March 29, 2024

Odia Express

News For Public

ମାଆ ବୁଝିପାରୁ ନଥିଲେ ଯେ ତାଙ୍କ ପୁଅର କବର ଉପରେ କାହିଁକି ଘାସ ଉଠୁଛି – ତାପରେ ଏଭଳି ସତ ଜାଣିଲା ପରେ କାନ୍ଦିଉଠିଲେ ମାଆ..

ଦୁନିଆରେ ସବୁଠାରୁ ଅଧିକ ଦୁଃଖ ସେତେବେଳେ ହୋଇଥାଏ ଯେତେବେଳେ କେହି ନିଜର ସବୁଦିନ ପାଇଁ ଛାଡି ଚାଲିଯାଏ ଓ ଦୁଃଖ ସେତେବେଳେ ଆହୁରି ବଢିଯାଏ ଯେତେବେଳେ ମୃତକର ବୟସ କମ ହୋଇଥାଏ , ଏଭଳି କିଛି ରେମଣ୍ଡ ଓ ରିଚାର୍ଡ ସହ ହୋଇଥିଲା । କଥା ଏହା ଯେ ଏହି ଦୁହିଁଙ୍କର ପୁର ଯୋଶେଫ ଆମେରିକାର ବାୟୁସେନାରେ ଥିଲେ ଓ  ତାଙ୍କର ମୃତ୍ୟୁ ମାତ୍ର ୩୬ବର୍ଷ ବୟସରେ ହୋଇଯାଇଥିଲା । ଏହାପରେ ଯୋଶେଫଙ୍କ ମା ବାପାଙ୍କୁ ତାହା କରିବାକୁ ହେଲା ଯାହା କୌଣସି ମା ବାପା କରିବାକୁ ଚାହାନ୍ତି ନାହିଁ । ଯୋଶେଫର ମା ବାପା ତାକୁ କବରରେ ସମାଧି ଦେଇଥିଲେ ।

 

ପୁଅକୁ କବର ଦେବାପରେ ଯୋଶେଫର ମାଆ ବାପା ତାର କବର ନିକଟକୁ ଯାଉଥିଲେ କିନ୍ତୁ ଶୀତ ବଢିବା କାରଣରୁ ସେମାନେ ଘରୁ ବାହାରିବା ବନ୍ଦ କରିଦେଇଥିଲେ । ଏହାପରେ ଯେବେ ଗ୍ରୀଷ୍ମ ଆସିଲା ତ ସେମାନେ ନିଜ ପୁଅର କବର ପାଖକୁ ଗଲେ ଓ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କଥା ଏହା ଥିଲା ଯେ ପୁରା କବରସ୍ଥାନ ଶୁଖିଲା ଘାସରେ ବଦଳି ଯାଇଥିଲା କିନ୍ତୁ କେବଳ ତାଙ୍କ ପୁଅର କବର ଥିବା ଜମିରେ ଘାସ ସବୁଜ ଥିଲା ।

 

ଜୋସେଫର କବର ଉପରେ ଗୋଟିଏ ଝିଅ ସବୁଦିନ ଆସି କାନ୍ଦୁଥିଲା ଓ ତାକୁ କାନ୍ଦୁଥିବା ଦେଖି ଜ୍ୟାକ ରାଇଜର ନାମକ ବ୍ୟକ୍ତି ଦେଖିଥିଲା । ଜ୍ୟାକ ରାଇଜର ସେଠାରେ ନିଜ ପତ୍ନୀଙ୍କୁ ଫୁଲ ଚଢେଇବାକୁ ଆସୁଥିଲେ , ଯାହାଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ଜ୍ୟାକ ସେହି ଝିଅକୁ ତାହାର କାଣ୍ଡିବାର କାରଣ ପଚାରିଲେ ତ ସେ କହିଲା ଯେ ଯୋଶେଫ ତାର ଭାଇ ଥିଲା। କିନ୍ତୁ ଯୋଶେଫ ତାର ନିଜର ଭାଇ ନଥିଲା , କିନ୍ତୁ ଝିଅଟି କାନ୍ଦିବା ଦେଖି ଜ୍ୟାକକୁ ବହୁତ ଦୁଃଖ ହେଲା ଓ ସେ ସେହି ଝିଅ ପାଇଁ କିଛି କରିବାକୁ ଚାହିଁଲା ।

 

ଏହାପରେ ଜ୍ୟାକ ସବୁଦିନ ନିଜ ପତ୍ନୀଙ୍କୁ ଫୁଲ ଚଢେଇବା ସହ ଯୋଶେଫ କବର ଉପରେ ପାଣି ଢାଳୁଲୁଥିଲା । । ସବୁଦିନ ପାଣି ଦେବାରୁ ଯୋଶେଫର କବର ଉପରେ କିଛି ଦିନ ମଧ୍ୟରେ ଘାସ ଉଠିଲା । ଜ୍ୟାକ ଚିନ୍ତାକଲା ସେହି ଝିଅଟି ଯୋଶେଫର କବରକୁ ସବୁଜ ଦେଖି ଖୁସି ହେବ । ଏହାପରେ ଯେତେବେଳେ ଏସବୁ ଯୋଶେଫର ମାଆ ବାପା ଦେଖିଲେ ତ ତାଙ୍କୁ ମଧ୍ୟ ଭଲ ଲାଗିଲା ଯେ କେହିଜଣେ ତାଙ୍କ ପୁଅ ନିମନ୍ତେ ଏତେ ସମୟ ଦେଇଛି ଓ ସେମାନେ ଜ୍ୟାକଙ୍କୁ ଧନ୍ୟବାଦ ଅର୍ପଣ କଲେ।

Leave a Reply

Your email address will not be published. Required fields are marked *