ମନ୍ଦିର ଭାଙ୍ଗି ଘର ନିର୍ମାଣ କରିବାକୁ ଆସିଥିବା ବ୍ୟକ୍ତିଙ୍କ ସହ କିଛି ଏପରି ଘଟିଲା, ଯାହା ଦେଖି ଆପଣ ହୋଇଯିବେ ବିସ୍ମୟ..

ଏହି ଦୁନିଆରେ ଥିବା ସମସ୍ତ ମନୁଷ୍ୟ ଭିତରେ କିଛି ନା କିଛି ବିଷୟକୁ ନେଇ ଭୟ ରହିଛି । କିଏ ଉଚ୍ଚ ସ୍ଥାନକୁ ଭୟ କରେ ତ କିଏ ଗଭୀର ଜଳ ଓ ନିଆଁ ଦେଖି ଭୟକରେ , କିନ୍ତୁ ଏକ ଏପରି ଜିନିଷ ଏହି ଦୁନିଆରେ ଉପସ୍ଥିତ ଅଛି ଯାହାକୁ ଦେଖିଲାପରେ କାହାର ମଧ୍ୟ ଝାଳ ବାହାରି ପଡିବ । ହଁ ଆଜ୍ଞା ଆମେ କହୁଛୁ ସାପ କଥା । ସାପର ନା ଶୁଣିବାମାତ୍ରେ ବଡବଡ ଲୋକଙ୍କର ଅବସ୍ଥା ଖରାପ ହୋଇଯାଏ । ଏହା ଆପଣଙ୍କୁ ମଧ୍ୟ ଜଣା ଯେ ସାପଙ୍କ ଦୁନିଆ ବହୁତ ଭୟଙ୍କର ବିଷାକ୍ତ ଅଟେ । ସାପଙ୍କ ପ୍ରଜାତିରେ ସବୁଠାରୁ ଅଧିକ ବିଷାକ୍ତ ସାପ ଅହିରାଜ କୁ କୁହାଯାଏ ଓ ଭାରତରେ ଅହିରାଜ ଦେଖାଯିବା ସାଧାରଣ କଥା ।

 

ଏଭଳି ଏକ ଘଟଣା ସହ ଆମେ ଆପଣଙ୍କୁ ମୁହାଁମୁହିଁ କରେଇବୁ ଯାହା ଶୁଣିବା ପରେ ଆପଣ ମଧ୍ୟ ଭୟଭୀତ ହୋଇଯିବେ । ବୋଧହୁଏ ଆପଣଙ୍କୁ ଏକଥା ଉପରେ ବିଶ୍ଵାସ ନହୋଇପାରେ, କିନ୍ତୁ ଏକଥା ସଂପୂର୍ଣ୍ଣ ସତ । ପ୍ରକୃତରେ ଜଣେ ବ୍ୟକ୍ତି ମନ୍ଦିର ଭାଙ୍ଗି ସେ ସ୍ଥାନରେ ନିଜ ଘର ନିର୍ମାଣ କରାଇବାକୁ ଚାହୁଁଥିଲେ , ଯାହା ଫଳରେ ସେ ନିଜ ପରିବାର ସହ ଆଗାମୀ ଜୀବନ ଭଲ ଭାବରେ କଟେଇବେ , କିନ୍ତୁ ଯେମିତି ସେହି ବ୍ୟକ୍ତି ଜମିକୁ ଖୋଲେଇବା ଆରମ୍ଭ କଲେ ତାପରେ ତାଙ୍କ ଚେତା ହଜିଗଲା ।

 

ଯେଉଁ ସମୟରେ ସେ ବ୍ୟକ୍ତି ନିଜ ହତିଆର ସାହାଯ୍ୟରେ ଖୋଳୁଥିଲେ , ସେହି ସମୟରେ ସେ ସ୍ଥାନରେ ବହୁତ ଗୁଡିଏ ସାପ ବାହାରିବାକୁ ଲାଗିଲେ । ଏତେ ସବୁ ସାପଙ୍କୁ ଏକସଙ୍ଗରେ ଦେଖି ସେ ସ୍ତମ୍ଭୀଭୂତ ହୋଇଗଲେ ଓ କିଛି ଦୂର ଯାଇ ଠିଆହେଲେ । କିଛି ସମୟ ପରେ ଯେତେବେଳେ ଏହି ବ୍ୟକ୍ତି ଜଣକ ସେହି ସାପ ମାନଙ୍କୁ ପାଖକୁ ଯାଇ ଦେଖିଲେ ତ ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେଗୁଡିକ ଦୁନିଆର ସବୁଠାରୁ ଭୟଙ୍କର ସାପ ପ୍ରଜାତି ନାଗ ଅଟନ୍ତି । ଏହି ନାଗ ମାନଙ୍କ ସଂଖ୍ୟା ୧୦୮ପାଖାପାଖି ଥିଲା ଓ ସେମାନେ ଦଳ କରି ଗୋଟିଏ ସ୍ଥାନରେ ବସିଥିଲେ ।

ଏହାପରେ ସେହି ବ୍ୟକ୍ତି ସାବଧାନ ପୂର୍ବକ ସବୁ ସାପଙ୍କୁ ଧରିବା ଆରମ୍ଭ କଲା । ଯେବେ ଏହି ବ୍ୟକ୍ତି ଅଲଗା ସବୁ ସ୍ଥାନରୁ ଜିନିଷ ହଟେଇବାକୁ ଚେଷ୍ଟା କଲା ତ ସେ ସ୍ଥାନମାନଙ୍କରୁ ମଧ୍ୟ ନାଗ ବାହାରିବାକୁ ଲାଗିଲେ , କିନ୍ତୁ ଏହି ବ୍ୟକ୍ତି ନିର୍ଭୟ ଭାବରେ ଏହି ସାପଙ୍କୁ ଥଳିରେ ବନ୍ଦ କରି ଦେଲେ। କାହାକୁ ମଧ୍ୟ ବିଶ୍ଵାସ ହେଉନଥିଲା ଯେ ଭଗ୍ନସ୍ତୂପ ଭଳି ଏହି ଜମିରେ ସାପ ଆସିଲେ କେଉଁଠୁ?

Leave a Reply

Your email address will not be published.