April 24, 2024

Odia Express

News For Public

ପୂର୍ବ ଅଧିନାୟକ କପିଳ ଦେବଙ୍କୁ ୩୬ ବର୍ଷ ପରେ ମିଳିଲା ପି ଏଫ୍ ଟଙ୍କା – କେତେ ଟଙ୍କା ମିଳିଲା ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆମ ଭାରତର କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ୱାଲର୍ଡ କପ୍ ହେଉ କିମ୍ବା ଆଇପିଏଲ୍ , ସବୁ ଟ୍ରଫି ଭାରତୀୟ ଟିମ୍ ନିଜ ନାଁରେ କରିବାକୁ ଚାହିଁଥାଏ , ସମୟର ସଙ୍ଗେ ସଙ୍ଗେ ପୁରୁଣା କ୍ରିକେଟିୟର୍ ମାନେ ଅବସର ନେଇ ନେଇଯାଉଛନ୍ତି । ଓ ଧୁଆଁଧାର ଖେଳାଳୀ ମାନେ ନିଜର ସାନଦାର୍ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରୁଛନ୍ତି । କିନ୍ତୁ ଆଜି ଆମେ ୯୦ ଦଶକର ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ରହିଥିବା କପିଳ ଦେବ ଙ୍କ ବିଷୟରେ ଏମିତି କିଛି କହିବୁ ଯାହା ସେ ଦୁନିଆଁକୁ ଲୁଚେଇ ଆସୁଥିଲେ । ସେମିତି ବି ତାଙ୍କ ଘର ପରିବାରଙ୍କୁ ଏହି କଥା ଜଣାଥିଲା କିନ୍ତୁ ଏବେ ସେହି ତଥ୍ୟ ମିଡିଆ ଆଗରେ ଖୋଲି ସାରିଲାଣି ।

 

କପିଳ ଦେବ ଏମିତି ଜଣେ ଯୁବା କ୍ରିକେଟିୟର୍ ଥିଲେ ଯେଉଁ ସମୟରେ ସେ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ୱାଲର୍ଡ କପ୍ ଜିତିଥିଲା । ତାପରେ ସେ ଦିନରୁ ନେଇକି ଆଜି ପର୍ଯ୍ୟନ୍ତ କପିଳଙ୍କ ନା ସବୁ ଦେଶର ଲୋକ ଜାଣିଛନ୍ତି । ତେବେ ଆସନ୍ତୁ କପିଳ ଦେବ ଙ୍କ ଗୋପନୀୟ ତଥ୍ୟ ବିଷୟରେ ଜାଣିବା ।

କପିଳ ଦେବ କେବେ ଭାବିନଥିଲେ କି ତାଙ୍କର ଏହି କଥା ବାହାରେ ପ୍ରଘଟ ହେବ ବୋଲି , ଓ ତାଙ୍କୁ ଏହି ପରି ଖୁସି ଦେବ ବୋଲି । ଆପଣଙ୍କୁ ଜାନକାରି ପାଇଁ କହିଦେଉଛୁ କି କ୍ରିକେଟ୍ ଟିମ୍ ରେ ଭାଗ ନେଲାପରେ ସେ ପ୍ରଥମେ ଅଧିନାୟକତ୍ୱ ଗ୍ରହଣ କରିଥିଲେ । ଓ ସେ ଏକ କମ୍ପାନୀରେ କାମ ମଧ୍ୟ କରିଥିଲେ । ପ୍ରକୃତରେ କପିଳ ଦେବ ସ୍ପିନିଙ୍ଗ୍ ଓ ବିବିଙ୍ଗ୍ ମିଲ୍ସରେ ଲଞ୍ଜିଙ୍ଗ୍ ଅଫିସର୍ ଭାବେ କାମ କରୁଥିଲେ ସେ ତାକୁ ୧୯୭୯ ରୁ ଆରମ୍ଭ କରି ୧୯୮୨ ପର୍ଯ୍ୟନ୍ତ କାମ କଲେ ଓ ତାପରେ କ୍ରିକେଟ ଜଗତରେ ପାଦ ଦେଲେ ।

 

ସବୁ କମ୍ପାନୀ ନିଜ ପାଖରେ କାମ କରିବା ଲୋକଙ୍କୁ ତାଙ୍କର ଦରମାରୁ କିଛି ଟଙ୍କା କାଟିକି ପ୍ରୋଭିଡେଣ୍ଟ ଫଣ୍ତରେ ରଖିଥାନ୍ତି । ଯେବେ ଚାକିରି ଛାଡିବା ପରେ ତାଙ୍କୁ ଦିଆଯାଇଥାଏ ।କପିଳ ଦେବ ଏହି କମ୍ପାନୀରେ ୩୬ ବର୍ଷ ପରେ ତାଙ୍କର ବକେୟା ଟଙ୍କା ସୁଝି ଦେଇଛନ୍ତି ।କୁହାଯାଉଛି କି ଏହି ଟଙ୍କା ହାରାହାରି ୨।୭୫ ଲକ୍ଷ ଅଟେ । ଓ ଏହା ଚାରି ଦଶକ ପରେ ମିଳିଛି । ସେମିତି କମ୍ପାନୀର ବିଲ୍ ୧୯୯୪ ରୁ ହିଁ ବନ୍ଦ ହୋଇସାରିଥିଲା କିନ୍ତୁ ଏବେ ସେ କମ୍ପାନୀ ଚାଲୁଅଛି ।

କମ୍ପାନୀର ମାଲିକ କହିଲେ କି ଯେବେ ସେ ଏହି କମ୍ପାନୀରେ କାମ କରୁଥିବା ପୁରୁଣା କର୍ମଚାରୀଙ୍କ ରେକର୍ଡ ଚେକ୍ କରୁଥିଲେ, ସେତେବେଳେ ତାଙ୍କୁ ଜଣା ପଡିଲା କି ତାଙ୍କର ପ୍ରୋଭିଡେଣ୍ଟ ଫଣ୍ତ ଏ ପର୍ଯ୍ୟନ୍ତ ମିଳିନାହିଁ । ସେତେବେଳେ ସେ ତୁରନ୍ତ କପିଳ ଦେବଙ୍କୁ ସଂମ୍ପର୍କ କଲେ , ଓ ତାଙ୍କୁ ବକେୟା ଟଙ୍କା ନେଇଯିବା ପାଇଁ କହିଥିଲେ । ସେମିତି ବି କପିଳ ଦେବ ଙ୍କୁ ଜାନୁୟାରୀ ମାସରୁ ସବୁ ଟଙ୍କା ଦେଇଥିଲା । କିନ୍ତୁ କପିଳ ଦେବ ଏହି କଥା ମିଡିଆରେ କହିନଥିଲେ ।

ଆପଣଙ୍କୁ ଜଣେଇ ଦେଉଛୁ କି କପିଳ ଦେବ ବହୁ ବର୍ଷ ପୂର୍ବରୁ କ୍ରିକେଟ ଜଗତରୁ ସନ୍ୟାସ୍ୟ ନେଇ ସାରିଥିଲେ । କପିଳ ଦେବ୍ ୧୯୮୩ ରେ ଭାରତକୁ ପ୍ରଥମ ବିଶ୍ୱକପ୍ ଦେଇଥିଲେ । ସେ ତାଙ୍କ କ୍ୟାରିୟରରେ ପ୍ରାୟ ୨୨୫ ଦିନିକିଆ ମ୍ୟାଚ ଖେଳିଛନ୍ତି । ଓ ସେ ସବୁ ମ୍ୟାଚକୁ ମିଶାଇ ୩୭୮୩ ରନ କରିଥିଲେ

Leave a Reply

Your email address will not be published. Required fields are marked *