March 23, 2024

Odia Express

News For Public

ନିଜ ସାଇକେଲ୍ ଚୋରି ହେବାପରେ ଏହି ଛୁଆଟି କଲା ଏପରି କାମ ହଲଚଲ୍ ହୋଇଗଲା ପୋଲିସ ଡିପାର୍ଟମେଣ୍ଟ – ଆପଣ ମଧ୍ୟ ଜାଣି ନିୟନ୍ତୁ

ସବୁ ବ୍ୟକ୍ତି ଜୀବନରେ କିଛି ନା କିଛି ଏମିତି ଜିନିଷ ହୋଇଥାଏ ।ଯାହା ତାକୁ ସବୁବେଳେ ତାର ପସନ୍ଦ ଅଟେ । ସେହି ଜିନିଷକୁ ସେ ସବୁବେଳେ ନିଜ ପାଖରେ ରଖିଥାଏ । ତାକୁ ପାଇବାକୁ ସେ କିଛି ବି କରିବାକୁ ପ୍ରସ୍ତୁତ ରହେ । ସେମିତି କିଛି ଏପରି ଭଲ ପାଇବା ଶାହାଜାହାଁପୁର ର ଏକ ପିଲା ନିଜ ସାଇକେଲ୍ ପାଇଁ କରିଥିଲା । ନିଜ ସାଇକେଲ୍ ଚୋରି ହେଇଯିବାରେ ଦୁଃଖି ହୋଇ ପଞ୍ଚମ ଶ୍ରେଣୀ ଛାତ୍ର କିଛି ଏପରି କାମ କରିଥିଲା । ଯାହା ସ୍ଥାନୀୟ ପୋଲିସ୍ ଙ୍କୁ ବହୁତ ହଇରାଣ ହେବାକୁ ପଡିଥିଲା । ସାଇକେଲ୍ ଚୋରି ହେବାପରେ ପୂରା ଡିପାର୍ଟମେଣ୍ଟରେ ହେଇଗଲା ହଲ୍ ଚଲ୍।ସାଇକେଲ୍ ଚୋରି ହେବାର ରିପୋର୍ଟ ଦେବାପରେ ପୋଲିସ୍ ଡିପାର୍ଟମେଣ୍ଟରେ ହଇଚଇ ସୃଷ୍ଟି ହୋଇଥିଲା ।

 

ସହରର ଏସ୍ ପି ପୁରା ପୋଲିସ୍ ଡିପାର୍ଟମେଣ୍ଟକୁ ଭଲ ଭାବରେ ଛାନବିନ୍ କରିଥିଲେ ଓ ଏହାର ତଦନ୍ତ କରିବାକୁ କହିଥିଲେ । ଏହା ପରେ ପୋଲିସ୍ ଡିପାର୍ଟମେଣ୍ଟରୁ ନିରାଶ ହୋଇ ଫେରିବାପରେ ସେ ଛୁଆକୁ ଏକ ନୂଆ ସାଇକେଲ୍ ଦେବାକୁ ପଡିଥିଲା । କେବଳ ଏତିକି ନୁହେଁ ସେଇ ପିଲାର ହଜି ଯାଇଥିବା ବହିଗୁଡିକର ମୂଲ୍ୟ ପୋଲିସ୍ କୁ ହିଁ ଦେବାକୁ ପଡିଥିଲା । ଛୁଆ ଓ ପୋଲିସ୍ ଙ୍କ ମଧ୍ୟରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ୍ ଷ୍ଟେସନ୍ ସାମନାରୁ ହେଲା ଛାତ୍ରର ସାଇକେଲ୍ ଚୋରି – ଥାନା ସେହରାମଉ ଦକ୍ଷିଣର ଦିଲାବରପୁର ଗାଁରେ ଏକ ଛାତ୍ର ଜ୍ଞାନଦୀପ ବିଦ୍ୟା ମନ୍ଦିରରେ ପାଠ ପଢୁଥିଲା । ଗାଁରୁ ସ୍କୁଲ୍ ଟିକେ ଦୂର ଅଟେ । ସେଥିପାଇଁ ସେ ସବୁଦିନ ସ୍କୁଲ୍ ସାଇକେଲ୍ ନେଇକରି ଯାଉଥିଲା । ଗତ ସୋମବାରକୁ ଛାତ୍ରକୁ ଏକ ଫଟୋ ଉଠାଇବାର ଥିଲା । ସେ ସେଥିପାଇଁ ନିଜ ନୁଆ ସାଇକେଲ୍ ନେଇ ପୋଲିସ୍ ଷ୍ଟେସନ୍ ପାଖରେ ଠିଆ କରାଇଦେଲା। ଓ ପାଖରେ ଥିବା ଏକ ଦୋକାନରେ ଫଟୋ ଉଠାଇବାକୁ ଗଲା । ଯେତେବେଳେ ଫେରିଲା ତେବେ ସେ ଦେଖିଲା କି ତାର ସାଇକେଲ୍ ସେହି ଜାଗାରେ ନାହିଁ ଚୋରି ହୋଇଯାଇଛି ।

 

ଅଭିଯୋଗ କରିବାପାଇଁ ପହଞ୍ଚିଲାବେଳେ ପାଟି କରି ତଡିଦେଇଥିଲେ ଥାନାର କର୍ମଚାରୀ ମାନେ ।

ସାଇକେଲ୍ ଚୋରି ହେବାର ଅଭିଯୋଗ ଦେବାପାଇଁ ଛାତ୍ର ଥାନାରେ ପହଞ୍ଚିଲା । ଯେତେବେଳେ ଥାନାରେ ଥିବା ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଲା , ସେତେବେଳେ ସେହି ପିଲାକୁ ଛୁଆ ଭାବିକରି ତାକୁ ପାଟି କଲେ । ତାହାପରେ ସେହି ଛାତ୍ର ଥାନାରେ ଲାଗିଥିବା ଅଧିକାରୀଙ୍କ ଲିଷ୍ଟରୁ ଏସ୍ ପି ଙ୍କ ନମ୍ବରଙ୍କୁ ସାଇକେଲ୍ ଚୋରି ହେବାର ଖବର ଜଣାଇଥିଲା । ସେତେବେଳେ ସେହି ଅଞ୍ଚଳର ଏସ୍ ପି ଥିଲେ କେବି ସିଂ । ଓ ଥାନାର ଏହି ଘଟଣା ଏସ୍ ପି ଙ୍କୁ ଜଣାଇଥିଲେ ।

ଏସ୍ ପି ଙ୍କୁ ଅଭିଯୋଗ କରିବାପରେ ୨୪ ଘଣ୍ଟା ମଧ୍ୟରେ ନୁଆ ସାଇକେଲ୍ କିଣି ଦେବାକୁ ପଡିଥିଲା ସେହି ଛାତ୍ରକୁ ।

ସେ ଏହା ବି କହିଥିଲା ଏସ୍ ପି ଙ୍କୁ କି ଥାନାରେ ଥିବା ଅଧିକାରୀ କହୁଛନ୍ତି କି ସାଇକେଲ୍ ଦେଇପାରିବେ ନାହିଁ , ଓ ତୁ ଏସ୍ ପି ଙ୍କୁ ଯାଇକରି ସାଇକେଲ୍ ମାଗ , ଏସ୍ ପି ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଥାନାରେ ଯାଇ ପାଟି କଲେ । ଓ ୨୪ ଘଣ୍ଟା ମଧ୍ୟରେ ଏକ ନୁଆ ସାଇକେଲ୍ ଦେବାପାଇଁ ଥାନା ଅଧିକାରୀଙ୍କୁ ଆଦେଶ ଦେଲେ । ଏସ୍ ପି ଙ୍କ ଆଦେଶ ପାଇ ସବୁ ପୋଲିସ୍ କର୍ମଚାରୀ ସାଇକେଲ୍ ଖୋଜିବାରେ ଲାଗିଗଲେ । କିନ୍ତୁ ସାଇକେଲ୍ ମିଳିଲା ନାହିଁ । ଏଥିପାଇଁ ନିଜ ଚାକିରି ବଞ୍ଚାଇବାପାଇଁ ପୋଲିସ୍ ସେହି ଛାତ୍ରକୁ ଏକ ନୂଆ ସାଇକେଲ୍ କିଣିକରି ଦେବାକୁ ପଡିଲା । ସେହି ଛାତ୍ରର ସବୁ ବହିପତ୍ର ବି ଚୋରି ହୋଇଯାଇଥିଲା । ତାର ଭରଣା ବି ପୋଲିସ୍ ଙ୍କୁ ଦେବାକୁ ପଡିଥିଲା ।<

Leave a Reply

Your email address will not be published. Required fields are marked *