ହୃଦୟ ଖୋଲା ପ୍ରକୃତିର ଲୋକ ହୋଇଥାନ୍ତି ଏହି ରାଶିର ଲୋକେ , ମନରେ ରଖନ୍ତି ନାହିଁ କୌଣସି ଖରାପ ଚିନ୍ତାଧାରା – ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି …

ଜ୍ୟୋତିଷ୍ୟ ଶାସ୍ତ୍ର ଏପରି ଏକ ଜିନିଷ ଅଟେ ଯାହା ଭାରତରେ ବହୁତ ପ୍ରଚଳିତ ଅଛି , ଖାସକରି ହିନ୍ଦୁ ଧର୍ମରେ ଏହାକୁ ବହୁତ ମାନିଥାନ୍ତି , ଏମିତି କୁହାଯାଏ କି ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଆଗାମୀ ଓ ବିଗତ କଥା ଜାଣିପାରିବା , ତାହାର ଭୁତକାଳରେ କଣ ଘଟିଥିଲା , ଓ ବର୍ତ୍ତମାନରେ କଣ ହେଉଛି, ଓ ଭବିଷ୍ୟତରେ କଣ ଘଟିବ ଏହାର ସବିଶେଷ ସୂଚନା ପାଇ ପାରିବା । ଏତିକି ନୁହେଁ ଏହାର ମାଧ୍ୟମରେ ଆମେ ବ୍ୟକ୍ତି ବିଶେଷଙ୍କ ସ୍ୱଭାବ ବିଷୟରେ ବି ପତା ଲଗାଇପାରିବା , ଆକାଶ ଗଙ୍ଗାରେ ଥିବା ସବୁ ଗ୍ରହ ଓ ନକ୍ଷତ୍ର ୧୨ ଟି ରାଶି ସହ ମିଶିକରିଥାନ୍ତି , ଏମିତିରେ ଯଦି ଗ୍ରହର ପୋଜିସନ୍ ବଦଳିଥାଏ ତେବେ ଏହାର ଭଲ କିମ୍ବା ଖରାପ ପ୍ରଭାବ ଏହି ରାଶିଗୁଡିକ ଉପରେ ପଡିଥାଏ , ଏହି ସବୁ କଥାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ କିଛି ଖାସ୍ କଥା କହିବାକୁ ଯାଉଛୁ ,

 

ଆମେ ଯେଉଁ ବିଶେଷ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ ଆଲୋଚନା କରିବୁ ସେମାନେ ହୃଦୟ ଖୋଲା ବ୍ୟକ୍ତିତ୍ୱ ର ହୋଇଥାନ୍ତି , ସେମାନେ କାହାକୁ ବି ନିଜର ଶତ୍ରୁ କରନ୍ତି ନାହିଁ , ଯଦି କେହି ଭୁଲ୍ ରେ ବି ହୋଇଯାଏ ତେବେ ତା ସହ ବେଶୀ ଦିନ ଶତ୍ରୁତା ରଖନ୍ତି ନାହିଁ , ଏହି ରାଶିର ଲୋକେ କେବେ ମିଛ କହନ୍ତି ନାହିଁ , ଏମାନେ ଇମାନଦାରୀ ଉପରେ ଅଧିକା ବିଶ୍ୱାସ କରନ୍ତି , ତାଙ୍କର ଏହି ସ୍ୱଭାବର କାରଣରୁ ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏମାନଙ୍କ ବନ୍ଧୁ ଅଧିକା ପରିମାଣର ହୋଇଥାନ୍ତି , ସେମାନେ ନିଜ ମନରେ କାହା ପ୍ରତି କିଛି ଖରାପ ଚିନ୍ତାଧାରା ରଖନ୍ତି ନାହିଁ, ବରଂ ସେମାନେ ଅନ୍ୟଙ୍କ ଖୁସି ଦେଖି ଖୁସି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ବିଷୟରେ ଆମେ ଆଲୋଚନା କରୁଛୁ ।

 

ଆମେ ଯେଉଁ ରାଶିଗୁଡିକ ବିଷୟରେ କଥା ହେଉଛୁ ତାହା ହେଲା –ମେଷ,ବୃଷ, କନ୍ୟା,ମକର, ଓ କୁମ୍ଭ ରାଶି, ଏହି ସେହି ୫ ଟି ରାଶି ଯେଉଁମାନେ କେବେ ବି କେଉଁ ଲୋକଙ୍କ ପ୍ରତି ଖରାପ ଚିନ୍ତାଧାରା ରଖନ୍ତି ନାହିଁ, ଏହି ରାଶିରୁ ଲୋକେ କିଛି ଭଲ ଶିକ୍ଷା ପାଇପାରିବେ , ଏମାନଙ୍କ ଅଭ୍ୟାସଗୁଡିକ ଅନୁସରଣ କଲେ ଦୁନିଆଁ ସ୍ୱର୍ଗ ପରି ଲାଗିଥାଏ , ଆପଣଙ୍କୁ କହିଦେବୁ କି ଏହି ରାଶିର ୭୫ ପ୍ରତିଶତ ଲୋକଙ୍କ ଉପରେ ଲାଗୁ ହୋଇଥାଏ , ବାକି ରହିଥିବା ରାଶିର ଲୋକଙ୍କ ଉପରେ ଏହା ଲାଗୁ ହୋଇନଥାଇପାରେ ,

Leave a Reply

Your email address will not be published.