March 28, 2024

Odia Express

News For Public

୨୧ ବର୍ଷ ପରେ ମଲାଇକା ଅରୋରା ଖୋଲିଲେ ନିଜ ବ୍ୟକ୍ତିଗତ ଜୀବନରୁ ପର୍ଦା , କହିଲେ ଛୈୟାଁ ଛୈୟାଁ ଗୀତ ସୁଟିଂଙ୍ଗ୍ ସମୟରେ ମୋର ଶରୀରରେ…

ବଲିଉଡ୍ ଅଭିନେତ୍ରୀ ଓ ଆଇଟମ୍ ଡ୍ୟାନ୍ସର୍ ମଲାଇକା ଅରୋରା କେଉଁ ନା କେଉଁ କାରଣରୁ ବଲିଉଡ୍ ରେ ଚର୍ଚ୍ଚାରେ ରୁହନ୍ତି । ମଲାଇକା ଅରୋରା ଏହି ଦିନଗୁଡିକରେ ନିଜ ସାଙ୍ଗମାନଙ୍କ ସହ ମାଳଦ୍ୱିପରେ ଛୁଟି କଟାଉଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଏପିସୋଡ୍ ସୁଟିଂଙ୍ଗ୍ କରିଥିଲେ , ମଲାଇକା ଅରୋରା କରୀନା କାପୁରଙ୍କ ଜାଗାରେ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସର ସୁଟିଂଙ୍ଗ୍ କଲେ , ହଁ ଆଜ୍ଞା, କରିନା କାପୁର ଏହି ଦିନରେ ଲଣ୍ତନରେ ଅଛନ୍ତି , ତେବେ ବାରମ୍ବାର ସୁଟିଂଙ୍ଗ୍ ପାଇଁ ଇଣ୍ତିଆ ଆସିବାରେ ଅସୁବିଧା ହେଉଛି, ଏଥିପାଇଁ ସେହି ସବୁ ଏପିସୋଡ୍ ରେ ମଲାଇକା ଅରୋରା ସୁଟ୍ କରିଥିଲେ, ଯାହା ଦ୍ୱାରା ସେ ଶୋ ରେ ବହୁତ ସାରା କଥା ନିଜର ସେୟାର୍ କରିଛନ୍ତି , ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖରେ ତାଙ୍କ ବିଷୟରେ କଣ ଖାସ୍ ଅଛି ।

 

ମଲାଇକା ଅରୋରା ନା କେବଳ ନିଜର ବ୍ୟକ୍ତିଗତ କଥାଗୁଡିକ କହିଥିଲେ ବରଂ ଷ୍ଟେଜ୍ କୁ ଆସି ନିଜର ଠୁମକା ଦ୍ୱାରା ଶୋ ର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ , ଯାହାକୁ ଦେଖି ଏଡିଆନ୍ସ ଚିଲ୍ଲାଇଥିଲେ , କହିଦେବୁ କି ବଢୁଥିବା ବୟସ ସହ ମଲାଇକା ଆହୁରି ଯୁବା ଓ ସୁନ୍ଦର ଦେଖାଯାଉଛନ୍ତି , ଏହି ବୟସରେ ମଲାଇକା ନିଜର ଫିଟନେସ୍ ଉପରେ ଅଧିକା ଗୁରୁତ୍ୱ ଦେଇଛନ୍ତି , ଓ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସର ସେଟ୍ ରେ ବଢିଆ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ,  ଯାହାକୁ ଦେଖି ତାଙ୍କର ଫ୍ୟାନ୍ସମାନେ ଖୁସିରେ ପାଗଳ ହୋଇଯାଇଥିଲେ ।

 

ସାହାରୁଖ୍ କାନ୍ ଙ୍କ ଫିଲ୍ମ ଦିଲ୍ ସେ ରେ ମଲାଇକା ଅରୋରା ଛୈୟାଁ ଛୈୟାଁ ଗୀତରେ ଆଇଟମ୍ ଡ୍ୟାନ୍ସ କରିଥିଲେ , ମଲାଇକାଙ୍କ ଏହି ଗୀତଟି ବହୁତ ପୁରୁଣା ଅଟେ , ଯାହାକି ସେହି ଦିନରେ ବହୁତ ଭାଇରାଲ୍ ଓ ଲୋକପ୍ରିୟତା ପାଇଥିଲା , ସେ ସେହି ଗୀତକୁ ମନେପକାଇ ନିଜର ସ୍ମୃତି ଭାବେ ବାଛିନେଇଛନ୍ତି , ଏବେ ବି ଛୁଆଙ୍କ କଣ୍ତେଇ ଖେଳନାରେ ବି ସେହି ଗୀତ ରିଙ୍ଗ୍ ଟୋନ୍ ହୋଇଥାଏ , ଏମିତିରେ ମଲାଇକା ଅରୋରା କହିଲେ କି ଏହି ଗୀତ ଟ୍ରେନ୍ ଉପରେ ସିନ୍ ସୁଟ୍ ହେଉଥିଲା , ତେବେ ତାଙ୍କ ଅଣ୍ଟାରେ ଏକ ଦଉଡି ବନ୍ଧା ହୋଇଥିଲା,  ଯାହା ଦ୍ୱାରା ଡ୍ୟାନ୍ସ କରୁଥିବା ସମୟରେ ଅଣ୍ଟାରୁ ରକ୍ତ ବାହାରିଥିଲା । ମଲାଇକା ଅରୋରା କହିଲେ କି ସାହାରୁଖ୍ ଖାଁଙ୍କ ସାମ୍ନାରେ ନିଜକୁ ସେ ବହୁତ ଛୋଟ ବୋଲି ଭାବୁଥିଲେ , କିନ୍ତୁ ସବୁ ମୋତେ ନିଜ ପରିବାର ପରି ଭଲ ପାଇବା ଦେଲେ , ଯେବେ ଗୀତ ସୁଟିଙ୍ଗ୍ ସରିବାପରେ ଶରୀରରୁ ରକ୍ତ ବାହାରିବାକୁ ଲାଗିଲା ତ ସବୁ ଲୋକଙ୍କ ଧ୍ୟାନ ମୋ ଉପରକୁ ଚାଲି ଆସିଲା , ଯାହାର କିଛି ଦିନ ପରେ ପୁରା ଭାବେ ମୁଁ ଠିକ୍ ହୋଇଯାଇଥିଲି, ଏହି ଗୀତର ସିନ୍ ରେ ଏକ ଛୋଟ ରସି ମାଧ୍ୟମରେ ମଲାଇକାଙ୍କ ଅଣ୍ଟାକୁ ବନ୍ଧା ହୋଇଥିଲା , ଓ ଅନ୍ୟ ପଟୁ ଟ୍ରେନ୍ ର ଏକ ପାର୍ଶ୍ୱରେ ବନ୍ଧା ହୋଇଥିଲା ଯାହା ଦ୍ୱାରା ସେ ଡ୍ୟାନ୍ସ ସମୟରେ ଖସିନଯିବେ , ଓ ଗୀତ ସମୟରେ ତାଙ୍କ ଅଣ୍ଟାରୁ ରକ୍ତ ବାହାରିବା ଆରମ୍ଭ ହୋଇଯାଇଥିଲା ।

 

ମଲାଇକା ଅରୋରା ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସର ରିଆଲିଟି ଶୋରେ ଛୈୟାଁ ଛୈୟାଁ ଗୀତରେ ଜବରଦସ୍ତ ଡ୍ୟାନ୍ସ ବି କଲେ , ଯାହାକୁ ଦେଖି ପବ୍ଲିକ୍ ଖୁସିରେ ଆତ୍ମହରା ହୋଇଉଠିଥିଲେ , କହିଦେବୁ କି ମଲାଇକାଙ୍କ ଏହି ଗୀତଟି ସୁପରହିଟ୍ ଥିଲା , ଯାହାକି ଆଜିର ଯୁବପୀଢି ସେହି ସମୟର ଗୀତକୁ ଆଜି ବି ନିଜ ନୃତ୍ୟ ମାଧ୍ୟମରେ ନାନା ସ୍ଥାନରେ ପରଫରମାନ୍ସ ଦେଉଛନ୍ତି , ମଲାଇକା ଅରୋରା ଏହି ଗୀତର ସୁଟିଂଙ୍ଗ୍ ପାଇଁ ତିନି କୋଟି ଟଙ୍କା ନେଇଥିଲେ , ଏହାର ଏପିସୋଡ୍ ଜଲଦି ହିଁ ଟେଲିକାଷ୍ଟ କରାଯିବ ।

Leave a Reply

Your email address will not be published. Required fields are marked *