March 22, 2024

Odia Express

News For Public

ହଳଦିଆ ଦାନ୍ତ ପାଇଁ ଅଛନ୍ତି ଚିନ୍ତିତ କି ? ଏହି ଅଚୁକ ଉପାୟ ଦ୍ୱାରା ହୋଇଯିବ ସମାଧାନ ,ଦାନ୍ତ ଆଗ ଭଳି ଚମକଦାର୍ ଓ ଧଳା ହୋଇଯିବ..

ଆଜି କାଲିର ଜମାନାରେ ଲୋକେ ନିଜର ଚେହେରାର ସୁନ୍ଦରତାକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ମାର୍କେଟ୍ ରେ ଉପଲ୍ଲବ୍ଧ ଥିବା ପ୍ରଡକ୍ଟକୁ ବ୍ୟବହାର କରି ଚେହେରାକୁ ସୁନ୍ଦର ବନାଇବାକୁ ଚାହଁନ୍ତି , କିନ୍ତୁ ଚେହେରାକୁ ଚିକ୍କଣ କରିବାକୁ ଯାଇ ଦାନ୍ତକୁ ଚିକ୍କଣ କରିବାକୁ ଭୁଲି ଯାଆନ୍ତି , ଅଧିକାଂଶ ଲୋକଙ୍କ ଦାନ୍ତ ହଳଦିଆ ବର୍ଣ୍ଣ ହୋଇଥାଏ , ଏହା ଦ୍ୱାରା ସୁନ୍ଦର ଚେହେରାରେ ଆପଣଙ୍କୁ ଅସୁନ୍ଦର ଲାଗିଥାଏ , ଯଦି କିଏ ମଜାକ୍ ରେ ଆପଣଙ୍କ ଦାନ୍ତକୁ ଦେଖେ ଓ କହେ କେତେ ଅସୁନ୍ଦର ଦେଖାଯାଉଛି ବୋଲି ତେବେ ଆପଣଙ୍କୁ ସେଠାରେ ଲଜ୍ଜିତ ହେବାକୁ ପଡିଥାଏ ।

 

ଆଜିକାଲିର ଜମାନାରେ ଲୋକେ ଅନିୟମିତ ଖାଦ୍ୟପେୟ ଓ ଖରାପ ଅଭ୍ୟାସ ସକାଶେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି , ଲୋକେ ଏତେ ବ୍ୟସ୍ତ ହୋଇସାରିଲେଣି କି ସକାଳ ସମୟରେ ଦାନ୍ତକୁ ଭଲ ଭାବରେ ନ ଘସିବାରୁ ଦାନ୍ତ ଗୁଡିକ ହଳଦିଆ ବର୍ଣ୍ଣ ହୋଇଯାଇଥାଏ, ଯଦି ଆପଣ ନିଜ ଦାନ୍ତକୁ ଆଗ ଭଳି ସଫା ଓ ଧଳା କରିବାକୁ ଚାହୁଁଛନ୍ତି ତେବେ ଆମର ଲେଖ ମାଧ୍ୟମରେ ଏହା ସମାଧାନ ହୋଇପାରିବ , ଆସନ୍ତୁ ଜାଣିବା ସେହି ବିଷୟରେ କିପରି ନିଜ ଦାନ୍ତକୁ ଆପଣ ସଫା କରିବେ ।

 

୧) ଲୁଣ ଦ୍ୱାରା ଦାନ୍ତକୁ କରିବେ ସଫା : ଅଧିକାଂଶ ଘରେ ଲୁଣର ପ୍ରୟୋଗ ଖାଦ୍ୟର ସ୍ୱାଦକୁ ବଦଳାଇବାରେ କରାଯାଏ , କିନ୍ତୁ ଲୁଣରେ ସ୍ୱାଦ ବଢାଇବା ସହ ଦାନ୍ତକୁ ସଫା କରିବାରେ ବି ସହାୟକ ହୋଇଥାଏ , ଯଦି ଆପଣଙ୍କ ଦାନ୍ତକୁ ସଫା କରିବାକୁ ଚାହୁଁଛନ୍ତି ତେବେ ସବୁଦିନ ରାତିରେ ଟିକିଏ ଲୁଣ ନେଇ ଦାନ୍ତରେ ସୋରିଷର ତେଲ ବ୍ୟବହାର କରି ପ୍ରାୟ ୫ ମିନିଟ୍ ଯାଏଁ ରଗଡନ୍ତୁ , ଏହା ଦ୍ୱାରା ଦାନ୍ତ ସଫା ହୋଇଯିବ ।

 

୨) ଲେମ୍ବୁ ଦ୍ୱାରା ଦାନ୍ତକୁ କରିବେ ସଫା : ଲେମ୍ବୁର ମଧ୍ୟରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥାଏ , ଯାହା ପୁରା ଶରୀରକୁ ସୁସ୍ଥ୍ୟ ରଖିବାରେ ଫାଇଦାଦାୟକ ହୋଇଥାଏ , ଯଦି ଆପଣ ଲେମ୍ବୁର ବ୍ୟବହାର କରୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କୁ ବହୁତ ପ୍ରକାରର ଫାଇଦା ମିଳିପାରିବ , ଏହା ଦ୍ୱାରା ଶରୀରରେ ଇମ୍ୟୁନୋ ସିଷ୍ଟମ ଭଲ ରହିଥାଏ , ଯଦି ଆପଣଙ୍କ ବାଳର ସମସ୍ୟା ଅଛି ତେବେ ଏହା ବ୍ୟବହାର କରି ମୁକ୍ତି ପାଇପାରିବେ , ଏହା ସହ ଲେମ୍ବୁ ହଳଦିଆ ଦାନ୍ତ ଗୁଡିକୁ ସଫା କରିବାରେ ସହାୟକ ହୋଇଥାଏ , ଏଥିପାଇଁ ଆପଣଙ୍କୁ ଟିକିଏ ଛୋଟ ଖଣ୍ତ ଲେମ୍ମ୍ବୁ ନେଇ ସେଥିରେ ଲୁଣ ମିଶାଇ ପେଷ୍ଟ କରିନିଅନ୍ତୁ , ଓ ଧୀରେ ଧୀରେ ଦାନ୍ତରେ ଏହା ରଗଡନ୍ତୁ , କିଛି ଦିନ ମଧ୍ୟରେ ଦେଖିବେ ଦାନ୍ତରୁ ହଳଦିଆ ବର୍ଣ୍ଣ ଦୁର ହୋଇଯିବ ।

 

୩) କୋଇଲା ଦ୍ୱାରା କରିବେ ଦାନ୍ତର ସଫା : ସେମିତି କୋଇଲା ଦେଖିବାକୁ କଳା ହୋଇଥାଏ , କିନ୍ତୁ ଏହା ଆପଣଙ୍କ ଦାନ୍ତ ପାଇଁ ବହୁତ ଭଲ ଉପାୟ ବୋଲି ଜଣାଯାଏ , ଯଦି ଆପଣ ନିଜ ଦାନ୍ତକୁ ସଫା ରଖିବାକୁ ଚାହୁଁଛନ୍ତି ତେବେ ଆପଣ କୋଇଲାର ଏକ ଖଣ୍ତକୁ ଭଲ ଭାବେ ପେଷିଦିଅନ୍ତୁ , ଓ ଏହାର ଚୁର୍ଣ୍ଣ କରି ଦାନ୍ତକୁ ସଫା କରନ୍ତୁ , ଏହାକୁ ନିୟମିତ କରିଲେ ଦାନ୍ତ ସଫା ଓ ଚମକଦାର୍ ହୋଇଯିବ ,

Leave a Reply

Your email address will not be published. Required fields are marked *