April 13, 2024

Odia Express

News For Public

ଏହି ପିଲାଟିକୁ ଅଲକା ୟାଗ୍ନିକ ଧକ୍କା ମାରି ଷ୍ଟୂଡିଓରୁ ବାହାର କରିଦେଇଥିଲେ – ଆଜି ସେହି ପିଲା ହେଇଗଲା ଭାରତର ସବୁଠୁ ବଡ ସୁପରଷ୍ଟାର ହିରୋ – ଦେଖନ୍ତୁ କିଏ ସେ ମହାନ ହିରୋ..

ଆଜିର ସମୟରେ ବଲିଉଡ଼ ପାଖରେ ଅନେକ ମହାନ ଗାୟକ ଅଛନ୍ତି , ଶୋନୁ ନିଗମ, ଉଦିତ ନାରାୟଣ, ଅଲକା ୟାଗ୍ନିକ , କୁମାର ସାନୁ , ଶ୍ରେୟା ଘୋଷାଲ ଓ ସୁନିଧି ଚୌହାନ ଭଳି କିଛି ଏପରି ପ୍ରସିଦ୍ଧ ଗାୟକ ଅଛନ୍ତି ଯେଉଁମାନେ ବଲିଉଡ଼ର ଶ୍ରେଷ୍ଠତମ ଗାୟକ ମଧ୍ୟରେ ଗଣାଯାନ୍ତି। କିନ୍ତୁ ଆଜିର ଏହି ପୋସ୍ତ ଆମେ ସମସ୍ତଙ୍କ ପ୍ରିୟ ଅଲକା ୟାଗ୍ନିକଙ୍କ ବିଷୟରେ କହିବୁ । ଅଶି ଓ ନବେ ଦଶକରେ ଅଲକା ୟାଗ୍ନିକଙ୍କ ସ୍ଵରର ଜାଦୁ ସମସ୍ତଙ୍କର ପ୍ରିୟ ଥିଲା । ସେ ସମୟରେ ତାଙ୍କର ସବୁ ଗୀତ ବହୁତ ହିଟ ହୋଇଥିଲା । ଫିଲ୍ମ ‘କୟାମତ ସେ କୟାମତ ତକ’ରେ ସେ ନିଜ ସ୍ଵର ଦେଇଥିଲେ । ସେ ଅଭିନେତ୍ରୀ ଜୁହୀ ଚାୱଲାଙ୍କ ନିମନ୍ତେ ପ୍ଲେବ୍ୟାକ ଦେଇଥିଲେ । ସେ ସମୟରେ ସେ ଗାଇଥିବା ‘ଏକ ଦୋ ତିନ’ ଗୀତ ବହୁତ ଲୋକପ୍ରିୟ ହୋଇଥିଲା । ଏହି କାରଣରୁ ପ୍ରତ୍ୟେକ ସଙ୍ଗୀତକାର ତାଙ୍କ ସହ କାମ କରିବାକୁ ଚାହୁଁଥିଲେ । ଉଦିତ ନାରାୟଣ ଓ କୁମାର ସାନୁଙ୍କ ସହ ଅଲକାଙ୍କ ଯୋଡି ସବୁଠାରୁ ଅଧିକ ହିଟ ଥିଲା । ଆଜି ଏହି ପୋଷ୍ଟ ମାଧ୍ୟମରେ ଅଲକା ୟାଗ୍ନିକଙ୍କର ସହ ଘଟିଥିବା ଏକ କାହାଣୀ ବିଷୟରେ କହିବୁ ।

 

ଯେବେ ଅଲକା ୟାଗ୍ନିକ ଅମିର ଖାନଙ୍କୁ ଷ୍ଟୂଡିଓରୁ ବାହାର କଲେ

1988ମସିହାରେ ଅଲକା ଫିଲ୍ମ ‘କୟାମତ ସେ କୟାମତ ତକ’ ପାଇଁ ଗୋଟିଏ ଗୀତ ରେକର୍ଡ କରୁଥିଲେ ସେତେବେଳେ ଅମିର ଖାନ ତାଙ୍କ ସାମନାରେ ଆସି ବସିପଡିଲେ , ସେ ସମୟରେ ଅମିର ଖାନ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ , ସେ ରେକର୍ଡିଙ୍ଗ ସମୟରେ ଅଳକାଙ୍କୁ ବାରମ୍ବାର ଚାହୁଁଥିଲେ ଏହି କାରଣରୁ ଅଲକାଙ୍କୁ ଅସହଜ ବୋଧ ହେଲା । କିଛି ସମୟ ପରେ ସେ ରାଗିକରି ଅମିରଙ୍କୁ ଷ୍ଟୂଡିଓ ରୁ ବାହାରିଯିବାକୁ କହିଲେ । ରେକର୍ଡିଙ୍ଗ ସରିବା ପରେ ନାସିର ହୁସେନ ଅଲକାଙ୍କୁ ଫିଲ୍ମର କଳାକାରଙ୍କ ସାକ୍ଷାତ କରେଇଲେ ।

 

ଏହି କଳାକାର ମାନଙ୍କ ମଧ୍ୟରେ ଜୁହୀ ଓ ଅମିର ମଧ୍ୟ ସାମିଲ ଥିଲେ । ଏହି ଯୋଡି ନୂତନ ହେବ କାରଣରୁ ଅଲକା ସେମାନଙ୍କୁ ଠିକ ଭାବରେ ଚିହ୍ନି ନଥିଲେ । ଏହି ଷ୍ଟୂଡିଓରେ ପ୍ରଥମଥର ଅଲକା ଓ ଜୁହୀଙ୍କର ସାକ୍ଷାତ ହୋଇଥିଲା। କିନ୍ତୁ ଯେତେବେଳେ ଅମିର ଖାନଙ୍କ ସହ ତାଙ୍କୁ ସାକ୍ଷାତ କରାଗଲା ସେ ତାଙ୍କୁ ଚିହ୍ନି ପାରିଲେ, ଏହାପରେ ଅଲକା ହସିହସି ଅମିରଙ୍କୁ କ୍ଷମା ମାଗିଲେ । ଅମିର ‘ଇଟ୍ସ ଓକେ’ କହି ଅଲକାଙ୍କୁ କ୍ଷମା କରିଦେଇଥିଲେ । ଏହାପରେ ଏହି ମାମଲା ଶେଷ ହୋଇଥିଲା । ଏହି କଥା କିଛିବର୍ଷ ପୂର୍ବେ ଅଲକା ଗୋଟିଏ ଇଣ୍ଟରଭିୟୁ ସମୟରେ କହିଥିଲେ । ଆଜି ମଧ୍ୟ ଦୁହିଙ୍କର ସାକ୍ଷାତ ହେଲେ ସେମାନେ ଏହିକଥା ମନେପକେଇ ବହୁତ ହସନ୍ତି ।

 

ଆଜି ଅମିର ବଲିଉଡ଼ରେ ରାଜୁତି କରୁଛନ୍ତି

ଅଲକା ସେସମୟରେ ଷ୍ଟୂଡିଓରୁ ଏଭଳି ବେଜ୍ଜତ ହୋଇ ବାହାରିଥିବା ଅଭିନେତା ଦିନେ ବଲିଉଡ଼ ଉପରେ ରାଜୁତି କରିବ ବୋଲି ଜାଣିନଥିଲେ । ତାଙ୍କୁ ଏହା ଜଣାନଥିଲା ଯେ ଦିନେ ଅମିର ଖାନ ଙ୍କ ଫିଲ୍ମ ଦେଖିବାପାଇଁ ଲୋକଙ୍କର ଲମ୍ବା ଲାଇନ ଲାଗିବ। ସେ ଜାଣିନଥିଲେ ଯେ ଭବିଷ୍ୟତରେ ସେ ମିଷ୍ଟର ପେର୍ଫେକ୍ସନିଷ୍ଟ ନାମରେ ପ୍ରସିଦ୍ଧ ହେବେ । ହଁ ଆଜ୍ଞା ଆଜି ଅମିର ବଲିଉଡ଼ରେ ଏକମାତ୍ର କଳାକାର ଅଟନ୍ତି ଯାହାଙ୍କର ଫିଲ୍ମର ପ୍ରତୀକ୍ଷା ନା କେବଳ ଦର୍ଶକ , ବଲିଉଡ଼ କଳାକାର ମାନେ ମଧ୍ୟ କରନ୍ତି । ଅମିର ବର୍ଷରେ ଗୋଟିଏ ଫିଲ୍ମ କରନ୍ତି କିନ୍ତୁ ତାଙ୍କର ଏହି ଫିଲ୍ମ କୋଟିକୋଟି ଟଙ୍କା ଆୟ କରିଥାଏ । ଅମିର କିରଣ ରାଓଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ରିନା ଦତ୍ତଙ୍କ ଶସ 1986ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *