April 14, 2024

Odia Express

News For Public

ଷ୍ଟେସନରେ ଅଚାନକ ବଞ୍ଚାଅ-ବଞ୍ଚାଅ କହି ଚିତ୍କାର କରିଥିଲା ଏକ ନୂଆ ବୋହୁ, ସତ ଜାଣିକରି ଲୋକଙ୍କ ଉଡିଗଲା ହୋସ୍ – ଆପଣ ମଧ୍ୟ ଜାଣି ରଖନ୍ତୁ

1 min read

କେଉଁ ରେଲୱେ ଷ୍ଟେସନରେ ଲୋକ ଭିଡ ଥିବା ବେଳେ ଅଚାନକ ଏକ ଚିତ୍କାର ଶୁଣାଗଲେ , ବଞ୍ଚାଅ-ବଞ୍ଚାଅ । ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ହେବ ? ହଁ ଆଜ୍ଞା ଏକ ନୁଆ ବୋହୁ ଚିତ୍କାର କରିଥିଲେ ବଞ୍ଚାଅ-ବଞ୍ଚାଅ । ଓ ଇଆଡେ ସିଆଡେ ଦଉଡିବାକୁ ଲାଗିଲା । ସେଠାରେ ଥିବା ଯାତ୍ରୀ ମାନେ ତାକୁ ସାହାର୍ଯ୍ୟ କରିବାପାଇଁ ଯାଇଥିଲେ । ବୋହୁ ଟି କିଛି ଲୋକଙ୍କୁ ଇସାରା କରିଥିଲା ଯାହା ଦ୍ୱାରା କି ସେଠାକାର ଲୋକେ ତାଙ୍କୁ ବହୁତ ପିଟିଥିଲେ । ଯେତେବେଳେ ସତକଥା ସାମନା କୁ ଆସିଥିଲା ତେବେ ସମସ୍ତେ ଚକିତ ହୋଇଗଲେ । ଷ୍ଟେସନରେ ଅଚାନକ ଏପରି ଚିତ୍କାର କରିବା ପଛରେ କଣ ଥିଲା କାରଣ ଆସନ୍ତୁ ଜାଣିବା ପୁରା ମାମଲା ।

 

ଏହି ମାମଲା ୟୁପି ର ଗାଜିପୁର୍ ଜିଲ୍ଲାରେ ଥିବା ଦୁଲ୍ଲହପୁର ରେଲୱେ ଷ୍ଟେସନ୍(ମୁଗଲ୍ ସରାୟ ପାଟନା ରୁଟ୍) ରେ ଏକ କୋଳାହଳ ସୃଷ୍ଟି ହୋଇଥିଲା । ସେଠାରେ ନୁଆ ବୋହୁଟି ଚିତ୍କାର କରି ବଞ୍ଚାଅ-ବଞ୍ଚାଅ କହି ଏପଟେ ସେପଟେ ଦଉଡିବାକୁ ଲାଗିଲା । ସେହି ମହିଳା କହିଲା କି ମୋତେ ଅପହରଣ କରିବାକୁ ଯାଉଥିଲେ ।

 

ତାପରେ କଣ ହେବ , ତାପରେ ରାଗିଥିବା ଲୋକେ ସେ ଭିଡ ଭିତରୁ ଛଅ ଜଣ ଲୋକଙ୍କୁ ବହୁତ ମାଡପିଟ୍ କରିଥିଲେ । ସେ ଲୋକଙ୍କୁ ଏତେ ମାଡ ହୋଇଥିଲା କି ବିଶ୍ୱାସ କରିହେବନି ।ତାପରେ ଏହି ଘଟଣା ୧୦୦ ନମ୍ବର ଡାଏଲ୍ କରି ପୋଲିସ୍ କୁ ଦିଆଗଲା ଜାନକାରୀ ପାଇକରି ଥାନା ଅଧିକାରୀ ରାଜୁ କୁମାର ନିଜ୍ ପୋଲିସ୍ ଫୋର୍ସ ସହ ସେହି ଜାଗାରେ ପହଞ୍ଚିଥିଲେ । ଓ ସେହି୍ ଛଅ ଜଣ ଲୋକଙ୍କୁ ଗିରଫ କରିଥିଲେ । ପୋଲିସ୍ ସେହି ଲୋକଙ୍କୁ ଛାନ୍ ବିନ୍ କରି ଜାଣିବାକୁ ପାଇଲେ କି ସେ ନୁଆ ବୋହୁ କହିବା ମୁତାବକ ସେ ଲୋକମାନେ ଅପହରଣ କରିଥିଲେ । କିନ୍ତୁ ତାହା ଅପହରଣ ନଥିଲା । ସେ ଝିଅ ୧୬ ବର୍ଷର ଥିଲା । ଓ ତାର ଗରିବ ମା ବାପା ତାର ବାହାଘର ଏକ ୩୨ ବର୍ଷର ବ୍ୟକ୍ତି ସହ ଜବରଦସ୍ତି କରାଇଦେଇଥିଲେ ।

 

ସେ ଲୋକମାନେ କନ୍ୟାକୁ ନେଇ ଘରକୁ ଯାଉଥିଲେ । କିନ୍ତୁ ସେ ଝିଅ ଯିବାକୁ ଚାହୁଁନଥିଲେ । ଏଥିପାଇଁ ୧୬ ବର୍ଷୀୟ ଝିଅ ସେ ଲୋକଙ୍କ ଠାରୁ ବଞ୍ଚିବା ପାଇଁ ଏପରି କାମ କରିଥିଲା । ସେ ପ୍ରକୃତରେ ବାହା ହେବାକୁ ଚାହୁଁନଥିଲା । କିନ୍ତୁ ତା ବାପା ମା ବାହା ହେବା ବାଧ୍ୟ କରାଇଥିଲେ ଓ ବାହାଘର କରାଇ ଦେଇଥିଲେ । ଏହା କେବଳ ଏହି ଝିଅର କଥା ନୁହେଁ ଭାରତରେ ବହୁତ ଏପରି ଝିଅଙ୍କ ବାହା ଘର ଏପରି ନିଜ ବୟସର ଦୁଇ ଗୁଣ ଲୋକ ସହ କରାଇଦେଉଛନ୍ତି ।

ଏଠାରେ ସହରର ଝିଅ ମାନେ ନିଜ ପରିବାର ସହ ଲଢି ନିଜ କ୍ୟାରିୟରକୁ ପ୍ରାଧ୍ୟାନ୍ୟ ଦେଇଥାନ୍ତି । କିନ୍ତୁ ଗାଁର୍ ଝିଅଙ୍କୁ ଏହା ମିଳେ ନାହିଁ , ନା ତାଙ୍କୁ ପଢିବାକୁ ଦିଆଯାଏ , ବରଂ ତାଙ୍କୁ ନିଜ ବୟସର ଅଧିକା ବୟସ୍କ ଲୋକ ସହ ବାହା ହେବାପାଇଁ ବାଧ୍ୟ କରାଯାଏ । ତାପରେ ତାଙ୍କ ବାକି ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏହି ସମୟରେ ଏହି ଝିଅଟି ଯେଉଁ ଉଦ୍ୟମ କଲା ତାହା କୌଣସି ଭୁଲ୍ କଥା ନୁହେଁ , ସମାଜରେ ଏହି ପରି ଝିଅ ସହ ସାଥ୍ ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *