March 26, 2024

Odia Express

News For Public

କିଡିନି ଫେଲ୍ ହେବା ପୂର୍ବରୁ ଦେଖାଯାଏ ଏହି ଲକ୍ଷଣ – ଭୁଲ୍ ରେ ବି ଅଣଦେଖା କରନ୍ତୁ ନାହିଁ : ଏବେ ହିଁ ଜାଣିରଖନ୍ତୁ

କିଡିନି ଫେଲ୍ ହେବାର ଲକ୍ଷଣ : ମନୁଷ୍ୟ ଜୀବନରେ କେତେ ରୋଗ ହୋଇଥାଏ । ଏହି ସବୁ ରୋଗ ହୋଇଥାଏ ଠିକ୍ ସମୟରେ ନ ଖାଇବା ଓ ଦେହ ପ୍ରତି ଧ୍ୟାନ ନ ଦେବା, ନିଜ ଦେହର ଯତ୍ନ ନ ନେଲେ ଜୀବନ ପ୍ରତି ବିପଦ ଆସିଥାଏ । ଆଜି ଆମେ କିଡିନି ସହ ଯୋଡି ହୋଇଥିବା କିଛି ଜାନକାରୀ ଦେବାକୁ ଯାଉଛୁ । ତାହା ଆପଣଙ୍କୁ ସାହାର୍ଯ୍ୟ କରିବ । କହି ଦେଉଛୁ କି ଶରୀରର ମହତ୍ୱପୂର୍ଣ୍ଣ ଭାଗ ହେଲା କିଡନି , ମଣିଷ ପାଖରେ ଦୁଇଟି କିଡନି ଥାଏ । ଯଦି ଗୋଟେ ଖରାପ ହେଇଯାଏ ତେବେ ସେ ବଞ୍ଚିପାରିବ । ଯଦି ଆପଣଙ୍କୁ ଏହି ଲକ୍ଷଣ ଦେଖାଯାଏ ତେବେ ଡକ୍ଟରଙ୍କୁ ନିଶ୍ଚିତ ଦେଖାନ୍ତୁ । କିଡନି ଖରାପ ହେବା ଦ୍ୱାରା ଆପଣ ମୃତ୍ୟୁ ମୂଖ ଆଡକୁ ଯାଇପାରନ୍ତି । ଆସନ୍ତୁ ଜାଣିବା କିଡନି ଫେଲ୍ ହେବାର ଲକ୍ଷଣ । କିଡନି ଖରାପ ହେଲେ ଦୂଷିତ ପଦାର୍ଥ ଶରୀର ଭିତରକୁ ପ୍ରବେଶ କରେ ।

 

୧) ୟୁରିନ୍ ରେ ଫେଣ ଆସିଲେ : କିଡନି ଖରାପ ହେଲେ ପ୍ରଥମ ଲକ୍ଷଣ ଏହା ଅଟେ । ଯଦି ଆପଣଙ୍କ ମୁତ୍ରରେ ଫେଣ ହେଉଛି , ବିନା କିଛି ଡେରି କରି ଡକ୍ଟରକୁ ଦେଖାନ୍ତୁ । ଯ ଦ୍ୱାରା ଆପଣଙ୍କୁ ଆଗକୁ ଆସୁଥିବା ବିପଦରୁ ର‍କ୍ଷା ମିଳିପାରିବ ।

୨) ଶରୀର ଫୁଲିଲେ : ଯଦି ଆପଣଙ୍କ ଶରୀର ଫୁଲିବାକୁ ଲାଗେ ତେବେ ସାବଧାନ ହେଇ ଯାଆନ୍ତୁ । କିଡିନି ଫେଲ୍ ହେଲେ ପ୍ରଥମେ ରକ୍ତ ଅପରିସ୍କାର ହୋଇଥାଏ। ଯାହା ଦ୍ୱାରା ଆପଣଙ୍କ ଶରୀର ଫୁଲିବା ଆରମ୍ଭ କରେ ।ଏମିତି ସମୟରେ ଡାକ୍ତର ପରାମର୍ଶ ନେବା ନିତାନ୍ତ ଜରୁରୀ ଅଟେ ।

 

୩) କ୍ଲାନ୍ତି ଲାଗିଲେ : ଯଦି ଆପଣଙ୍କୁ ବିନା କୌଣସି କାମରେ କ୍ଲାନ୍ତି ଲାଗେ ତେବେ ତାର ଲକ୍ଷଣ ବହୁତ ଖରାପ ହୋଇଥାଏ । ଶରୀରରେ କ୍ଲାନ୍ତି ଆସିଲେ ଏହା ଗୋଟେ ସଙ୍କେତ ଦିଏ ଯେ ଆପଣଙ୍କୁ ବଡ ରୋଗର ଲ‍କ୍ଷଣ ।

 

୪) ସବୁ ସମୟରେ ଥଣ୍ତା ଅନୁଭବ କଲେ : ଆପଣଙ୍କୁ କହି ଦେଉଛୁ କି କିଡିନି ରୋଗର କାରଣ ପାଇଁ ଆନେମିଆ ରୋଗ ହୋଇଥାଏ । ତାଙ୍କୁ ଗରମ ପରିବେଶରେ ବି ଥଣ୍ତା ଲାଗିଥାଏ । ଡକ୍ଟର ଙ୍କୁ ଦେଖା କରିବା ନିତାନ୍ତ ଜରୁରୀ ।ଗୋଟେ କଥା କହି ଦେଉଛୁ କି ଥଣ୍ତା ଲାଗିବାର ବହୁତ କାରଣ ଅଛି , ଏହାର ପ୍ରଥମ କାରଣ ଜ୍ୱର ବି ହେଇଥାଇପାରେ । ଯଦି ଆପଣଙ୍କୁ ଗରମ ଜାଗାରେ ଥଣ୍ତା ଲାଗୁଥାଏ ତ ତାହା ଆପଣଙ୍କ ପାଇଁ ବିପଦର ସଂକେତ ।

୫) ମୁତ୍ରରେ ରକ୍ତ ବାହାରିବା : ମୁତ୍ରରେ କୌଣସି ପ୍ରକାରର ଫରକ୍ ଦେଖାଦେଲେ ଏହା କିଡନୀ ଆଡକୁ ନିର୍ଦ୍ଧେଶ କରିଥାଏ । ଯଦି ସେମିତି କିଛି ହୁଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ୍ । ଏହି ଲକ୍ଷଣ ଆପଣଙ୍କ କିଡିନି ପୁରା ଖରାପ ହେବାର ଲକ୍ଷଣ ଅଟେ ।

 

୬) କୁଣ୍ତାଇ ହେବା : ଯଦି ଆପଣଙ୍କୁ କୌଣସି କାରଣରୁ କୁଣ୍ତାଇ ହେଉଛି । ଆପଣ ସାବଧାନ ହେବା ଜରୁରୀ ଅଟେ । କହି ଦେଉଛୁ କି ସେମିତି ସାମାନ୍ୟ କୁଣ୍ତାଇବା କିଛି ସମୟ ପରେ ଭଲ ହେଇଯାଏ । କିନ୍ତୁ କୁଣ୍ତାଇବା ଦିନ ଯାକ ଚାଲେ ତେବେ ସେଇ ଆଡେ ଇସାରା କରେ ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ଏହା ଛଡା ଯଦି ପରିଶ୍ରା କଲାବେଳେ ଆପଣଙ୍କୁ କଷ୍ଟ ଲାଗେ କିମ୍ବା ଫୁଲିଯାଏ ଏହା ବିପଦ ସଙ୍କେତ ଦିଏ । ଡାକ୍ତର ମାନେ ଏହା ଉପରେ ଗୁରୁତ୍ୱ ଦିଅନ୍ତି କି କୌଣସି ଅସୁବିଧା ନାହିଁ ତ । ଏଥିପାଇଁ ଚେକ୍ ଅଫ୍ କରେଇ ନେବା ଠିକ୍ ହୋଇଥାଏ

Leave a Reply

Your email address will not be published. Required fields are marked *