April 12, 2024

Odia Express

News For Public

କାଶ୍ମୀରରେ ଧୋନୀଙ୍କ ଆର୍ମି ଟ୍ରେନିଂ ନେଇ କପିଲ ଦେବ କହିଲେ ଏହି ବଡ କଥା – କହିଲେ ଧୋନି ଟ୍ରେନିଂ କୁ ଗଲେ ଭାରି ନହେଲା ସେ ଦେଶ ପାଇଁ..

1 min read

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସେନା ସହ ଦୁଇ ମାସ ରହିବାର ନିଷ୍ପତ୍ତି କୁ ବିଶ୍ଵବିଜେତା ଅଧିନାୟକ କପିଲ ଦେବ ଓ ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ପ୍ରଶଂସା ପୂର୍ବକ କହିଲେ ଯେ ଧୋନୀଙ୍କ ଏହି ନିଷ୍ପତ୍ତି ଦେଶର ଅନେକ ଯୁବକଙ୍କୁ ପ୍ରେରଣା ଦେବ । ପୂର୍ବତନ କ୍ରିକେଟର ଓ ବର୍ତ୍ତମାନର ବିଜେପି ର ସାଂସଦ ଗୌତମ ଗମ୍ଭୀର ପ୍ରଥମେ ଅନେକଥର କହିସାରିଛନ୍ତି ଯେ ଧୋନୀଙ୍କୁ ସେନାର ପୋଷାକ ସେବେଠାରୁ ପିନ୍ଧିବା ଉଚିତ ଥିଲା ଯେବେ ସେ ସେନା ପାଇଁ କିଛି କରନ୍ତି , କିନ୍ତୁ ଏବେ ଗମ୍ଭୀର ଧୋନୀଙ୍କ ସେନାସହ ସମୟ କଟେଇବାର ପଦକ୍ଷେପକୁ ଐତିହାସିକ କହିଛନ୍ତି ।

 

ଗମ୍ଭୀର ଏକ ଘରୋଇ ସମାଚାର ଚାନେଲ ଦ୍ଵାରା କାର୍ଗିଲ ଯୁଦ୍ଧର ୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କରାଯାଇଥିବା ଶିକ୍ଷାର ସମ୍ମିଳନୀରେ କହିଲେ ଯେ ଧୋନୀଙ୍କର ଏହି ପଦକ୍ଷେପ ଚମତ୍କାର ଅଟେ । ମୁ ପ୍ରଥମେ ଅନେକଥର କହିଥିଲି ଯେ ଧୋନୀଙ୍କୁ ସେନାର ପୋଷାକ ସେବେ ପିନ୍ଧିବାର  ଥିଲା ଯେବେ ସେ ସେନା ପାଇଁ କିଛି କରନ୍ତି ଓ ଏବେ ଧୋନୀ ସେନା ସହ ସମୟ ବିତେଇବାର ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଜଣାପଡୁଛି ଯେ ସେ ସେନା ପ୍ରତି କେତେ ସମର୍ପିତ ଓ ଗମ୍ଭୀର । ଧୋନୀଙ୍କ ଏହି ପଦକ୍ଷେପ ଦେଶର ଅନେକ ଯୁବାବର୍ଗଙ୍କୁ ପ୍ରେରଣା ଯୋଗେଇବ ଓ ଯୁବକ ମାନେ ସେନାରେ ସାମିଲ ହେବାକୁ ପ୍ରେରିତ ହେବେ ।

 

ଗମ୍ଭୀରଙ୍କ କଥାକୁ ଭରତର ପ୍ରଥମ ବିଶ୍ଵକପ ବିଜେତା ଅଧିନାୟକ କପିଲ ଦେବଙ୍କର ସମର୍ଥନ ମିଳିଛି । କପିଲ କହିଲେ ଯେ ଧୋନୀ ଯାହା କରିଛନ୍ତି ତାହା ବଡ ନିଷ୍ପତ୍ତି ଅଟେ, ଏପରି ନିଷ୍ପତ୍ତି ନେହା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ , ଏହା ମହାନ ପଦକ୍ଷେପ ଅଟେ । ଏଥିରୁ ଦେଶର ଯୁବକ ମାନେ ପ୍ରେରିତ ହେବେ । ମୋତେ ଲାଗୁଛି ଯେ ଦେଶର ଯୁବକ ମାନଙ୍କୁ କିଛି ସମୟ ସେନା ସହ ବିତେଇବା ଉଚିତ , ଯଦ୍ୱାରା ଦେଶର ଭଲ ହୋଇପାରିବ ଓ ଯୁବକ ମାନଙ୍କୁ ନୂତନ ଶିକ୍ଷା ମିଳିବ । ବିଶ୍ଵକପ ପରେ ଧୋନୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଜଣେଇଦେଇଥିଲେ ଯେ ସେ ସେନା ସହ ସମୟ ବିତେଇବା ପାଇଁ କ୍ରିକେଟରୁ ଦୁଇମାସ ବିରତି ନେବେ । ଏହି କାରଣରୁ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳଯାଉଥିବା ଏକଦିବସୀୟ ଓ ଟି-୨୦ ସିରିଜ ପାଇଁ ଦଳରେ ସ୍ଥାନ ଦିଆଯାଇନାହିଁ ।

Leave a Reply

Your email address will not be published. Required fields are marked *