June 7, 2023

Odia Express

News For Public

ମାଛ ଖାଇବା ଏହି ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା – ଆଉ କିଛି ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥାନ୍ତା – ସମସ୍ତେ ଏହି କଥା ଜାଣିବା ଦରକାର ନହେଲେ..

ଦୁନିଆରେ ଏପରି ବହୁତ ଲୋକ ମିଳନ୍ତି ଯାହାଙ୍କୁ ନନଭେଜ ଖାଇବା ବହୁତ ପସନ୍ଦ । ଏଭଳି ଲୋକମାନେ ଶାକାହାରୀ ଠାରୁ ନନଭେଜ ଖାଇବା ଅଧିକ ଭଲପାଆନ୍ତି । ଏମାନଙ୍କୁ ଅଧିକତର ମାଛ, କୁକୁଡା, ଓ ଅଣ୍ଡା ଖାଇବାର ବହୁତ ଶଉକ ଥାଏ , ଜାହ ସରରକୁ ଭରପୁର ମାତ୍ରାରେ ପ୍ରୋଟିନ ଦେଇଥାଏ। ଏମିଟରେ ଦେଖିବାକୁ ଗଲେ ନନଭେଜ ଖାଇବା ଆମ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଭଲ ହୋଇଥାଏ , ଏହା ଆମ ଶରୀରକୁ ବହୁତ ବଳିଷ୍ଠ କରିଥାଏ । କିନ୍ତୁ ଏହି ଖାଦ୍ୟ ସବୁବେଳେ ଖାଇଲେ ବେଳେବେଳେ ଆମ ଶରୀରକୁ ବହୁତ କ୍ଷତିର ସାମନା କରିବାକୁ ପଡେ ।ଯଦି ନନଭେଜ ରେ ମାଛ କଥା କୁହାଯାଏ ତେବେ ଏଥିରେ ବହୁତ ପ୍ରୋଟିନ ଓ ଏଭଳି ଅନେକ ଜରୁରୀ ଭିଟାମିନ ଥାଏ, ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

 

ମାଛ ଖାଇବାକୁ ଡାକ୍ତରଙ୍କଠାରୁ ଆରମ୍ଭ କରି ଆପଣଙ୍କ ଘରଲୋକେ ମଧ୍ୟ ପରାମର୍ଶ ଦିଅନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଘଟଣା ବିଷୟରେ କହିବୁ ଯାହା ଜାଣିକି ଆପଣଙ୍କର ମଧ୍ୟ ଚେତା ହଜିଯିବ । ଏହି ଘଟଣା ଏକ ଏପରି ବ୍ୟକ୍ତିର ଅଟେ , ଯାହାକୁ ମାଛ ଖାଇବା ବହୁତ ପସନ୍ଦ ଥିଲା କିନ୍ତୁ ମାଛ ଖାଇବା ଯୋଗୁ କିଛି ଏପରି ହେଲା , ଯେଉଁ କାରଣରୁ ତାକୁ ମାଛ ଖାଇବା ବହୁତ ମହଙ୍ଗା ପ୍ରମାଣିତ ହେଲା ।ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଆସାଲରେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ଯାହାଙ୍କୁ ମାଛ ଖାଇବାର ବହୁତ ଶଉକ ଥିଲା । ସେ ଅଧିକତର କଞ୍ଚା ସାଲୋମାନ ମାଛ ଖାଉଥିଲେ କିନ୍ତୁ ଦିନେ ତାଙ୍କୁ ଏହି ମାଛ ଖାଇବା ବହୁତ ମହଙ୍ଗା ପଡିଲା। ଦିନେ ଯେବେ ସେ ସକାଳେ ଉଠିଲେ ତ ତାଙ୍କୁ ତରଳଝାଡା ଆରମ୍ଭ ହୋଇଗଲା । ଝାଡା ମଝିରେ ଯେବେ ବହୁତ ମାତ୍ରାରେ ରକ୍ତ ବାହାରିଲା ତ ସେ ଡରିଗଲେ। ସେ ବୁଝିପାରିଲେ ନାହିଁ ଯେ ସେ ଏବେ କରିବେ କଣ?

ତାପରେ ସେ ପାଖରେ ଥିବା କମ୍ୟୁନିଟି ରିଜିଓନାଲ ମେଡିକାଲ ସେଣ୍ଟରରେ ପହଞ୍ଚିଲେ ତ ସେଠାରେ ଉପସ୍ଥିତ ଡାକ୍ତର ମାନେ ତାଙ୍କର ଯାଞ୍ଚ କଲେ। ଯାଞ୍ଚ ସମୟରେ ସେହି ବ୍ୟକ୍ତିଙ୍କର ପେଟରେ ଏକ କୃମି ବାହାରିଲା । ଯାଞ୍ଚ ପରେ ଡାକ୍ତର କହିଲେ ଯେ ଯଦି ସେ ଆଉ କିଛି ବିଳମ୍ବ କରିଥାନ୍ତେ ଡାକ୍ତରଖାନା ଆସିବାକୁ ତେବେ ତାଙ୍କର ହୁଏତ ଜୀବନ ଚାଲିଯାଇଥାନ୍ତା । ଡାକ୍ତର ଏହାମଧ୍ୟ କହିଲେ ଯେ ଯାଞ୍ଚ ସମୟରେ ତାଙ୍କ ପେଟରେ ଯେଉଁ କୃମି ବାହାରିଲା ତାର ମୋଟ ଲମ୍ବ 5ଫୁଟ ଥିଲା । ଏତେବଡ କୃମି ତାଙ୍କ ପେଟକୁ ମାଛ ଖାଇବା ଯୋଗୁ ଆସିଥିଲା । ଏହି କୃମିଙ୍କର ବିଶେଷତ୍ଵ ଜଣେଇବାକୁ ଯାଇ ଡାକ୍ତର କହିଲେ ଯେ ପ୍ରଥମେ ତ ଏହି କୃମି ବହୁତ ଛୋଟ ହୋଇଥାନ୍ତି କିନ୍ତୁ ସପ୍ତାହେ ଭିତରେ ଏମାନେ ୧୫ମିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇଯାନ୍ତି ଓ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି । ଯଦି ଏହି କୃମି କାହାର ଶରୀରରେ ପ୍ରବେଶ କରନ୍ତି ତେବେ ଏମାନେ ଆମ ଶରୀରର ଆଖି, ହୃଦୟ, ମସ୍ତିସ୍କ ଓ ଏସବୁ ସହ ଶରୀରର ଅନ୍ୟ ଅଂଶକୁ ଖାଇବା ଆରମ୍ଭ କରିଦିଅନ୍ତି । ଯେଉଁ କାରଣରୁ ବ୍ଯକ୍ତିର ମୃତ୍ୟୁ ମଧ୍ୟ ହୋଇଯାଇଥାଏ ।