ଶିରଡିର ସାଇବାବା ଜଣେ ଭାରତୀୟ ଗୁରୁ , ଯୋଗୀ ଓ ଫକିର ଅଟନ୍ତି । ଏହାଙ୍କର ନାମ ପୂର୍ବରୁ ‘ଥିଲେ’ ଶବ୍ଦ ଲଗେଇବା ଉଚିତ ନୁହେଁ କାରଣ ସାଇ ଆଜି ମଧ୍ୟ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି । ତାଙ୍କର ଭକ୍ତ ତାଙ୍କୁ ସନ୍ଥ କହୁଥିଲେ । ତାଙ୍କର ଆଦର୍ଶ ବାକ୍ୟ “ସବକା ମାଲିକ ଏକ ହେ” । ଶିରଡି ର ବାବା ଲୋକଙ୍କୁ ପ୍ରେମ କ୍ଷମା , ଅନ୍ୟମାନଙ୍କର ସହାୟତା କରିବା, ସଂଯମ , ଆତ୍ମିକ ଶାନ୍ତି ତଥା ଭଗବାନ ଓ ଗୁରୁଙ୍କ ନିକଟରେ ସମର୍ପଣର ଶିକ୍ଷା ଦେଉଥିଲେ । ହିନ୍ଦୁ କିମ୍ବା ମୁସଲିମ ଦୁଇ ଧର୍ମର ଲୋକ ଏହାଙ୍କର ଆଦର ସତ୍କାର କରୁଥିଲେ ଓ ଯେବେ ଏହାଙ୍କର ଜୀବନ କାଳ ସମାପ୍ତ ହେଲା ସେତେବେଳେ ମଧ୍ୟ ଏହା କରୁଥିଲେ ।
ସାଇବାବାଙ୍କର ଜନ୍ମ ୨୭ସେପ୍ଟେମ୍ବର ୧୮୩୦ରେ ମହରାଷ୍ଟ୍ରର ପଥରି ଗ୍ରାମରେ ହୋଇଥିଲା ଓ ଏହାଙ୍କର ମୃତ୍ୟୁ ୧୫ଅକ୍ଟୋବର ୧୯୧୮ରେ ଶିରଡିରେ ହୋଇଥିଲା । ତାଙ୍କୁ ଯେବେ ମଧ୍ୟ ତାଙ୍କର ଅତୀତ ଜୀବନ ବିଷୟରେ ପ୍ରଶ୍ନ ହୁଏ ସେତେବେଳେ ସେ କଥାକୁ ବୁଲେଇବଙ୍କେଇ ଉତ୍ତର ଦେଉଥିଲେ । ସାଇବାବାଏହା ଚାହୁଁଥିଲେ ଓ ଏପରି କହିପାରିଥାନ୍ତେ ଯେ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଲୋକଙ୍କ ମନରେ ଏକେଶ୍ଵରବାଦର ବିଶ୍ଵାସ ଜନ୍ମେଇବା । ସାଇବାବାଙ୍କର ଅଧିକତର ସମୟ ଭକ୍ତ ମାନଙ୍କ ସହ କଟୁଥିଲା । କିନ୍ତୁ ଏପରି କୁହାଯାଏ ଯେ ସେ କାହାସହ ଧର୍ମ ଆଧାରରେ ବ୍ୟବହାର କରୁଣାଥିଲେ । ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ।
ଯେଉଁ ସ୍ଥାନରେ ତାଙ୍କର ଜନ୍ମ ହୋଇଥିଲା ମହରାଷ୍ଟ୍ରର ପଥରି ରେ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇଛି ଯେଉଁଠାରେ ତାଙ୍କର ଆକର୍ଷକ ମୂର୍ତ୍ତି ରଖାଯାଇଛି । ବାବାଙ୍କର ଏହି ନିବାସସ୍ଥାନ ଅଟେ ଯେଉଁଠାରେ ତାଙ୍କର ପୁରାତନ ବସ୍ତୁ ଯେପରିକି ବାସନ , ଘଡି ଠଠ ଦେବିଦେବତାଙ୍କର ପ୍ରତିମା ଇତ୍ୟାଦି । ଆଜିର ପୋସ୍ତ ମାଧ୍ୟମରେ ଆମେ ଆପଣଙ୍କୁ ସାଇବାବାଙ୍କର କିଛି ଦୁର୍ଲଭ ଫଟୋ ଦେଖାଇବୁ । ଆଜି ସାଇବାବାଙ୍କର ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖାଇବୁ ତାହା ପ୍ରାୟ ୧୦୦ବର୍ଷରୁ ଅଧିକ ପୁରାତନ ଅଟେ । ଏହି କଥାର କୌଣସି ସୂଚନା ନାହିଁ ଯେ ଏହି ସବୁ ଫଟୋ କିଏ ଉଠେଇଛି ।
ଏହି ଫଟୋରେ ସାଇବାବା ନିଜର ପ୍ରିୟ ଶିଷ୍ୟଙ୍କ ଗହଣରେ ଉପସ୍ଥିତ ଅଛନ୍ତି
ଶିରଡି ସ୍ଥିତ ବଜାରରେ ସାଇବାବାଙ୍କ ଫଟୋ
ନିରୀହ ପଶୁମାନଙ୍କୁ ସ୍ନେହ କରୁଥିବା ସାଇବାବା