April 20, 2024

Odia Express

News For Public

ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ଏହି କୁକୁରକୁ ଚେନରେ ବାନ୍ଧି ରଖାଯାଇଥିଲା , ଯେବେ ଖୋଲିଦିଆଗଲା ତ ଏପରି ହେଲା ଯେ..

ଏହି ଦୁନିଆରେ ମଣିଷ ମାନଙ୍କ ଭଳି ପଶୁମାନଙ୍କୁ ମଧ୍ୟ ସ୍ନେହର ଆବଶ୍ୟକତା ରହିଛି । ବହୁତ ଗୁଡେ ଲୋକଙ୍କୁ ପଶୁପାଳନ ପସନ୍ଦ ହୋଇଥାଏ ଓ ଲୋକମାନେ କୁକୁର, ଗାଈ, ଓ ବିଲେଇ ପାଳନ୍ତି । ଜଣେଇଦେଉଛୁ ଯେ ଅଧିକତର ଲୋକମାନେ ନିଜଘରେ କୁକୁର ପାଳନ କରନ୍ତି କାରଣ କୁକୁର ବହୁତ ବିଶ୍ଵାସୀ ହୋଇଥାଏ ଓ ସେ ସବୁବେଳେ ନିଜ ମାଲିକ ପ୍ରତି ସଚ୍ଚୋଟ ରହିଥାଏ । ଜୁଡିଥ କୁ 10ବର୍ଷ ପର୍ଯ୍ୟନ୍ତ ତାର ମାଲିକ ଚେନରେ ବାନ୍ଧି ରଖିଥିଲେ ।ପ୍ରକୃତରେ ଆଜି ଆମେ ଗୋଟିଏ କୁକୁର ବିଷୟରେ ଜଣେଇବାକୁ ଯାଉଛୁ , ଯାହାକୁ ତାର ମାଲିକ ମାନେ ଏତେ କଷ୍ଟ ଦେଇଥିଲେ ଯେ ଜାଣନ୍ତୁ ଯେ ସେ ଖୁସିରେ ରହିବା ଭୁଲିଗଲା। କିନ୍ତୁ ଏହି କୁକୁରର ଅବସ୍ତା ସେଠାରେ ରହୁଥିବା ଲୋକଙ୍କୁ ସହିହେଉନଥିଲା ଏଥିପାଇଁ ସେମାନେ ଏହି କୁକୁରକୁ ତାର ମାଲିକ ଠାରୁ ଲୁଚେଇକରି ଖାଇବାକୁ ଦେଉଥିଲେ କାରଣ ସେ ଭଲରେ ରହିପାରିବ । ଏହି କୁକୁରର ନାମ ଜୁଡିଥ ଅଟେ ।

 

ଜୁଡିଥର ମାଲିକ ତାକୁ ମାତ୍ର ସପ୍ତାହରେ ଥରେ ଖାଇବାକୁ ଦେଉଥିଲେ ଓ ତାକୁ ଜଞ୍ଜିରରେ ବାନ୍ଧି ରଖିଥିଲେ । ଏହାଛଡା ତାକୁ ସବୁ ଋତୁରେ ବାହାରେ ଖୋଲାରେ ରଖିଥିଲେ । ଯେବେ ଆନିମଲ ଆଡଭୋକେଟ ସୋସିଏଟି କୁ ଏକଥା ଜଣାପଡିଲା ତେବେ ସେମାନେ ଜୁଡିଥକୁ ନିଜ ସହ ନେଇଗଲେ ଓ ତାକୁ ପେଟପୂରା ଖୁଆଇଲେ ଓ ତାର ଚିକିତ୍ସା କରିବା ପାଇଁ ଗୋଟିଏ ଏନଜିଓକୁ ପଠେଇଦେଲେ କିନ୍ତୁ ସେ ଏତେ ଦୁର୍ବଳ ହୋଇଯାଇଥିଲା ଯେ ତାକୁ ଟୀକା ଦେବା ମୁସ୍କିଲ ହୋଇଗଲା ।

 

ଜୁଡିଥର ଚିକିତ୍ସା କରାହେଲା କିନ୍ତୁ ସେ ନୂଆ ସ୍ଥାନକୁ ଯିବା ଯୋଗୁ ମାତ୍ର ଦେଢ ବର୍ଷ ବଞ୍ଚିପାରିଥିଲା । ଏମିତିରେ ଆପଣଙ୍କୁ ନିବେଦନ ଯେ ପଶୁମାନଙ୍କ ସହ ଏପରି ବ୍ୟବହାର କରନ୍ତୁ ନାହିଁ କାରଣ ତାଙ୍କ ନିକଟରେ ମଧ୍ୟ ହୃଦୟ ଥାଏ ଓ ଆଘାତ ଲାଗିଲେ ସେମାନଙ୍କୁ ବି କଷ୍ଟ ହୋଇଥାଏ । ଏଥିପାଇଁ ଆପଣ ପଶୁମାନଙ୍କୁ ଯଦି ପାଳୁଛନ୍ତି ତେବେ ତାଙ୍କୁ ପେଟପୂରା ଖାଇବାକୁ ଦିଅନ୍ତୁ ଓ ତାଙ୍କୁ ବହୁତ ସ୍ନେହ କରନ୍ତୁ କାରଣ ସେମାନେ ଆପଣଙ୍କୁ ଅଧିକ କିଛି ମାଗନ୍ତି ନାହିଁ ।

 

Leave a Reply

Your email address will not be published. Required fields are marked *