ଖୋଲିଗଲା ରାଜ – ଦେଖନ୍ତୁ ଟିମ ଇଣ୍ଡିଆରେ କିଏ ପିନ୍ଧିବ ସଚିନ ଓ ଧୋନୀଙ୍କ 10 ଓ 7 ନମ୍ବରର ଜର୍ସି – ଜାଣିଲେ ଆପଣ ନିଶ୍ଚୟ ଖୁସି ହେବେ…

ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ଟେଷ୍ଟ ଚମ୍ପିୟାନଶିପରେ ଟେଷ୍ଟ କ୍ରିକେଟରେ ପରିବର୍ତ୍ତନ ହେବାର ଅଛି । ଧଳା ପୋଷାକରେ ଜର୍ସି ନମ୍ବର ଲାଗିବାର ପ୍ରାରମ୍ଭ ହେବାର ଅଛି । ଏହି ଆରମ୍ଭ ସବୁଠାରୁ ପ୍ରଥମେ 3ଅଗଷ୍ଟରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଆସେସ ଟେଷ୍ଟ ମ୍ୟାଚ ସମୟରେ ହେବ । ଏଆହାସହ କେତେ ଦଶକ ଧରି ଚାଲିଆସୁଥିବା ପୁରାତନ ପରମ୍ପରା ବଦଳି ଯିବ। 22ଅଗଷ୍ଟରୁ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ହେବାକୁଥିବା ଟେଷ୍ଟ ସିରିଜ ରେ ଭାରତୀୟ ଦଳ ମଧ୍ୟ ଧଳା ଜର୍ସିରେ ନାମ ଓ ନମ୍ବର ସହିତ ପଡିଆକୁ ଓଲ୍ହେଇବ। କିନ୍ତୁ ଦୁଇଟି ନମ୍ବର ଏପରି ଅଛି ଯେ ଯାହାର ବ୍ୟବହାର ହୁଏତ ହୋଇପାରେ ।

 

ସଚିନ ତେନ୍ଦୁଲକରଙ୍କ ନମ୍ବର 10ର ଜର୍ସି କୁ ବିସିସିଆଇ ଅନଧିକୃତ ରୂପରେ ଅବସର ଦେଇସାରିଛି । ଯେବେ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଏହାକୁ ମ୍ୟାଚରେ ପିନ୍ଧିଥିଲେ ତ ତାଙ୍କର ବହୁତ ନିନ୍ଦା କରାଯାଇଥିଲା । ଅଧିକତର ଭାରତୀୟ ଖେଳାଳି ସୀମିତ ଓଭରର ଜର୍ସିର ନମ୍ବର କୁ ମଧ୍ୟ ଟେଷ୍ଟ ଜର୍ସିରେ ବ୍ୟବହାର କରିବେ । ବିସିସିଆଇ ଅଧିକାରୀ କହିଲେ ଯେ ବିରାଟ 18 ଓ ରୋହିତ 45ନମ୍ବର ର ଜର୍ସି ପିନ୍ଧିବେ । ଅଧିକତର ଖେଳାଳି ନିଜର ଏକଦିବସୀୟ ଓ ଟି-20 ର ଜର୍ସି ପିନ୍ଧିବେ ।

 

କିନ୍ତୁ ମୁଖ୍ୟକଥା ଏହା ଯେ ଏବେ ମହେନ୍ଦ୍ର ସିଂହ ଧୋନୀ ଟେଷ୍ଟ କ୍ରିକେଟ ଖେଳୁନାହାନ୍ତି ତ ତାଙ୍କ ନମ୍ବର 7 ଜର୍ସି କିଏ ପିନ୍ଧିବ । ଯଦିଓ ଅନ୍ୟ କୌଣସି ଖେଳାଳୀଙ୍କର ଏହା ପିନ୍ଧିବାର ସମ୍ଭାବନା ବହୁତ କମ ଅଟେ। ବିସିସିଆଇ ର ଅଧିକାର କହିଲେ ଯେ 7ନମ୍ବର ଜର୍ସିର ସମ୍ବନ୍ଧ ଧୋନୀଙ୍କ ସହ ରହିଛି । ଏମିତିରେ ତ ଜର୍ସି ଅବସର ନିଏନାହିଁ , କିନ୍ତୁ ଭାରତୀୟ କ୍ରିକେଟରେ ଧୋନୀଙ୍କ ସ୍ଥାନ ଏତେ ଉଚ୍ଚରେ ଯେ ବିସିସିଆଇ ତାଙ୍କ ଜର୍ସି ରିଟାୟାର କରିପାରେ । ଜଣେଇଦେଉଛୁ ଯେ ଧୋନୀ ବର୍ତ୍ତମାନ ପାରାସୁଟ ରେଜିମେଣ୍ଟ ସହ 2ମାସର ଟ୍ରେନିଂ ନେବାପାଇଁ ଯାଇଛନ୍ତି ।

Leave a Reply

Your email address will not be published.