April 12, 2024

Odia Express

News For Public

ସଲମାନ୍ ଖାନ୍ ଙ୍କ ଗୋଟେ ଦିନର ଖାଇବା ଖର୍ଚ୍ଚ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଆସନ୍ତୁ ଜାଣିବା ତାଙ୍କ ଖାଦ୍ୟ ବିଷୟରେ

ବଲିଉଡ୍ ଷ୍ଟାର୍ ସଲମାନ୍ ଖାନ୍ ଆଜି ଦେଶରେ ନୁହେଁ ପୂରା ଦୁନିଆଁ ସାରା ଲୋକପ୍ରିୟ ଅଟନ୍ତି । ନିଜ ଫିଲ୍ମ ଦ୍ୱାରା ସେ ସମସ୍ତଙ୍କ ମନ ଜିତି ପାରିଛନ୍ତି । ସେଥିପାଇଁ ତାଙ୍କ ନାଁ ରେ ଫିଲ୍ମ ହିଟ୍ ହୋଇଯାଇଥାଏ ।ସଲମାନ୍ ଖାନ୍ ଜନ୍ମ ୨୭ ଡିସେମ୍ବର ୧୯୬୫ ରେ ହୋଇଥିଲା । ସଲମାନ ଖାନ୍ ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା ଅଟନ୍ତି । ସେ ତାଙ୍କ ବଲିଉଡ୍ କ୍ୟାରିୟର୍ ୧୯୮୮ ରେ ଆସିଥିଲା ଫିଲ୍ମ “ ବିବି ହୋତୋ ଐସି ରୁ ଆରମ୍ଭ କରିଥିଲେ , ଓ ଏହିଥିରେ ତାଙ୍କର ଛୋଟ ରୋଲ୍ ଥିଲା , ଏହା ପରେ ସେ ୧୯୮୯ରେ ଆସିଥିବା ଫିଲ୍ମ “ ମେନେ ପ୍ୟାର୍ କିୟା” ଫିଲ୍ମ କରିଥିଲେ , ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଥିଲେ । ଓ ନିଜର ପରିଚୟ ବଲିଉଡ୍ ରେ ଆରମ୍ଭ କରିଥିଲେ ।

 

ସଲମାନ୍ ଖାନ୍ ନିଜ ଅଭିନୟ ଓ ଷ୍ଟାଇଲ୍ ଲୁକ୍ ସହ ନିଜର ବଡି ପାଇଁ ଜଣା ଯାଆନ୍ତି ।ସଲମାନ୍ ଖାନ୍ ତାଙ୍କର ସବୁ ଫିଲ୍ମରେ ଏକ ସାର୍ଟ୍ ଲେସ୍(ବିନା ସାର୍ଟ୍ ରେ) ସିନ୍ ଦେଇଥାନ୍ତି । ଯାହା ତାଙ୍କ ଫ୍ୟାନ୍ ଙ୍କ ବହୁତ ପସନ୍ଦ ଅଟେ । ଓ ଏହି ବୟସରେ ସେ ଏବେ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି । ଓ ତାହା ସହ ନିଜ ଖାଇବା ପିଇବାରେ ବହୁତ ଧ୍ୟାନ ଦେଉଛନ୍ତି । ଆଜି ଆମେ କହିବାକୁ ଯାଉଛୁ ସଲମାନ୍ ଖାନ୍ ଙ୍କ ଗୋଟେ ଦିନରେ ଖାଇବା ଓ ପିଇବା ଖର୍ଚ୍ଚ ବିଷୟରେ ।

 

ଆପଣଙ୍କୁ କହିଦେଉଛୁ କି ସଲମାନ ଖାନ୍ ମସଲାଜାତୀୟ ଖାଦ୍ୟ କେବେ ଖାଆନ୍ତି ନାହିଁ , ସେମିତି ବି ସେ ଏତେ ଫିଟ୍ ରହନ୍ତି । ଏହାର କାରଣ ଏହି କି ଯେ ସଲମାନ୍ ସକାଳୁ ସକାଳୁ ପ୍ରଥମେ ଲେମ୍ବୁ ମହୁ ମିଶ୍ରିତ ପାଣି ପିଇଥାନ୍ତି । ଓ ତାସହ ସକାଳର ଖାଦ୍ୟରେ ସେ ଏପରି ଖାଦ୍ୟ ଖାଇଥାନ୍ତି ଯେଉଁଥିରେ ବହୁତ ସାରା ପ୍ରୋଟିନ୍ ଓ କାର୍ବୋହାଇଡ୍ରେଡ୍ ର ମିଶ୍ରଣ ଦେଖିବାକୁ ମିଳିଥାଏ ।ସଲମାନ୍ ଖାନ୍ ନିଜର ସକାଳର ଖାଦ୍ୟରେ ଅଣ୍ତା ଖାଇଥାନ୍ତି । ଆପଣଙ୍କୁ କହିଦେଉଛୁ କି ସଲମାନ୍ ଖାନ୍ ଙ୍କ ପ୍ରିୟ ଖାଦ୍ୟ ହିସାବରେ ଅଣ୍ତା ଭଜା(ଆମ୍ ଲେଟ୍) ବହୁତ ପସନ୍ଦ ଅଟେ । ଓ ତାହା ସହ ସାଉଥ୍ ଇଣ୍ତିଆନ୍ ଖାଦ୍ୟ ବି ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେ ଦିନରେ ଯାହା ହେଲେ ବି ଗୋଟେଥର ସାଉଥ୍ ଇଣ୍ତିଆନ୍ ଖାଦ୍ୟ ନିଶ୍ଚିତ ଖାଇଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ନାସ୍ତାରେ ସଲମାନ ସପ୍ତାହର ଚାରି ଦିନ କେବଳ ଫଳ ହିଁ ଖାଇଥାନ୍ତି । ଓ ଅଲଗା ଦିନରେ ସେ ସାଉଥ୍ ଇଣ୍ତିଆନ୍ ଖାଦ୍ୟ ଖାଇଥାନ୍ତି । ଓ ବେଳେ ବେଳେ ଦ୍ୱିପହର ଖାଦ୍ୟରେ ସେ ଗିରିଲ୍ ମାଛ ଓ ସାଲାଡ୍ ବି ଖାଇଥାନ୍ତି, ଓ ରାତିରେ ଚିକେନ୍ ଖାଇଥାନ୍ତି । ଓ ସାଲାଡ୍ ବି ତାହା ସହ ଖାଇଥାନ୍ତି । ଏଇ ସବୁ ଖାଦ୍ୟକୁ ମିଶାଇ ସଲମାନ୍ ଖାନ୍ ଦିନକୁ ୮୦୦୦ ଟଙ୍କା ଦିନକୁ ଖର୍ଚ୍ଚ କରିଥାନ୍ତି । ଆଜି ବି ସେ ଫିଟ୍ ଓ ହ୍ୟାଣ୍ତସମ୍ ଅଛନ୍ତି

Leave a Reply

Your email address will not be published. Required fields are marked *