ରେଲୱେ ଷ୍ଟେସନରେ ଶୁଣାଯାଉଥିବ ସ୍ୱର “ଯାତ୍ରୀଗଣ ! ଦୟାକରି ଧ୍ୟାନ ଦିଅନ୍ତୁ” କାହାର ଅଟେ ? ଜାଣନ୍ତୁ ଏହା ପଛରେ କିଏ ଅଛନ୍ତି…ଜାଣିଲେ ଆପଣ ଖୁସି ହେବେ ନିଶ୍ଚୟ

ଭାରତୀୟ ରେଳ ଭାରତର ଯାତାୟତର ପ୍ରମୁଖ ସାଧନ ଅଟେ , ରେଳଯାତ୍ରାର କାରଣରୁ ଭାରତର୍ ବିକାଶ ବହୁତ ଜଲଦି ହୋଇପାରିଛି , ଟ୍ରେନ୍ କାରଣରୁ ଲୋକେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ନିଜ ଜାଗାରେ ପହଞ୍ଚିପାରନ୍ତି , ଏହାର ଭଡା ବି କମ୍ ହୋଇଥାଏ , ଟ୍ରେନ୍ ରେ ଏକ ବିଶାଳ ଇଞ୍ଜିନ୍ ଲାଗିଥାଏ , ଯାହା ବହୁତ ଶକ୍ତିଶାଳି ହୋଇଥାଏ , ଏହା ବହୁତ ଡବାକୁ ଏକାସାଙ୍ଗେ ଟାଣିଥାଏ , ଓ ବହୁତ ବେଗରେ ଚାଲିଯାଇପାରେ , ଏହା ନା କେବଳ ଯାତ୍ରୀ ମାନଙ୍କୁ ନେବା ଆଣିବା ପାଇଁ ହୋଇଥାଏ ବରଂ ଏହା ଭାରୀ ମାଲକୁ ବି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରଣ କରିଥାଏ , ଏମିତି ଗୋଟେ ଗୋଟେ ଯାଗା ଅଛି ଯାହାକୁ ପହଞ୍ଚିବାକୁ ସପ୍ତାହର ସମୟ ଲାଗିଯାଏ , ଓ କିଛି ଘଣ୍ଟାରେ ପହଞ୍ଚାଇ ଦିଅନ୍ତି ,

 

ରେଳଗାଡି କାରଣରୁ ଏମିତି ବହୁତ ଗାଁ ଓ ସହର ଗୋଟେ ଜାଗାରେ ଯୋଡି ହୋଇଯାଇଥାନ୍ତି , ଷ୍ଟେସନରେ ଟ୍ରେନ୍ ଆସିବା ପୂର୍ବରୁ ଆପଣ ମାନେ ଶୁଣିଥିବେ ଜଣେ ଘୋଷଣା କରିଥାନ୍ତି , ଯାହାକି ଜଣେ ମହିଳାଙ୍କ ଆବାଜ୍ ହୋଇଥାଏ , ଓ ସେ କହିଥାନ୍ତି କି ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ଏହି ଆବାଜ୍ ସବୁ ଷ୍ଟେସନ୍ ରେ ଗୋଟେ ଭଳି ହୋଇଥାଏ , ଏହି ଲେଡିଙ୍କ ଆବାଜ୍ ଆମେ ବହୁ ବର୍ଷରୁ ଶୁଣି ଆସୁଛେ , ଆମେ ଯେଉଁ ମହିଳାଙ୍କ ଆବାଜ୍ ଶୁଣୁଛେ ସେ ଦୀର୍ଘ ୨୦ ବର୍ଷରୁ ଷ୍ଟେସନରେ ଘୋଷଣା କରୁଛନ୍ତି , ଚାଲନ୍ତୁ ଜଣେଇବୁ ଟ୍ରେନ୍ ଆସିବାର ଘୋଷଣା କରୁଥିବା ସେହି ମହିଳାଙ୍କ ବିଷୟରେ ଯାହାଙ୍କ ନାଁ ଶାରଳା ଚୌଧୁରୀ ଅଟେ ।

 

ଶାରଳା ଦେବୀ ବିଗତ ୨୦ ବର୍ଷ ହେଲା ଟ୍ରେନ୍ ଆନାଉନ୍ସମେଣ୍ଟ କରିଆସୁଛନ୍ତି , ୧୯୮୨ ରେ ଶାରଳା ଚୌଧୁରୀ ରେଲୱେ ଆନାଉନ୍ସମେଣ୍ଟ ପଦ ପାଇଁ ଟେଷ୍ଟ ଦେଇଥିଲେ , ଓ ଟେଷ୍ଟରେ ପାସ୍ ହେବାପରେ ତାଙ୍କୁ ସେଣ୍ଟ୍ରାଲ୍ ରେଲୱେ ଦୈନିକ ମଜୁରିରେ ରଖିନିଆଗଲା , ତାପରେ ସେ କଠିନ ପରିଶ୍ରମ କରି ନିଜ ଆବାଜ୍ ଲୋକଙ୍କୁ ଶୁଣାଇ ୧୯୮୬ ରେ ତାଙ୍କର ଏହି ଚାକିରି ସ୍ଥାୟୀ କରିଦେଇଥିଲେ , ପ୍ରଥମ ସମୟରେ ଆନାଉନ୍ସମେଣ୍ଟ କରିବା ଏତେ ସହଜ ନଥିଲା , ସେହି ସମୟରେ ଷ୍ଟେସନରେ ଯାଇକରି ଆନାଉନ୍ସମେଣ୍ଟ କରିବାକୁ ପଡୁଥିଲା ।

 

ଗୋଟେ ସାକ୍ଷାତକାରରେ ସେ କହିଲେ କି ସେହି ସମୟରେ କମ୍ପ୍ୟୁଟର ନଥିବା ହେତୁ ଆନାଉନ୍ସମେଣ୍ଟ କାମ ନିଜେ ସବୁ ଷ୍ଟେସନକୁ ଯାଇକରି କରିବାକୁ ପଡୁଥିଲା , ସେ କହିଲେ କି ସେ ପ୍ରଥମେ ବହୁତଥର ଅଲଗା ଅଲଗା ଭାଷାରେ ଆନାଉନ୍ସମେଣ୍ଟ କରିସାରିଛନ୍ତି , ଆନାଉନ୍ସମେଣ୍ଟ ରେକର୍ଡ କରିବା ପାଈଁ ୩-୪ ଦିନ ଲାଗିଯାଉଥିଲା , କିନ୍ତୁ ପରେ ରେଲୱେ ଷ୍ଟେସନରେ ଆନାଉନ୍ସମେଣ୍ଟ କରିବାପାଇଁ ରେଲୱେ ଟ୍ରେନ୍ ମ୍ୟାନେଜ୍ ମେଣ୍ଟ ସିଷ୍ଟମ ରଖିନେଲେ ।

 

ଷ୍ଟାଣ୍ତ୍ ବାୟ ମୋଡ୍ ଉପରେ ଶାରଳାଙ୍କ ଆବାଜ୍ ଏହି ବିଭାଗ କଣ୍ଟ୍ରୋଲ୍ ରୁମ୍ ରେ ସେଭ୍ କରିନେଇଛନ୍ତି , ଶାରଳା କହିଲେ କି ନିଜ କାରଣରୁ ସେ ୧୨ ବର୍ଷ ପୂର୍ବରୁ ସେ କାମ ଛାଡିସାରିଥିଲେ , ଏବେ ସେ OHE ବିଭାଗରେ ଅଧିକ୍ଷକ ରୁପରେ ନିଯୁକ୍ତି ପାଇଛନ୍ତି , ସେ ନିଜକୁ ବହୁତ ଖୁସି ରୁହନ୍ତି , ଯେବେ ଲୋକେ ତାଙ୍କ ଆବାଜ୍ ତାରିଫ୍ ନକରି ରହିନଥାନ୍ତି , ରେଲୱେ ଷ୍ଟେସନରେ ନିଜର ଆବାଜ୍ ଶୁଣି ତାଙ୍କୁ ବହୁତ ଖୁସି ଲାଗେ ।

Leave a Reply

Your email address will not be published.