ଆଜି ୨୨ ଜୁଲାଇରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ, ଭୋଳାନାଥ ପ୍ରସନ୍ନ ହେବେ – ୧୦୦ ବର୍ଷ ର ଖୁସି ମିଳିବ ଆପଣଙ୍କୁ..

ଏପରି ମାନ୍ୟତା ଅଛି ଯେ ଭୋଳାନାଥ ଙ୍କୁ ଭକ୍ତି କରୁଥିବା ଯେକୌଣସି ଭକ୍ତଙ୍କୁ ସେ କେବେ ମଧ୍ୟ କୌଣସି ଅସୁବିଧାରେ ପଡିବାକୁ ଦିଅନ୍ତି ନାହିଁ । ଯେଉଁ ଭକ୍ତ ଶିବଙ୍କ ପୂଜା କରନ୍ତି ତାଙ୍କର ସମସ୍ତ କଷ୍ଟ ଭୋଳାନାଥ ଦୂର କରିଥାନ୍ତି । ଆପଣମାନେ ଜାଣିଥିବେ ଶ୍ରାବଣମାସରେ ଭଗବାନ ଶିବଙ୍କର ପୂଜା କରାଯାଏ ଏହି ମାସରେ ଶିବଙ୍କର ପୂଜା କଲେ ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଆପଣଙ୍କୁ ନିଜର ଆରାଧନାର ସେତେବେଳେ ଫଳପ୍ରାପ୍ତି ହେବ ଯେବେ ଭଗବାନ ଶିବଙ୍କର ବିଧିମୁତାବକ ପୂଜା କରିବେ ।

 

ଶାସ୍ତ୍ରରେ ଦେବୀଦେବତାଙ୍କ ପୂଜା କରିବାର ସବୁପ୍ରକାର ଉପାୟ ଉଲ୍ଲେଖ ଅଛି । ଯଦି ଆପଣ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଶିବଙ୍କୁ ବିଧିବିଧାନ ପୂର୍ବକ ପୂଜା କରନ୍ତି  ତେବେ ଆପଣଙ୍କର ସମସ୍ତ ଇଚ୍ଛାପୂର୍ତ୍ତି ହେବ । ଏହିଠାର ଶ୍ରାବଣ ମାସର ପ୍ରଥମ ସୋମବାର ୨୨ଜୁଲାଇ ୨୦୧୯ରେ ଆସିବ । ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଶିବଙ୍କର ଭକ୍ତି ନିମନ୍ତେ ସର୍ବଶ୍ରେଷ୍ଠ କୁହାଯାଏ । ଆଜି ଆମେ ଆପଣ କେଉଁ ପ୍ରକାର ଫୁଲ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହେବେ ଓ ଆପଣଙ୍କ ଇଚ୍ଛାପୂର୍ତ୍ତି କରିବେ ସେ ପ୍ରସଙ୍ଗରେ ସୂଚନା ଦେବୁ ।

ଶ୍ରାବଣ ମାସରେ ଏହି ପୁଷ୍ପ ଅର୍ପଣ କଲେ ଶିବ ପ୍ରସନ୍ନ ହେବେ

 

ଦୁଦୁରା ଫୁଲ

ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଭଗବାନ ଶିବଙ୍କ ଉପରେ ଦୁଦୁରା ଫୁଲ ଅର୍ପଣ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ସନ୍ତାନ ପ୍ରାପ୍ତ ହେବ ।

 

ବେଲପତ୍ର – ଶିବଙ୍କୁ ବେଲପତ୍ର ଅର୍ପଣ କଲେ ଆପଣ ନିଜର ଈପ୍ସିତ ବସ୍ତୁ ପ୍ରାପ୍ତ କରିବେ ।

 

ଲାଲ ଗୋଲାପ – ବର୍ତ୍ତମାନ ସମୟରେ ଲୋକଙ୍କର ସବୁଠାରୁ ଆବଶ୍ୟକତା ହେଲା ଟଙ୍କା , ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ନିକଟରେ ଧନର ଅଭାବ ନହେଉ ଓ ଆପଣଙ୍କୁ ଲକ୍ଷ୍ମୀ ପ୍ରାପ୍ତି ହେଉ ତେବେ ଆପଣ ଶ୍ରାବଣ ମାସର ପ୍ରଥମ ସୋମବାର ଶିବଙ୍କୁ ଲାଲ ଗୋଲାପ ଅର୍ପଣ କରନ୍ତୁ ।

 

ହରଶିଂଗାର – ଆପଣ ଭଗବାନ ଶିବଙ୍କୁ ହରଶିଂଗାର ଅର୍ପଣ କଲେ ଆପଣଙ୍କୁ ଯଶ , ସୁଖ ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହେବ।

ଜସ୍ମିନ – ଶିବଙ୍କୁ ଜସ୍ମିନ ଫୁଲ ଅର୍ପଣ କଲେ ଆପଣଙ୍କୁ ସୁଯୋଗ୍ୟ ଜୀବନସାଥି ପ୍ରାପ୍ତି ହେବ ।

 

ମନ୍ଦାର – ଶିବଙ୍କୁ ମନ୍ଦାର ଅର୍ପଣ କରିବା ଦ୍ଵାରା ଆପଣ ଶତ୍ରୁ ମାନଙ୍କ ଉପରେ ବିଜୟପ୍ରାପ୍ତ କରିପାରିବେ। ଶତ୍ରୁ ମାନଙ୍କର ନାଶ ହେବ ।

ଆପଣ ଭଗବାନ ଶିବଙ୍କ ପୂଜାରେ ଉପରୋକ୍ତ ଫୁଲ ଅର୍ପଣ କରି ନିଜର ଜୀବନର କଷ୍ଟ ରୁ ମୁକ୍ତି ପ୍ରାପ୍ତ କରିବେ ଓ ଏହାଦ୍ୱାରା ଭଗବାନ ଶିବଙ୍କ କୃପାପତ୍ର ହେବେ, କିନ୍ତୁ ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବାକୁ ହେବ ଯେ ଭଗବାନ ଶିବଙ୍କ ପୂଜାରେ ଚମ୍ପା ଓ କିଆ ଫୁଲର ବ୍ୟବହାର କରିବେ ନାହିଁ କାରଣ ଶିବପୂଜନରେ ଏହାକୁ ନିଷେଧ କରାଯାଇଛି ।

Leave a Reply

Your email address will not be published.