April 20, 2024

Odia Express

News For Public

କାଶ୍ମୀରରେ ନିଜର ଡ୍ୟୁଟି କରିବେ ଲେଫ୍ଟିନାଣ୍ଟ କର୍ଣ୍ଣଲ୍ ଧୋନୀ , ପେଟ୍ରୋଲିଙ୍ଗ୍ ସହ ସେନାର ପୋଷ୍ଟରେ ରହିବେ ନିଯୁକ୍ତି – ଦେଖନ୍ତୁ କଣ କହିଲେ ଧୋନି..

ଟିମ୍ ଇଣ୍ତିଆର ମହାନ୍ ଓ ପୂର୍ବ ଅଧିନାୟକ ଏମ୍ ଏସ୍ ଧୋନୀ ଆଉଥରେ ସେନାର ବର୍ଦୀରେ ଦେଶର ସୁରକ୍ଷା କରୁଥିବାର ନଜର ଆସିବେ , ନ୍ୟୁଜ୍ ଏଜେନ୍ସି ଏନ୍ ଏନ୍ ଆଇ ମୁତାବିକ ଏହି ମାସ ଶେଷ ସପ୍ତାହ ମାନେ ୩୧ ଜୁଲାଇକୁ ୧୦୬ ଟେରିଟୋରିଆଲ୍ ଆର୍ମୀ ବାଟାଲିୟନ୍ ପେରା ସହ କାଶ୍ମୀରରେ ଯୋଡିହେବେ ।ଭାରତୀୟ ସେନାର ଲେଫ୍ଟିନାଣ୍ଟ କର୍ଣ୍ଣଲ ମାନଦ ଉପାଧି ପାଇଥିଲା ଓ ସମ୍ମାନିତ ହୋଇଥିବା ଏମ୍ ଏସ୍ ଧୋନୀ ଙ୍କ ବିଷୟରେ ସୁଚନା ଦିଆଯାଈଛି, କି ସେ ପେରା ରେଜିମେଣ୍ଟରେ ଭାଗନେବେ , ଧୋନୀ ୩୧ ଜୁଲାଇରୁ ନେଇକରି ୧୫ ଅଗଷ୍ଟ ପର୍ଯ୍ୟନ୍ତ ୧୦୬ ଟେରିଟୋରିଆଲ୍ ଆର୍ମୀ ବାଟାଲିୟଲ୍ ପେରା ସହ ରହିବେ , ସେନାର ସହ ରହୁଥିବା ଧୋନୀଙ୍କ ହାତରେ ପେଟ୍ରୋଲିଙ୍ଗ୍ , ଗାର୍ଡ ଓ ପୋଷ୍ଟ ଡ୍ୟୁଟି ସମ୍ଭାଳିବେ , ଏହି ସମୟରେ ପୁରା ସମୟ ଜବାନଙ୍କ ସହ ରହିବେ , ଏଇ ସମୟରେ କାଶ୍ମୀରର ଭିକ୍ଟର ଫୋର୍ସରେ ଭାଗ ନେବେ ।

 

ଧୋନୀ ପୂର୍ବରୁ ଜାମ୍ମୁ କାଶ୍ମୀର ଯାଇସାରିଛନ୍ତି । ୨୦୧୭ ରେ ଧୋନୀ ଜାମ୍ମୁ କାଶ୍ମୀରର ବାରାମୁଲା ଯାଇଥିଲେ , ସେଠରେ ସେ ଆର୍ମୀ ତରଫରୁ ଆୟୋଜିତ କ୍ରିକେଟ୍ ମ୍ୟାଚ୍ ରେ ଜଣେ ଗେଷ୍ଟ ହିସାବରେ ଯୋଗ ଦେଇଥିଲେ,  ଧୋନୀ ଏହି ମ୍ୟାଚ୍ ରେ ଆର୍ମୀର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥିଲା ।

ଏମ୍ ଏସ୍ ଧୋନୀ ୨୦୧୧ ରେ ଇଣ୍ତିଆନ୍ ଟେରୋଟୋରିଆଲ୍ ଆର୍ମୀରେ ଲେଫ୍ଟିନାଣ୍ଟ କର୍ଣ୍ଣଲ୍ ରାଙ୍କ୍ ପାଇଥିଲେ , ଧୋନୀଙ୍କ ସେନା ପ୍ରେମୀ କାହାକୁ ଅଛପା ନାହିଁ , ବିଶ୍ୱକପ୍ ସମୟରେ ନିଜ ଗ୍ଲୋବସ୍ ରେ ବଳିଦାନ୍ ବ୍ୟାଚ୍ ଲଗାଇଥିବାର ନେଇ ବିବାଦ ଘେରରେ ଆସିଥିଲେ , କହିଦେବୁ କି ଭାରତୀୟ କ୍ରିକେଟ୍ ଟିମ୍ ଆଗାମୀ ମାସରେ ୱେଷ୍ଟଇଣ୍ତିଜ୍ ଗ୍ରସ୍ତ ରେ ଯାଉଛି, ଏହି ସମୟରେ ଧୋନୀଙ୍କ ଜାଗାରେ ଯୁବା ରିଷଭ ପନ୍ଥଙ୍କୁ ୱିକେଟ୍ କିପିଙ୍ଗ୍ ଦାୟିତ୍ୱ ମିଳିଛି ।

Leave a Reply

Your email address will not be published. Required fields are marked *