେଇକରି ଉତ୍ତରାଖଣ୍ତର ହରିଦ୍ୱାରା , ଗୋମୁଖ, ଓ ଗଙ୍ଗୋତ୍ରୀ ଓ ବିହାରର ସୁଲତାନଗଞ୍ଜ ରେ ଗଙ୍ଗାର ପବିତ୍ର ଜଳ ପାଇଁ ଅଧିକାଂଶ ପଦଯାତ୍ରା କରିଥାନ୍ତି  ।

 

ରାଜ୍ୟ ପୋଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥାଏ , ଯାତ୍ରା ସମୟରେ କୌଣସି ଦୁର୍ଘଟଣା ନ ହେଉ । ଅଧିକାରୀଙ୍କ ସହ ବୈଠକ ସମୟରେ ଯୋଗୀ ଆଦିତ୍ୟନାଥ ଏହା ବି ସୁନିଶ୍ଚିତ କରିବାପାଇଁ କହିଥିଲେ କି କାଉଁରି ଉତ୍ସବ ସମୟରେ କୌଣସି ପ୍ରତିବନ୍ଧିତ ପଶୁ ନ ମରା ହେଉ ।ସେ ଆଗକୁ ପ୍ରଶାସନକୁ ଆଦେଶ ଦେଇଛନ୍ତି ,କି ସେ ରାଜ୍ୟର ଶିବମନ୍ଦିରରେ ମହିଳାଙ୍କ ପାଇଁ ବିଜୁଳି, ପାଣୀ ପରି ସୁରକ୍ଷା ସୁବିଧା ଗୁଡିକ କରାଇବେ , ଓ ସେ ହେଲିକାପ୍ଟରରୁ ଯାତ୍ରା କରୁଥିବା ଭକ୍ତଙ୍କ ନିରୀକ୍ଷଣ କରିବା ଓ ଆକାଶ ରୁ ଶ୍ରଦ୍ଧାଳୁଙ୍କୁ ଫୁଲ ବର୍ଷାଇବାପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *