March 28, 2024

Odia Express

News For Public

କେବେ ଲାଲବତି ଗାଡିରେ ବୁଲୁଥିଲେ ଏହି ମହିଳା , ଆଜି ସେ ଘର ଚଳାଇବାପାଇଁ ଚରାଉଛନ୍ତି ଛେଳି – ସବୁ କଥା ଜାଣିଲା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ

ଖରାପ ସମୟ ହେବାରୁ ମଣିଷ ସେହି କାମ କରିଥାଏ ଯେଉଁ ବିଷୟରେ ସେ କେବେ ଭାବି ନଥାଏ , କେତେ ବେଳେ ସେ ଗରିବ ହୋଇଯାଏ ଓ କେବେ ଗରିବରୁ ସେ ଧନୀ ପାଲଟି ଯାଏ । ବ୍ୟକ୍ତିର ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ନିଶ୍ଚିତ ହେବ । ଆପଣଙ୍କ ଭାଗ୍ୟ କେହି ବଦଳାଇ ପାରିବେ ନାହିଁ । ଏମିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କ ହୋସ୍ ଉଡିଯିବ । ଏମିତି ଏକ ମହିଳା ରାଜାରୁ ରଙ୍କ ହୋଇଯାଇଥିଲେ । ତାଙ୍କୁ ଜଣା ବି ପଡିଲାନି । ଆସନ୍ତୁ ଜାଣିବା ।ଏହି ଘଟଣା ଶିବପୁରୀ ବଦରବାସର ଅଟେ , ଜୁଲି ଆଦିବାସୀଙ୍କ ଏଠାରେ ଅଧ୍ୟକ୍ଷ୍ୟ ଥିଲେ । କିନ୍ତୁ ସେ ସମୟ ବଦଳିବା ସହ ଏପରି ତଳକୁ ଚାଲି ଆସିଲେ କି ସେହି କଥା ବିଶ୍ୱାସ କରିହେବନି । ଲାଲି ବତିରେ ବୁଲୁଥିବା ଜୁଲି ରାସ୍ତାକୁ ପଳେଇଆସିଲେ ।

 

ଗୋଟେ ସମୟ ଥିଲା ଯେତେବେଳେ ଲୋକେ ତାଙ୍କୁ ମ୍ୟାଡମ୍ ବୋଲି ଡାକୁଥିଲେ । କିନ୍ତୁ ଏବେ ଲୋକେ ତାଙ୍କୁ ବହୁତ କଷ୍ଟରେ ଯଦି ମ୍ୟାଡାମ ଡାକୁଥିବେ ତାହା ଜଣାନାହିଁ । କହିଦେଉଛୁ କି ଗୋଟେ ସମୟରେ ସେ ଜିଲ୍ଲା ଅଧ୍ୟକ୍ଷ ରହିଥିବା ଜୁଲ୍ ଆଜି ଗୁମନାମ୍ ଜୀବନ ଚଳୁଛନ୍ତି । ନିଜ ପରିବାର ପାଳନପୋଷଣ କରିବାପାଇଁ ସେ ଛେଳି ଚରାଉଛନ୍ତି । ଜିଲ୍ଲା ଅଧ୍ୟକ୍ଷ ପଦରେ ସେ ଥିଲେ । ଜୁଲିଙ୍କୁ ଇନ୍ଦିରା ଆବାସ ପାଇଁ ଘର ତ ମିଳିଲା କିନ୍ତୁ ନିଜର ଭ୍ରଷ୍ଟାଚାର ସକାଶେ ତାଙ୍କୁ ରହିବାପାଇଁ ଦିଆଗଲା ନାହିଁ ।

କହିଦେଉଛୁ କି ୨୦୦୫ ରେ ସେ ୱାର୍ଡ ନଂ ୩ ରୁ କୋଲାରସର ପୁର୍ବ ବିଧାୟକ ରାମ ସିଂହ ଯାଦବ ଦ୍ୱାରା ଜୁଲିଙ୍କୁ ଆଦିବାସୀ | ଜିଲ୍ଲାର ପଞ୍ଚାୟତ ସଦସ୍ୟ ବନା ହୋଇଥିଲା । ଜିଲ୍ଲା ପଞ୍ଚାୟତର ସଦସ୍ୟ ଥିବା ପୁର୍ବରୁ ସେ ମୁଲିଆ କାମ କରୁଥିଲେ । ଜିଲ୍ଲା ପଞ୍ଚାୟତରେ ସଦସ୍ୟ ହେବା ପରେ ସେ ଶିବପୁରୀ ର ପୂର୍ବ ବିଧାୟକ ବିରେନ୍ଦ୍ର ରଘୁବଂଶୀ ତାଙ୍କୁ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ବନେଇଥିଲେ । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ରାଜ୍ୟ ମନ୍ତ୍ରୀ ହିସାବରେ ଦାୟିତ୍ୱ ମିଳିବା ପରେ ଲୋକେ ତାଙ୍କୁ ସମ୍ମାନ ଦେଉଥିଲେ ଓ ମ୍ୟାଡାମ୍ କହି ଡାକୁଥିଲେ । କିନ୍ତୁ ସେହି ମ୍ୟାଡାମ୍ ଏବେ ନିଜ ପରିବାର ଚଳେଇବା ପାଇଁ ଛେଳି ଚରାଉ ଛନ୍ତି । ସରକାରୀ କାଗଜପତ୍ର ରେ ତାଙ୍କୁ ଇନ୍ଦିରା ଆବାସ ମିଳିସାରିଛି । କିନ୍ତୁ ସତ କିଛି ଅଲଗା ଅଟେ ।

ସରକାରୀ ଜାଗାରେ ତାଙ୍କ ଚାଳଘର ରହିବା ସମ୍ଭବ ନୁହେଁ । ଜୁଲି ଙ୍କୁ ଏହି ଇନ୍ଦିରା ଆବାସ ଘର କରିବାପାଇଁ ପଇସା କିସ୍ତିରେ ମିଳିବା ଠିକ୍ ହୋଇଯାଇଥିଲା କିନ୍ତୁ ତାଙ୍କୁ କିଛି ବି ମିଳିଲା ନାହିଁ । ତାଙ୍କୁ ଛେଳି ଚରାଇବା ପାଇଁ ୪୦ ଟଙ୍କା ମିଳୁଛି ।କିନ୍ତୁ ସେ ସବୁଦିନ ତାଙ୍କୁ ୪୦ ଟି ଛେଳି ଚରାଇବା ପାଇଁ ପଡୁଛି । ଓ ସେହି ଥିରେ ସେ ନିଜର ପରିବାର ପାଳନ ପୋଷଣ କରୁଛନ୍ତି । ଯେତେବେଳେ ତାଙ୍କୁ ଛେଳି ଚରାଇବା ମିଳେ ନାହିଁ ତେବେ ସେ ମଜୁରୀ କାମ କରନ୍ତି । ଜୁଲି ଙ୍କ କହିବା ଅନୁସାରେ ଯେଉଁ ଲୋକ ତାଙ୍କୁ ଉଚ୍ଚ ପୋଷ୍ଟ ଓ ପରିଚୟ ଦେଇଥିଲେ ସେମାନେ ଏବେ ତାଙ୍କୁ ଚିହ୍ନି ବି ପାରୁନାହାନ୍ତି । ଏହି କଥାରେ ସେ ବହୁତ ଦୁଃଖି ଅଛନ୍ତି ।

ଜୁଲି କହିଲେ କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ସୀକୃତି ମିଳିଥିବା ଘର ପାଇଁ ଯେତେବେଳେ ସେକ୍ରେଟାରୀ ଓ ଜନପଦ ପଞ୍ଚାୟତ ପାଖରେ ପହଞ୍ଚିଥିଲେ ତେବେ ଅଧିକାରୀ ମାନେ ତାଙ୍କୁ ତଡି ଦେଇଥିଲେ । ତାଙ୍କର ନିଜର ଚାଳିଆ ବହୁତ ଦୟନୀୟ ଅବସ୍ଥାରେ ଅଛି

Leave a Reply

Your email address will not be published. Required fields are marked *