ପୁରୁଣା ରୁ ପୁରୁଣା ପିତଳ ଓ ତମ୍ବା ବାସନକୁ ଏହିପ୍ରକାର ସଫା କରନ୍ତୁ, ପୁରା ନୂଆ ଭଳି ଚମକିବ – ଆଜି ହିଁ ବ୍ୟବହାର କରନ୍ତୁ

ପୂର୍ବକାଳରେ ଲୋକମାନେ ପିତଳ ଓ ତମ୍ବା ବାସନରେ ରୋଷେଇ କରୁଥିଲେ ଓ ଖାଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ ପିତଳ ବାସନର ବ୍ୟବହାର କମ ହେଉଛି କାରଣ ପିତଳ ବାସନ ଜାଗାରେ ଷ୍ଟିଲ ନେଇସାରିଛି । କିନ୍ତୁ ତଥାପି ପିତଳ ବାସନ ଆପଣ ପ୍ରତ୍ୟେକ ଘରେ ଦେଖିବାକୁ ପାଇବେ। ଏହି ବାସନ ବ୍ୟବହାର ନହେବାର କାରଣ ଏସବୁ କଳା ପଡିଯାଏ ଓ ଏଗୁଡ଼ିକୁ ସଫା କରିବା ବହୁତ ପରିଶ୍ରମର କାମ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏପରି ଘରୋଇ ପଦ୍ଧତି କହିବୁ ଯାହାର ବ୍ୟବହାର କରି ଆପଣ ନିଜର କଳା ପଡିଥିବା ପିତଳ ବାସନ ଏକଦମ ସୁନା ଭଳି ଚମକେଇ ପାରିବେ ।

 

ସାମଗ୍ରୀ – ଗହମର ଅଟା ଦୁଇ ଚାମଚ, ଲୁଣ ଏକ ଚାମଚ , ଭିନେଗାର ଏକ ଚାମଚ

ବିଧି – ପ୍ରଥମେ ଗୋଟିଏ କଂସାରେ ଦୁଇ ଚାମଚ ଗହମ ଅଟା ନିଅନ୍ତୁ ଓ ଏଥିରେ ଏକ ଚାମଚ ଲୁଣ ପକେଇ ଭଲ ଭାବରେ ମିଶେଇ ଦିଅନ୍ତୁ , ତାପରେ ଏଥିରେ ଏକ ଚାମଚ ଭିନେଗାର ପକେଇ ପେଷ୍ଟ ବନେଇଦିଅନ୍ତୁ, ପେଷ୍ଟ ଗାଢ ହେବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଭିନେଗାର ନଥିବ ତେବେ ଆପଣ ଲେମ୍ବୁରସ ମଧ୍ୟ ବ୍ୟବହାର କରିପାରିବେ ।

 

ବ୍ୟବହାର କରିବାର ବିଧି – ବର୍ତ୍ତମାନ ଆପଣ କଳା ପଡିଥିବା ପିତଳ ବାସନ ଆଣନ୍ତୁ ଓ ଏହା ଉପରେ ପ୍ରସ୍ତୁତ ହୋଇଥିବା ପେଷ୍ଟ ଲଗେଇ ଦିଅନ୍ତୁ , ଏହାକୁ ପାଞ୍ଚ ମିନିଟ ପାଇଁ ଛାଡି ଦିଅନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ବାସନ ଅଧିକ କଳା ପଡିଛି ତେବେ ଆପଣ ସେହି ସ୍ଥାନରେ ଅଧିକ ପେଷ୍ଟ ଲଗେଇଦିଅନ୍ତୁ। ପାଞ୍ଚ ମିନିଟ ପରେ ଏକ ସ୍କଚ ବ୍ରାଇଟ ନିଅନ୍ତୁ ଓ ଏଥିରେ ବାସନ କୁ ଘସନ୍ତୁ ଓ ଭଲ ପାଣିରେ ଧୋଇ ଦିଅନ୍ତୁ ଏବେ ଆଉଥରେ କୌଣସି ବାସନ ମଜା ସାବୁନ ଆଣନ୍ତୁ ଓ ଏଥିରେ ପିତଳ ବାସନକୁ ସଫା କରିଦିଅନ୍ତୁ । ଏହା ଫଳରେ ଏଥିରୁ ଭିନେଗାରର ବାସ୍ନା ନଆସିବ । ବର୍ତ୍ତମାନ ଆପଣ ଏହାକୁ ଖରରେ ସୁଖିବା ନିମନ୍ତେ ରଖିଦିଅନ୍ତୁ କିମ୍ବା ସେଗୁଡିକୁ ସୂତା କପଡାରେ ଭଲଭାବେ ପୋଛିଦିଅନ୍ତୁ । ଆପଣଙ୍କ ପିତଳ ବାସନ ଏକଦମ ଚମକିବ , ଆପଣଙ୍କୁ ଏପରି ଲାଗିବ ଯେମିତିକି ଆପଣ ଆଜି ହିଁ ସେଗୁଡିକୁ କିଣି ଆଣିଛନ୍ତି ।

Leave a Reply

Your email address will not be published. Required fields are marked *